କରୋନା ମାମଲା ବୃଦ୍ଧିକୁ ବ୍ରେକ୍ ଦିଅ, ଆକ୍ସନ ନିଅ : ପ୍ରଧାନମନ୍ତ୍ରୀ

କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି କେଉଁଭଳି ପଦକ୍ଷେପ ନିଆଯାଇ ପାରିବ ସେନେଇ ୬ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ।ମୋଦୀ କହିଛନ୍ତି ଯେ, ଯେଉଁଠାରେ ଦ୍ୱିତୀୟ ଲହର ଆରମ୍ଭ ହୋଇଥିଲା ସେଠାରେ କେସ୍ କମ୍ ହେବା କଥା । କିନ୍ତୁ ମହାରାଷ୍ଟ୍ର ଓ କେରଳରେ ପୁଣି ଥରେ ମାମଲା ବଢୁଛି । ଏହା ଦେଶ ପାଇଁ ଚିନ୍ତାର ବିଷୟ । ଯେଉଁ ରାଜ୍ୟରେ ମାମଲା ବଢୁଛି ସେଠାକାର ସରକାର କଡା ପଦକ୍ଷେପ ନେଇ ତୃତୀୟ ଲହରକୁ ରୋକିବା ଆବଶ୍ୟକ । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସଂକ୍ରମଣକୁ ଆମକୁ ରୋକିବାକୁ ହେବ । , କରୋନା ମାମଲା ବୃଦ୍ଧିକୁ ବ୍ରେକ୍ ଦିଅ, ଆକ୍ସନ ନିଅ : ପ୍ରଧାନମନ୍ତ୍ରୀକରୋନା ସହ ଲଢେଇ କରିବା ପାଇଁ ଆମକୁ ୪ଟି ଦିଗ ଉପରେ ଅଧିକ ଗୁରୁତ୍ୱ ଦେବାକୁ ହେବ । ଟେଷ୍ଟି, ଟ୍ରେସିଂ, ଟ୍ରାକିଂ ଓ ଟିକା ଉପରେ ଅଧିକ ଗୁରୁତ୍ୱ ଦେବାକୁ ହେବ । ଏହାସହିତ ମୋଦି କହିଛନ୍ତି, କରୋନା ବିରୋଧୀ ଲଢେଇରେ ଟିକା ଆମର ଏକ ବଡ ଅସ୍ତ୍ର, ତେଣୁ ଟିକାକରଣ ପ୍ରକ୍ରିୟାର ପରିଚାଳନା ଠିକ୍ ଭାବେ ହେବା ନିହାତି ଆବଶ୍ୟକ ।ଶିଶୁଙ୍କୁ ସଂକ୍ରମଣରୁ ରୋକିବାକୁ ହେଲେ ପୂର୍ଣ୍ଣ ପ୍ରସ୍ତୁତି ମଧ୍ୟ ଜରୁରୀ । ଗ୍ରାମାଞ୍ଚଳରେ ଅଧିକ ନଜର ରଖିବାକୁ ପଡିବ । ଗ୍ରାମାଞ୍ଚଳରେ ଅଧିକ ସଂକ୍ରମଣ ବ୍ୟାପୁଥିବାରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡିବ ।ସୂଚନାଯୋଗ୍ୟ, ଶୁକ୍ରବାର ମୋଦୀ ଓଡିଶା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ କେରଳ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ଭାଇ ମାଣ୍ଡେଭ୍ୟ ମଧ୍ୟ ଉପସ୍ଥିତ ରହିଥିଲେ ।

Post Your View

Leave a Reply

Your email address will not be published. Required fields are marked *

Back to top button