ପଥର କୁହେ ପୁଅ ହେବ ନା ଝିଅ!

ଆଜିର ଦିନରେ ବି ଲୋକମାନେ ଯେ ଅନ୍ଧ ବିଶ୍ୱାସକୁ ବିଶ୍ୱାସ କରନ୍ତି ତାର ଅନେକ ଉଦାହରଣ ବିଭିନ୍ନ ସମୟରେ ଦେଖିବାକୁ ମିଳେ। ସେହିପରି ଏକ ଉଦାହରଣ ଦେଖିବାକୁ ମିଳିଛି ଝାଡଖଣ୍ଡର ଗୋଟିଏ ଛୋଟିଆ ଗାଁର ଶେଷ ମୁଣ୍ଡରେ ଥିବା ଗୋଟିଏ ପାହାଡ ଓ ପାହାଡର ଉପରି ଭାଗରେ ଥିବା ପଥରକୁ ନେଇ। ପାହାଡ ଉପରେ ଥିବା ଏହି ପଥର ଚନ୍ଦ୍ରାକୃତି ସଦୃଶ। ବର୍ଷେ ବା ଦୁଇ ବର୍ଷ ନୁହେଁ ୪୦୦ ବର୍ଷ ଧରି ସେମାନେ ବିଶ୍ୱାସ କରି ଆସୁଛନ୍ତି ଯେ ପାହାଡ ଉପରେ ଥିବା ଏହି ପଥର ଗର୍ଭବତୀ ମହିଳାଙ୍କ ଗର୍ଭରେ ଥିବା ଶିଶୁର ଲିଙ୍ଗ ନିରୁପଣ କରିଥାଏ। ଗର୍ଭ ଭିତରେ ପୁଅ ଅଛି ନା ଝିଅ ତାର ନିର୍ଣ୍ଣୟ କରିଥାଏ।
ନିର୍ଜୀବ ପଥର ଖଣ୍ଡିଏ କିପରି ନିର୍ଣ୍ଣୟ କରିବ ଲିଙ୍ଗ ଏହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ପାହାଡ ଉପରେ ଥିବା ଏହି ପତର ଉପରକୁ ଗର୍ଭବତୀ ମହିଳା ପଥର ଫୋପାଡନ୍ତି। ଯଦି ଏହି ପଥର ଚନ୍ଦ୍ରାକୃତି ପଥରର ମଝି ଭାଗରେ ରୁହେ ତେବେ ମହିଳାଙ୍କ ପୁଅ ହେବ ଓ ଯଦି ପଥରଟି ଚନ୍ଦ୍ରରୁ ବାହାରକୁ ଯାଏ ତେବେ ଝିଅ ହେବ ବୋଲି ଜଣାପଡିଥାଏ।
ଏମିତି ବି ଘଟଣା ସ୍ଥାନୀୟ ଅଞ୍ଚଳରେ ଦେଖିବାକୁ ମିଳେ ଯେ ଗର୍ଭବତୀ ମହିଳା ଯେତେବେଳେ ଜାଣନ୍ତି ତାଙ୍କ ଗର୍ଭରେ ଗୋଟିଏ କନ୍ୟା ସନ୍ତାନ ବଢୁଛି ସେ ତାକୁ ମାରିବାକୁ ମଧ୍ୟ ପଛାନ୍ତି ନାହିଁ। ବର୍ତ୍ତମାନ ଗର୍ଭପାତ ଆଇନଗତ ଭାବେ ଅପରାଧ। କୈାଣସି ଡାକ୍ତର ବା କ୍ଲିନିକ ଯଦି ଏହିପରି କରୁଥିବାର ଜଣା ପଡନ୍ତି ତେବେ ଜେଲ ସହ ତାଙ୍କୁ ତଣ୍ଡ ମଧ୍ୟ ଗଣିବାକୁ ପଡିଥାଏ। କିନ୍ତୁ ଯେତେବେଳେ କୈାଣସି ଉପାୟ ନମିଳେ ଲୋକ ଅନ୍ଧ ବିଶ୍ୱାସ ଉପରେ ମଦ୍ୟ ବିଶ୍ୱାସ କରିବାକୁ ପଛାନ୍ତି ନାହିଁ। ଆଉ ସେ ଅନ୍ଧବିଶ୍ୱାସକୁ ଆଧାର କରି ଗର୍ଭନଷ୍ଟ କରିବାକୁ ପଛାନ୍ତି ନାହିଁ।
ତେବେ ଏହା କେତେ ଦୂର ଯୁକ୍ତିଯୁକ୍ତ? ନିର୍ଜୀବ ପଥର ଦେହରେ ଦେହରେ ଯଦି ଏତେ ଚମତ୍କାରିତା ଥାଆନ୍ତା ତ ଲୋକ ସୋନୋଗ୍ରାଫି କାହିଁକି କରନ୍ତେ। ଛୁଆର ଅବସ୍ଥିତି ଜାଣିବା ପାଇଁ କାହିଁକି ବାରମ୍ବାର ରିପୋର୍ଟ କରନ୍ତେ? ସବୁ ତ ପଥର କହି ଦେଇ ପରାନ୍ତା। ଏହିପରି ଅନ୍ଧବିଶ୍ୱାସ ଠାରୁ ଦୂରେଇ ରୁହନ୍ତୁ। ପୁଅ ହେଉ ବା ଝିଅ ସମସ୍ତେ ସମାନ। କାହାରି ଭିତରେ କିଛି ଫରକ ନାହିଁ। ପୁଅଟି ଯେଉଁ କାମ କରି ପାରିବ ଝିଅଟି ବି ସେହି କାମ କରି ପାରିବ।

Post Your View

Leave a Reply

Your email address will not be published. Required fields are marked *

Back to top button