ଆଉ ନାଚିବେନି ସରୋଜ

ବଲିଉଡକୁ ଲାଗିଗଲା ନଜର

ଏହି ୨୦୨୦ବର୍ଷଟି ସତରେ ଏକ ଅଭିଶପ୍ତ ବର୍ଷ । ଏହିବର୍ଷ ଆମେ ଖୁବ୍ ମହାନ ମହାନ ଲୋକମାନଙ୍କୁ ଆମ ଗହଣରୁ ହରାଇବସିଛୁ । କରୋନାର ଏହି କରାଳ ରୂପ ସହ ,ନିଜ ପ୍ରିୟ ଲୋକମାନଙ୍କର ଦେହାନ୍ତ ସତରେ ଖୁବ୍ କଷ୍ଟଦାୟକ । ବଲିୟୁଡର ଜଣେ ଖ୍ୟାତନାମା ନୃତ୍ୟ ନିଦ୍ଦେଶକ ସରୋଜ ଖାନ୍‌ଙ୍କର ଗତକାଲି ବିଳମ୍ବିତ ରାତି ୧.୫୨ମିନିଟରେ ହୃଦଘାତ କାରଣରୁ ଦେହାନ୍ତ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା । ଗତ ଜୁନ୍ ୨୦ ତାରିଖରୁ ସେ ଶ୍ୱାସକ୍ରିୟାରେ କଷ୍ଟଅନୁଭବ କରୁଥିବାରୁ ତାଙ୍କୁ ମୁମ୍ବାଇସ୍ଥିତ ଗୁରୁନାନକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବଲିୟୁଡର ବହୁ ଚର୍ଚ୍ଚିତ ଅଭିନେତ୍ରୀଙ୍କର ନୃତ୍ୟର ଯାଦୁଗରୀ ପଛରେ ସବୁବେଳେ ଥାଆନ୍ତି ସରୋଜ ଖାନ୍ । ସେ ନିଜର ଦମଦାର ଏକ୍ସପ୍ରେସେନ ଓ ଡ୍ୟାନ୍ସ ଷ୍ଟାଇଲକୁ ଖୁବ୍ ସହଜରେ ଶିଖାଇଦେଇ ପାରୁଥିଲେ ଅଭିନେତ୍ରୀମାନଙ୍କୁ । ୨୦୦୦ରୁ ଉର୍ଦ୍ଦ ସଂଗୀତରେ ସେ କୋରିୟଗ୍ରାଫି କରି ଫେମସ୍ ହୋଇଛନ୍ତି । ଖୁବ୍ କମ୍ ଲୋକେ ଜାଣନ୍ତି ଯେ ସରୋଜ ଖାନ୍‌ଙ୍କ ଅସଲି ନାଁ ନିର୍ମଳା ନାଗ୍ ପାଲ୍ ଥିଲା । ପାର୍ଟିସନ ପରେ ସରୋଜ ଖାନ୍‌ଙ୍କ ପରିବାର ଭାରତ ଚାଲିଆସିଥିଲେ । ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ସରୋଜ ଖାନ୍ ପିଲାଦିନୁ ହିଁ ନାଚ,ଅଭିନୟ ପ୍ରତି ରୁଚି ରଖୁଥିଲେ । ମାତ୍ର ୩ବର୍ଷ ବୟସରେ ସେ ପ୍ରଥମଥର ପାଇଁ ନଜରାନା ଚଳଚିତ୍ରରେ ଶ୍ୟାମା ନାମକ ଜଣେ କୁନି କଳାକାର ହିସାବରେ ଅଭିନୟ କରିଥିଲେ । ଚାରି ଦଶନ୍ଧିରୁ ଅଧିକ ସମୟର କ୍ୟାରିଅର ରହିଛି ସରୋଜ ଖାନ୍‌ଙ୍କର । ତାଙ୍କୁ ନିଜର ଗୁରୁ ମାନୁଥିବା ପ୍ରସିଦ୍ଧ ହିରୋଇନ ମାନେ ହେଲେ ମାଧୁରୀ ଦିକ୍ଷୀତ୍‌,ହେମା ମାଲିନୀ,ଶ୍ରୀଦେବୀ,ଜୁହି ଚାୱଲା ଆହୁରୀ ଅନେକ ଅଭିନେତ୍ରୀ । ତାଙ୍କୁଠୁ ନୃତ୍ୟ ଶିକ୍ଷା ପାଇ ସେମାନେ ଆଜି ଦର୍ଶକଙ୍କର ମନରଞନ କରିପାରୁଛନ୍ତି । ମାଧୁରୀଙ୍କର ଏକ ଦୋ ତିନ୍ ଗୀତଟି ଏତେ ଫେମସ୍ ହୋଇଥିଲା ,ଯାହା ଆଜି ପର୍ଯ୍ୟନ୍ତ ଲୋକଙ୍କ ମନରେ ଘର କରି ରହିଛି । ସତରେ ବଲିୟୁଡଙ୍କୁ ତାଙ୍କର ଅବଦାନ ଅନ୍ୟନ୍ୟ । ହେଲେ ବଲିୟୁଡ ହିନ୍ଦି ଇଣ୍ଡଷ୍ଟ୍ରିକୁ ଚର୍ଚ୍ଚିତ କରାଇ ଆଜି ସମସ୍ତଙ୍କୁ ହଠାତ୍ ଛାଡି ଚାଲିଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇଦେଇଛି ।

Post Your View

Leave a Reply

Your email address will not be published. Required fields are marked *

Back to top button
Close