ରାଜଧାନୀରୁ ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୨୪ ଲକ୍ଷ ଟଙ୍କା

ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ବଢ଼ି ଚାଲିଛି ବ୍ରାଉନ ସୁଗାର କାରବାର । ବିଭିନ୍ନ କଟକଣା ସତ୍ତ୍ୱେ୍ୱ ମଧ୍ୟ ଧଳା ଜହର କାରବାର ବୃଦ୍ଧି ପାଉଛି । ଯାହାକି କମିଶନରେଟ ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେବେ ଏହି କାରବାରେ ପୋଲିସକୁ ମିଳିଛି ବଡ ସଫଳତା । ଆଜି ପୁଣି ୨୪୦ଗ୍ରାମର ଧଳା ଜହର ଜବତ କରିଛି ପୋଲିସ । ଏହି ଘଟଣାରେ ସମ୍ପୃକ୍ତ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଖଣ୍ଡିଗିରି ଥାନା ପୋଲିସ ।

, ରାଜଧାନୀରୁ ବ୍ରାଉନ ସୁଗାର ଜବତ, ଜଣେ ଗିରଫଗୋଟିଏ ପଟେ ଧଳାଜହର କାରବାରର ହବ୍ ପାଲଟିଥିବାବେଳେ ରାଜଧାନୀ ଦିନକୁ ଦିନ ଏହି ନିଶା ଏବେ ବୃଦ୍ଧଇ ପାଇବାରେ ଲାଗିଛି । କୌଣସି ସୂତ୍ରରୁ ଖଣ୍ଡଗିରି ଥଶନା ପୋଲିସ ଖବର ପାଇ ଜଣେ ବ୍ୟକ୍ତିଙ୍କ ଠାରୁ ୨୪୦ ଗ୍ରାମର ବ୍ରାଉନ ସୁଗାର ଜବତ କରିବା ସହ ଗୋଟିଏ ପିସ୍ତଲ ଏବଂ କାର ମଧ୍ୟ ଜବତ କରିବାରେ ସକ୍ଷମ ହୋଇଛି ପୋଲିସ ।

, ରାଜଧାନୀରୁ ବ୍ରାଉନ ସୁଗାର ଜବତ, ଜଣେ ଗିରଫଅନ୍ୟ ପଟେ ଗିରଫ ବ୍ୟକ୍ତିଙ୍କୁ ମଧ୍ୟ ଅଧିକ ତଥ୍ୟ ପାଇଁ ପଚରାଉଚରା ଚଳାଇଛି । ଏହି କାରବାରରେ ଗିରଫ ବ୍ୟକ୍ତି ଜଣକ ହେଲେ ନୟାଗଡ଼ ଦଶପଲ୍ଲା ଅଂଚଳର ମୁନ୍ନା ସେଠୀ । ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୨୪ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ତେବେ ଏଠି ପ୍ରଶ୍ନ ଉଠୁଛି ଏତେ ପରିବାଣର ବ୍ରାଉନସୁଗାର ଭୁବନେଶ୍ୱରକୁ କେଉଁଠୁ ଆସିଲା, କିପରି ଆସିଲା ଏବଂ ଏହି କାରବାରର ମାଷ୍ଟରମାଇଣ୍ଡ କିଏ ? ଏହି କାରବାରରେ ଆଉ କିଏ କିଏ ସମ୍ପୃକ୍ତି ଅଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଥିବାବେଳେ ଧଳା ଜହରର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ତାକୁ ନେଇ ତଦନ୍ତ ଚଳାଇଛି ପୋଲିସ । ତେବେ ଆଗାମୀ ଦିନରେ ଏହି ସମସ୍ତ ତଥ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡିଛି ।

Post Your View

Leave a Reply

Your email address will not be published. Required fields are marked *

Back to top button