ଭୁଲ୍ ମାଗିବେ କି ଲେଖାଶ୍ରୀ?

ପୁରୀକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ବିଜେପି ନେତ୍ରୀ

ଦିନକୁ ଦିନ ବଢି ଚାଲିଛି ଲେଖାଶ୍ରୀଙ୍କ ଅଡୁଆ । କିଛି ନ ବୁଝି ନ ସୁଝି ସର୍ବାସାଧାରଣ ଭାବରେ ମନ୍ତବ୍ୟ ଦେଇ ଫସିଛନ୍ତି ଲେଖାଶ୍ରୀ । ନିଜ ଦଳକୁ ଟେକି ବହୁତ କିଛି କହିଥିଲେ କିନ୍ତୁ ବର୍ତ୍ତମାନ ନିଜ ଦଳ ଲୋକ ହିଁ ତାଙ୍କୁ ଆଉ ସମର୍ଥନ କରୁ ନାହାଁନ୍ତି । ଓଡିଶାର କଳା ସଂସ୍କୃତି ଓ ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କ ବିଷୟରେ କହିବା ଲେଖାଶ୍ରୀଙ୍କୁ ବହୁତ ମହଙ୍ଗା ପଡିଛି ବର୍ତ୍ତମାନ ସେ କଥା ଭୁଲାଉଛନ୍ତି ହେଲେ କଣ ସେମିତି ହୁଏ? ନେତ୍ରୀ ହୋଇ ଯଦି ଯେଉଁ ରାଜ୍ୟରେ ରହିବ ସେହି ରାଜ୍ୟ ବିରୁଦ୍ଧରେ ସର୍ବସାଧାରଣରେ କହିବେ ଲୋକ ଛାଡିବେ ତ? ତେବେ କଣ ଥିଲା ଲେଖାଶ୍ରୀଙ୍କ ବୟାନ ଓ କିପରି ଏହା ଓଡିଶାବାସୀଙ୍କୁ ଆଘାତ ପ୍ରଦାନ କରିଛି ?

, ଭୁଲ୍ ମାଗିବେ କି ଲେଖାଶ୍ରୀ?
ପୁରୀର ଜଗନ୍ନାଥ ମନ୍ଦିର ବିଶ୍ୱ ପ୍ରସିଦ୍ଧ । ଜଗନ୍ନାଥଙ୍କ ସଂସ୍କୃତି ଓଡିଶାର ସଂସ୍କୃତି । ଓଡିଶା ପୁରୀ ଜଗନ୍ନାଥ ମନ୍ଦିର ପାଇଁ ବିଶ୍ୱ ଦରବାରରେ ସୁପରିଚିତ । କୋଣାର୍କ ଓ ପୁରୀ ମନ୍ଦିର ବିଷୟରେ ସାରା ଭାରତର ଲୋକ ନିଜ ଇତିହାସ ବହିରେ ପଢିଛନ୍ତି ଏଭଳି କି ପଢୁଛନ୍ତି କିନ୍ତୁ ବିଜେପି ନେତ୍ରୀ ପୁରୀ କୁ ଜାଣି ନଥିଲେ । ଜଗନ୍ନାଥ ମନ୍ଦିର ପୁରୀରେ ଅଛି ଓ ଏହା ଓଡିଶାର ଗର୍ବ ଗୈାରବ ଏକଥା ଜାଣି ନଥିଲେ ନେତ୍ରୀ ମହୋଦୟା । ପୁରୀ କୁଆଡେ ଜଣେ ବିଜେପି କେନ୍ଦ୍ରୀୟ ନେତା ଯୋଗୁଁ ଜଣା ପଡିଲା ।
ପ୍ରକୃତ ଘଟଣାଟି ହେଲା ନିକଟରେ ପୁରୀ ଓ ଜଗନ୍ନାଥ ମନ୍ଦିରକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତରାୟ । ସେ କହିଥିଲେ ୨୦୧୯ ନିର୍ବାଚନ ଲଢିବା ପରେ ଶ୍ରୀ ଜଗନ୍ନାଥ ପୁରୀରେ ଅଧିଷ୍ଠିତ ବୋଲି ଲୋକ ଜାଣିଲେ । ନଚେତ୍ ପୁରୀ ଶ୍ରୀ ଜଗନ୍ନାଥ କୋଲକାତାର ବୋଲି ଲୋକ ଜାଣିଥିଲେ । ଶ୍ରୀଲେଖାଙ୍କ ଏଭଳି ଅଦ୍ଭୁଦ ବୟାନ ତାଙ୍କୁ ବିବାଦ ଘେରକୁ ଟାଣି ଆଣିଛି । ରାଜନୀତି କ୍ଷେତ୍ରରେ ଏହା ହଟଚମଟ ସୃଷ୍ଟି କରିଛି । ବିଜେପୀ ନେତ୍ରୀଙ୍କ ଏଭଳି ବୟାନ ପରେ ତାଙ୍କୁ ଘେରିଛନ୍ତି ବିଜେଡି ତଥା କଂଗ୍ରେସ୍ ନେତା ।

, ଭୁଲ୍ ମାଗିବେ କି ଲେଖାଶ୍ରୀ?
ଏହି ବିବାଦ ଦିନକୁ ଦିନ ନିଆଁ ଭଳି ମାଡି ଚାଲିଛି । ଯାହା ଥମିବାର ନାଁ ନେଉନି । ଲେଖାଶ୍ରୀ ସର୍ବସାଦାରଣରେ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି ଅନେକ ନେତା ତଥା ଲୋକ । କିଛି ଲୋକ ଲେଖାଶ୍ରୀଙ୍କ ବିରୁଦ୍ଧ୍‌ରେ ରାଲି କଲେଣି ଓ ଆଉ କିଛି ଲୋକ ଇସ୍ତଫା ବି ଦାବି କଲେଣି । ଯାହାଙ୍କ ପାଇଁ ଲେଖାଶ୍ରୀ ଏମିତି କହିଥିଲେ ସେ ମଧ୍ୟ ନିଜେ କହିଲେଣି ଯେ ମୁଁ ପରିଚୟ ଜଗନ୍ନାଥଙ୍କ ଯୋଗୁଁ ପାଇଛି ତଥାପି ମଧ୍ୟ ଲେଖାସ୍ରୀଙ୍କ ଉପରେ ସନ୍ତଷ୍ଠ ହୋଇ ନାହାଁନ୍ତି ଲୋକ ।

, ଭୁଲ୍ ମାଗିବେ କି ଲେଖାଶ୍ରୀ?
ଏତେ ବିବାଦ ସୃଷ୍ଟି ହେବାରୁ ନିଜ ପ୍ରତିକ୍ରିୟା ରଖିଛନ୍ତି ନେତ୍ରୀ । ସେ ଟୁଇଟ କରି ଲେଖିଛନ୍ତି ଓଡିଆ ସଂସ୍କୃତି, ପରମ୍ପରା କ୍ଷୁର୍ଣ୍ଣ ପାଇଁ ଷଡଯନ୍ତ୍ର ଚାଲିଛି । କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଓ ଦଳ ଷଡଯନ୍ତ୍ର କରୁଛନ୍ତି । କୋଭିଡ୍ କଟକଣା ଭିତରେ ବି ଦେଶବ୍ୟାପୀ ମନ୍ଦିର ଖୋଲିଲାଣି । କୋଭିଡ୍ ବାହାନାରେ ଶ୍ରୀମନ୍ଦିର ଖୋଲୁ ନାହାଁନ୍ତି । ସେ ଆହୁରି ବି କହିଛନ୍ତି ପୁରୀ ରଥଯାତ୍ରା ବନ୍ଦ ପାଇଁ ଷଡଯନ୍ତ୍ର ଚାଲିଥିଲା । ମହାପ୍ରଭୁ ନିଜେ ରଥଯାତ୍ରା କଲେ । ସେ ଏହା ବି କହିଛନ୍ତି ଲୋକ ତାଙ୍କର ପୂରା ଭିଡିଓ ନଦେଖି ଗୋଟିଏ ଲାଇନକୁ ନେଇ ବିବାଦ ସୃଷ୍ଟି କରୁଛନ୍ତି । ଲୋକ ତାଙ୍କର ପୂରା ଭିଡିଓ ଦେଖିବା ଆବଶ୍ୟକ କିନ୍ତୁ ଲୋକଙ୍କ ରାଗ ଦେଖି ଯାହା ଲାଗୁଛି । ନେତ୍ରୀ ହୁଅନ୍ତୁ ଅଭିନେତ୍ରୀ ବା ସାଧାରଣ ଜନତା କେହି ମଧ୍ୟ ଓଡିଶାକୁ ଓଡିଶାର ସଂସ୍କୃତିକୁ ନେଇ ଏଭଳି ମନ୍ତବ୍ୟ ଦେଲେ ତାକୁ ଏମିତି ଅପଦସ୍ତ ହେବାକୁ ପଡିବ । ଲୋକଙ୍କ ପାଖରେ କ୍ଷମା ନମାଗିଲା ଯାଏଁ ଲୋକଙ୍କ ରାଗ ଶାନ୍ତ ହେଲା ଭଳି ଜମା ଲାଗୁନି । ତେବେ ଲେଖାସ୍ରୀ ନିଜ ଭୁଲ ମାନି କେବେ ଭୁଲ ମାଗୁଛନ୍ତି ଦେଖିବାକୁ ବାକି ରହିଲା ।

Post Your View

Leave a Reply

Your email address will not be published. Required fields are marked *

Back to top button