କଣ ଆଜି ଆରେଷ୍ଟ ହେବେ ଦୀପିକା ?

ଝିମିଟି ଖେଳରୁ ମହାଭାରତର କଥା ତ ଆପଣମାନେ ଶୁଣିଥିବେ । କିନ୍ତୁ ଏବେ ଏହିଭଳି ମହାଭାରତ ଅସଲି ଜୀବନରେ ବି ଦେଖିବାକୁ ମିଳୁଛି । ଏହି ମହାଭାରତର ଆରମ୍ଭ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ହିଁ ହୋଇଛି । କାହିଁକି ନା ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଯେବେଠାରୁ ରିଆ ଚକ୍ରବର୍ତ୍ତୀ ଜେରା ହେଲେଣି ଓ ଜେଲ୍ ଗଲେଣି ସେବେଠାରୁ ବଲିୟୁଡ ଉପରେ କଳାମେଘ ଘୋଟିଆସିଛି । କାରଣ ଡ୍ରଗ୍ସର ଲିଙ୍କ ନେଇ ଏନ୍ ସି ବି ଖୋଳତାଡ କରୁଛି । ଯେଉଁଥିରେ ବଲିୟୁଡର ୧ନଂ ସ୍ଥାନରେ ରହିଥିବା ହିରୋଇନମାନେ ଯେମିତିକି ସାରା ଅଲ୍ଲୀ ଖାନ୍‌,ରକୁଲ ପ୍ରିତ ସିଂ,ଶ୍ରଦ୍ଧା କପୁର ଓ ଦିପିକା ପାଡୁକୋନଙ୍କୁ ଡ୍ରଗ୍ସର ଲିଙ୍କରେ ଧାଡି ବାନ୍ଧିଛନ୍ତି । ଓ ସେମାନଙ୍କୁ ସନ୍ଦେହ କରି ସମନ ପଠାଉଛି ଏନ୍ ସି ବି ।

, କଣ ଆଜି ଆରେଷ୍ଟ ହେବେ ଦୀପିକା ?
ଆଉ ଏହି ମାମଲାରେ ଦିପିକାଙ୍କ ମ୍ୟାନେଜର କରିଶ୍ମା ସହ ଡ୍ରଗ୍ସ ମଗାଇଥିବାର ଚାଟିଙ୍ଗ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି । ତେବେ ସୂଚନା ଅନୁସାରେ ଦିପିକାଙ୍କୁ ଯେତେବେଳେ ସମନ ପଠାଯାଇଥିଲା ସେତେବେଳେ ସେ ମୁମ୍ବାଇରେ ନଥିଲେ ନିଜର ଏକ ଫିଲ୍ମ ସୁଟିଙ୍ଗ କାମରେ ଗୋଆରେ ଥିଲେ । କିନ୍ତୁ ସବୁଠୁ ବଡ କଥା ଏହା ଯେ ଆଜି ସେ ଏନସିବିରେ ଦ୍ୱାରା ଜେରା ହେବା ପରେ କଣ ହେବ ? ଦିପିକା କଣ ସତରେ ମାନିବେ ଯେ ସେ ଡ୍ରଗ୍ସ ନେଉଥିଲେ ବୋଲି । ନା ଆଉ କାହା ନାଁ ଧରି ଖସିବାକୁ ଚେଷ୍ଟା କରିବେ । ଯେମିତିକି ସମସ୍ତେ ଜାଣନ୍ତି ରିୟା ଚକ୍ରବର୍ତ୍ତୀ ପ୍ରଥମଦିନରୁ ଅନେକ ପ୍ରକାରର ମତାମତ ଦେଇଚାଲିଥିଲେ ଓ ନିଜ ନାଁ କୁ ଡ୍ରଗ୍ସ ଲିଙ୍କରୁ ହଟାଇବାକୁ ଯାଇ ସେ ଇଣ୍ଡଷ୍ଟ୍ରିରେ ଜଣଙ୍କ ପରେ ଜଣଙ୍କ ନାଁ କହିଥିଲେ । ଆଉ ସେବେ ଠାରୁ ହିଁ ଏନସିବି ବଲିୟୁଡର ବଡ ବଡ ପାର୍ଟି ଫଙ୍ଗସନରେ ଯୋଗ ଦେଇ ଡ୍ରଗ୍ସର ଧୁଆଁରେ ମତୁଆଲା ହେଉଥିବା ଆଗଧାଡିର ଆକ୍ଟର ମାନଙ୍କୁ ଟାର୍ଗେଟ କରୁଛି ।

ତେବେ ଅନୁମାନ କରାଯାଉଛି କି ଦିପିକାଙ୍କର ଡ୍ରଗ୍ସଲିଙ୍କ ଅଛିକି ନାହିଁ ଜାଣିବା ପାଇଁ ଏନସିବି ଏହିସବୁ ପ୍ରଶ୍ନ ପଚାରି ଜେରା କରିଥିବ ।
1-କଣ ଆପଣ ଡ୍ରଗ୍ସ ନିଅନ୍ତି?
2-ଦିପିକା ଆପଣଙ୍କର ମ୍ୟାନଜର କରିଶ୍ମାଙ୍କ ସହ କେଉଁଭଳି ସଂପର୍କ ଅଛି ?
3-ଆପଣ ବ୍ୟବହାର କରୁଥିବା ଫୋନ୍ ନମ୍ବରରୁ ଆପଣ କେଉଁମାନଙ୍କ ସହ ରେଗୁଲାର କଥା ହୁଅନ୍ତି ?
4-ଅମିତ୍ ଓ ଶେଲ୍ କିଏ? ଆପଣ ତାଙ୍କୁ କେମିତି ଜାଣନ୍ତି ?
5-ଆପଣଙ୍କର ଭାଇରାଲ ହେଉଥିବା ଚାଟିଙ୍ଗ ବିଷୟରେ କଣ କହିବେ ?
6-କେବେଠାରୁ ଡ୍ରଗ୍ସ ନେଉଛନ୍ତି ?
7-ଆଉ ଏହା ବେଆଇନ ବୋଲି ଜାଣି ବି କାହିଁକି ନେଉଛନ୍ତି ?
8-କରିଶ୍ମା ଆପଣଙ୍କୁ କେତେଥର ଡ୍ରଗ୍ସ ଦେଇଛନ୍ତି ?

, କଣ ଆଜି ଆରେଷ୍ଟ ହେବେ ଦୀପିକା ?

ତେବେ ଏହିଭଳି ଅନେକ ପ୍ରଶ୍ନବାଣ ଏନସିବି ତରଫରୁ ଦିପିକାଙ୍କୁ ଆଡକୁ ଆସିଥିବ ହେଲେ, ଦିପିକା ଯଦି ସତ ମାନୁଛନ୍ତି ତାଙ୍କୁ କିଛି ବର୍ଷ ପାଇଁ ଜେଲ୍ ହେଇପାରେ କିମ୍ବା ଆଗୁଆ ବେଲ୍ ମଧ୍ୟ ମିଳିପାରେ । ହେଲେ ଯଦି ସେ ସତ ନ ମାନି ଏହି ଆଡୁଆ ସୂତାକୁ ଆହୁରୀ ଲମ୍ବାଇବେ । ତେବେ ହୁଏତ ଆହୁରୀ ଅନେକ ଆକ୍ଟରଙ୍କ ନାଁ ସାମ୍ନାକୁ ଆସିପାରେ । କିନ୍ତୁ ଦିପିକାଙ୍କର ଜେରାକୁ ନେଇ ସୋସିଆଲ ମିଡିଆରେ ଆଉ ଏକ କଥା ମଧ୍ୟ ଦେଖିବାକୁ ମିଳୁଛି ଯେ ସରକାରଙ୍କ ବିରୁଦ୍ଦରେ କୃଷକ ମାନଙ୍କର ଚାଲିଥିବା ନାରାବାଜିକୁ ଆଡେଇବା ପାଇଁ ବର୍ତ୍ତମାନ ମିଡିଆକୁ ଏକ ଭଲ ଖୋରାଗ ମିଳିଗଲା । ଏହି ଖବରକୁ ଦିନରାତି ଦେଖାଇବା ସହ କିଶାନ୍ ବିଲ୍ ର ବିକ୍ଷୋଭକୁ ନଜରଅନ୍ଦାଜ କରିଦେବେ ଗଣମାଧ୍ୟମ ବୋଲି ଚର୍ଚ୍ଚା ହେଉଛି ।

Post Your View

Leave a Reply

Your email address will not be published. Required fields are marked *

Back to top button