ୟାମି ଗୌତମଙ୍କୁ ଇଡିର ସମନ

ବେଆଇନ ଭାବେ ବୈଦେଶିକ ମୁଦ୍ରା କାରବାର ମାମଲା..

ସେ ଡ୍ରଗ୍ସ କାରବାର ହେଉ କି କାଷ୍ଟିଂ କାଉଚ, କିମ୍ବା ବେଆଇନ ଅର୍ଥ କାରବାର ହେଉ ସବୁବେଳେ ବିବାଦ ଭିତରେ ରହିଛି ବଲିଉଡ । ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବଲିଉଡର ଅନେକ ଆଗଧାଡିର କଳାକାର ସନ୍ଦେହ ଘେରକୁ ଆସିଥିବା ବେଳେ ଏବେ ବେଆଇନ ବୈଦେଶିକ ମୁଦ୍ରା କାରବାର ନେଇ ଅଭିନେତ୍ରୀ ୟାମୀ ଗୌତମଙ୍କୁ ନୋଟିସ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ବଲିଉଡ ଅଭିନେତ୍ରୀ ୟାମି ଗୌତମଙ୍କୁ ପଚରା ଉଚରା କରିବାକୁ ଇଡି ନୋଟିସ୍ କରିଛି । ବୈଦେଶିକ ମୁଦ୍ର ଅଦଳ ବଦଳ ବେଳେ ଆଇନ ଉଲଘଂନ କରିଥିବା ଅଭିଯୋଗରେ ତାଙ୍କୁ ଇଡି ନୋଟିସ୍ କରିଛି । ୟାମି ଗୌତମଙ୍କୁ ଇଡିର ଏହା ଦ୍ୱିତୀୟ ନୋଟିସ । ମୁମ୍ବାଇ ଇଡିର ଜୋନ-୨ ଦ୍ୱାରା ଏହି ନୋଟିସ ଜାରି କରାଯାଇଛି ।

୨୦୧୯ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଉରି: ଦି ସର୍ଜିକାଲ୍ ଷ୍ଟ୍ରାଇକ୍’ରେ ୟାମି ଏବଂ ଆଦିତ୍ୟ ଏକାଠି କାମ କରିଥିଲେ । ଯାହାକି ବହୁତ ହିଟ୍ ସାବ୍ୟସ୍ତ ହୋଇଥିଲା । ହିମାଚଳ ପ୍ରଦେଶର ବିଲାସପୁରରେ ଜନ୍ମଗ୍ରହଣ କରିବା ପରେ ଚଣ୍ଡିଗଡ଼ରେ ବଢୁଥିବା ୟାମି ଗୌତମ ଅଭିଷେକ ବଚ୍ଚନଙ୍କ ବିପକ୍ଷରେ ଆଗାମୀ ଚଳଚ୍ଚିତ୍ର ଦାସଓ୍ୱିରେ ନଜର ଆସିବେ । ଦିଲ୍ଲୀରୁ ଆସିଥିବା ଧର ବର୍ତ୍ତମାନ ‘ଅମର ଅଶ୍ୱତ୍ଥାମା’ରେ କାମ କରୁଛନ୍ତି । ଏଥିରେ’ ଉରି’ରେ ତାଙ୍କ ସହ କାମ କରିଥିବା ବିକି କୌଶଲ ମଧ୍ୟ ଅଭିନୟ କରିବେ ।

Post Your View

Leave a Reply

Your email address will not be published. Required fields are marked *

Back to top button