୧ଏପ୍ରିଲରୁ ୭ଟି ବ୍ୟାଙ୍କର ଚେକ୍ ବୁକ କାମ ଦେବନାହିଁ

୧ ଏପ୍ରିଲ, ୨୦୨୧ରୁ ସାତୋଟି ବ୍ୟାଙ୍କର ଚେକବୁକ୍ ଅମାନ୍ୟ ହେବାକୁ ଯାଉଛି । ଏଇ ସେ ବ୍ୟାଙ୍କ ଯାହାର କୌଣସି ଅନ୍ୟ ବ୍ୟାଙ୍କ ସହ ବିଳୟ ହୋଇଛି । ଏଥିପାଇଁ ଆପଣଙ୍କ ପାଖରେ ଯଦି ସେହି ବ୍ୟାଙ୍କ ମାନଙ୍କର ଚେକ ବୁକ ଅଛି ତାହେଲେ ଆପଣ ଜାଗରୁକ ହୁଅନ୍ତୁ । ଯଦି ଆପଣଙ୍କ ଏହି ୭ଟି ବ୍ୟାଙ୍କରେ ଖାତା ଅଛି ତାହେଲେ ଶୀଘ୍ର ନିଜର ଚେକ ବୁକ ଓ ଆଇଏଫସି କୋଡ ପଚାରି ବୁଝିନିଅନ୍ତୁ ।, ୧ଏପ୍ରିଲରୁ ୭ଟି ବ୍ୟାଙ୍କର ଚେକ୍ ବୁକ କାମ ଦେବନାହିଁଏହି ୭ଟି ବ୍ୟାଙ୍କର ଚେକ ବୁକ ହୋଇଯିବ ଅମାନ୍ୟ –
ଏହି ସାତୋଟି ବ୍ୟାଙ୍କର ଚେକ୍ ବୁକ୧ଏପ୍ରିଲ ୨୦୨୧ରୁ ଅମାନ୍ୟ ହୋଇଯିବ ବ୍ୟାଙ୍କ ର ନାମ- ଦେନା ବ୍ୟାଙ୍କ, ବିଜୟ ବ୍ୟାଙ୍କ, କର୍ପୋରେସନ ବ୍ୟାଙ୍କ, ଆନ୍ଧ୍ରା ବ୍ୟାଙ୍କ, ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ, ୟୁନାଇଟେଡ ବ୍ୟାଙ୍କ ଓ ଆଲାହାବାଦ ବ୍ୟାଙ୍କ ।, ୧ଏପ୍ରିଲରୁ ୭ଟି ବ୍ୟାଙ୍କର ଚେକ୍ ବୁକ କାମ ଦେବନାହିଁ୩୧ ମାର୍ଚ ପରେ ଚେକବୁକ ବେକାର –
ଦେନା ବ୍ୟାଙ୍କ ଓ ବିଜୟ ବ୍ୟାଙ୍କର ବିଳୟ ବ୍ୟାଙ୍କ ଅଫ୍ ବରୋଦାରେ ହୋଇସାରିଛି । ଏହି ପ୍ରକ୍ରିୟା ୨୦୧୯ରୁ ଲାଗୁ ହୋଇସାରିଛି, ପ୍ରଥମ ଏପ୍ରିଲରୁ ଏଠି ବ୍ୟାଙ୍କ ଅଫ ବରୋଦାର ଚେକ ବୁକ ହିଁ କାମ ଦେବ । ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ ଓ ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆର (PNB) ସହ ମର୍ଜ ହୋଇଛି । PNB ( ପଞ୍ଜାବ ନାସେନାଲ ବ୍ୟାଙ୍କ ) ମନ୍ତବ୍ୟ ଦେଇସାରିଛି ଯେ ମର୍ଜ ହୋଇଥିବା ବ୍ୟାଙ୍କ ମାନଙ୍କର ଚେକ ବୁକ ୩୧ ମାର୍ଚ ଯାଏଁ ଚାଲିବ । ଆନ୍ଧ୍ରା ବ୍ୟାଙ୍କ ଓ କର୍ପୋରେସନ ବ୍ୟାଙ୍କର ଖାତାଧାରକ ମାନେ ବର୍ତ୍ତମାନ ବ୍ୟାଙ୍କର ୱେବସାଇଟରେ ନିଜ ଆଇଏଫଏସି କୋଡର ପତ୍ତା ଲାଗିପାରିବ । ଏହା ପାଇଁ ଆପଣଙ୍କୁ ଆଧିକାରିକ ୱେବସାଇଟ www.unionbankofindia.co.in  କୁ ଯିବାକୁ ପଡିବ ଏହା ପରେ ଆପଣଙ୍କୁ Amalgamation Centre କ୍ଲିକ କରିବାକୁ ପଡିବ । ଏହାପରେ ଆପଭ ଅପଡେଟ ଆଇଏଫଏସି କୋଡ ଜାଣିପାରିବେ । ବ୍ୟାଙ୍କର କଷ୍ଟ୍ୟୁମର କେୟାର ନମ୍ବର ୧୮୦୦-୨୦୮-୨୨୪୪ ଓ ୧୮୦୦-୪୨୫-୧୫୧୫ରେ ଫୋନ କରିପାରିବା । ନହେଲେ ମେସେଜ ଦ୍ୱାରା ସୂଚନା ପାଇପାରିବେ, ଏହା ପାଇଁ ଆପଣଙ୍କୁ IFSC <OLD IFSC> ଲେଖି ୯୨୨୩୦୦୮୪୮୬ ରେ ମେସେଜ ପଠାଇବାକୁ ହେବ ।, ୧ଏପ୍ରିଲରୁ ୭ଟି ବ୍ୟାଙ୍କର ଚେକ୍ ବୁକ କାମ ଦେବନାହିଁ୧ ଏପ୍ରିଲରୁ ନୂଆ ନିୟମ ଜାରି ରହିବ –
୧ ଏପ୍ରିଲରୁ ନୂଆ ନିୟମ ଏହି ସମସ୍ତ ବ୍ୟାଙ୍କ ସହ ଲାଗୁ ରହିବ । ବିଳୟ ଫଳରେ କାତା ସଂଖ୍ୟା, IFSC CODE , MICR CODE , ବ୍ରାଞ୍ଚ ଠିକନା ମଧ୍ୟ ବଦଳିପାରେ । ଏହି ବୟାଙ୍କର ଗ୍ରାହକ ମାନଙ୍କୁ ବର୍ତ୍ତମାନ ନୂଆ ବ୍ୟାଙ୍କର ଚେକବୁକ ମିଳିବ ।

Post Your View

Leave a Reply

Your email address will not be published. Required fields are marked *

Back to top button