ସରକାରଙ୍କ ଘୋଷଣା ସତ୍ତ୍ୱେ କାହିଁକି ଗଡିଲାନି ବସ?

ଆଜି ଠାରୁ ବସ୍‌, ଟାକ୍ସି ଓ ଅଟୋ ସେବା ଆରମ୍ଭ ହେବ ବୋଲି ସରକାର ଘୋଷଣା କରିଥିଲେ। ଏହାଦ୍ୱାରା ଅନେକ ଲୋକଙ୍କ ମନରେ ଖୁସି ଦେଖିବାକୁ ମିଳିଥିଲା। କାରଣ ସମସ୍ତ କାର୍ଯ୍ୟାନୁଷ୍ଠାନ ଖୋଲି ଯାଇଥିଲେ ମଧ୍ୟ ପବ୍ଲିକ୍ ଟ୍ରାନ୍ସପୋର୍ଟେସନ୍ ଆରମ୍ଭ ହୋଇ ନଥିଲା। ଯାହା ଦ୍ୱାରା ଅଳ୍ପବାଟ ଯିବା ପାଇଁ ଅଧିକ ଟଙ୍କା ଦେବାକୁ ପଡୁଥିଲା। ଲୋକ ବିଭିନ୍ନ ଅସୁବିଧାର ସମ୍ମୁଖିନ ହୋଇଛନ୍ତି। କିନ୍ତୁ ଅନୁମତି ପରେ ମଧ୍ୟ ଗଡିନି ବସ୍। ପୂର୍ବ ଭଳି ଖାଁ ଖାଁ ରହିଛି ବସ୍‌ଷ୍ଟାଣ୍ଡ।

, ସରକାରଙ୍କ ଘୋଷଣା ସତ୍ତ୍ୱେ କାହିଁକି ଗଡିଲାନି ବସ?

ଏଠାରୁ କୌଣସି ବସ୍ ଯାତାୟତ ଆରମ୍ଭ କରି ନ ଥିବା ଜଣାଯାଇଛି। ଏପରିକି କୌଣସି ସରକାରୀ ବସ୍ ବି ଚାଲୁ ନ ଥିବାର ଖବର ମିଳିଛି। ଠିକ୍ ସେହିପରି ସହରରେ ସିଟି ବସ୍ ଚଳାଚଳ ବି ଆରମ୍ଭ ହୋଇପାରି ନାହିଁ। ଏପରିକି ଅଟୋ ଚଳାଚଳ ବି ସ୍ବାଭାବିକ ହୋଇ ନ ଥିବା କୁହାଯାଉଛି। ଠିକ୍ ସେହିଭଳି ଅବସ୍ଥା ଭଦ୍ରକ ଜିଲ୍ଲାରେ ପରିଲକ୍ଷିତ ହେଉଛି। ରାଜ୍ୟର ଅନ୍ୟ ପ୍ରମୁଖ ବସଷ୍ଟାଣ୍ଡ ବି ଗତ ଦୁଇ ମାସ ଭଳି ଖାଁ ଖାଁ ରହିଥିବାର ଖବର ମିଳିଛି।ସୂଚନାଯୋଗ୍ୟ, ବସ୍‌ର ସିଟ୍‌ ସଂଖ୍ୟା ଅନୁଯାୟୀ ଯାତ୍ରୀ ପରିବହନ ହେବ ବୋଲି ଗତକାଲି ସରକାର ଘୋଷଣା କରିଥିଲେ। ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ କୌଣସି ନିଷ୍ପତ୍ତି ନେଇପାରିନି। ସେପଟେ ସରକାରଙ୍କ ସହ ବିସ୍ତୃତ ଆଲୋଚନା ପରେ ବସ୍‌ ଚଳାଇବା ନେଇ ନିଷ୍ପତ୍ତି ନିଆଯିବ ବୋଲି ବସ୍‌ ମାଲିକ ସଂଘ କହିଛି।ଏହାଛଡା ଡ୍ରାଇଭର, ହେଲପର ନିଜ ନିଜ ଘରେ ଥିବା ସହ କାମକୁ ଆସି ପାରି ନାହାଁନ୍ତି।

Post Your View

Leave a Reply

Your email address will not be published. Required fields are marked *

Back to top button
Close