ଆଜିଠାରୁ ସାରା ଓଡିଶାରେ ଚାଲିଲା ବସ୍

ଯେତିକି ସିଟ୍.. ସେତିକି ପାସେଞ୍ଜର, ପାଳନ ହେବ କୋଭିଡ୍ କଟକଣା..

ପ୍ରାୟ ତିନି ମାସ ପରେ ଜିଲ୍ଲାସ୍ତରକୁ ଗଡ଼ିଛି ବସ୍ । ଏପ୍ରିଲ ୧୦ରୁ ରାଜ୍ୟ ବାହାରକୁ ଏବଂ ମେ ୫ରୁ ରାଜ୍ୟ ଭିତରେ ବସ ଚଳାଚଳ ବନ୍ଦ ରହିଥିଲା । ୧ ତାରିଖରୁ ୨୦ଟି ଜିଲ୍ଲାରେ ଏବଂ ଏବେ ଅବଶିଷ୍ଟ ୧୦ ଜିଲ୍ଲାରେ ବସ ଚଳାଚଳକୁ ଅନୁମତି ଦିଆଯାଇଛି । ରାଜ୍ୟରେ ପ୍ରାୟ ୧୬ ହଜାରରୁ ଅଧିକ ବସ୍ ଠିଆ ହୋଇ ରହିଥିଲା । ଏଭଳି ସ୍ଥିତିରେ କରୋନା କଟକଣା ଯୋଗୁଁ ଦୀର୍ଘ ଦିନ ଠିଆ ହୋଇଥିବାରୁ ବସ୍ ଗୁଡ଼ିକର ମରାମତି ଦରକାର ପଡୁଛି । ବସ୍ ଗଡ଼ିବା ନେଇ ସରକାରଙ୍କ ନିଷ୍ପତ୍ତି ସତ୍ୱେ ରାସ୍ତାକୁ ଓହ୍ଲାଇଛି ମାତ୍ର ୧୦ରୁ ୧୫ ପ୍ରତିଶତ । ତେବେ ବସରେ ଠିଆ ହୋଇ ଯାତ୍ରା କରିବା ମନା ।, ଆଜିଠାରୁ ସାରା ଓଡିଶାରେ ଚାଲିଲା ବସ୍ସରକାରଙ୍କ କୋଭିଡ ନିୟମ ଅନୁଯାୟୀ ବସ୍ ଚଳାଚଳ କରିବ। ପ୍ରତି ବସ୍ ରେ ଯେତିକି ସିଟ୍ ସେତିକି ଯାତ୍ରୀ ଯିବେ। ବିନା ମାସ୍କରେ କାହାକୁ ନିଆଯିବନି। ବସ୍ କୁ ପ୍ରତିଦିନ ବିଶୋଧନ କରାଯିବ। ୧୬ଟି ରୁଟ୍ ରେ ଚଳାଚଳ କରିବ ବସ୍ । ପ୍ରଥମ ପର୍ଯ୍ୟାୟରେ ୮୯ ଟି ବସ ଚାଳାଚଳ ପାଇଁ ନିସ୍ପତ୍ତି ନେଇଛି କ୍ରୁଟ୍ । ଶନିବାର ଦିନ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ। ବସ୍ ମାଲିକ ସଂଘର ସମସ୍ତ ଦାବି ଉପରେ ଆଲୋଚନା ହେବା ପରେ ଏହାକୁ ଧୀରେ ଧୀରେ ପୂରଣ କରିବାକୁ ରାଜ୍ୟ ସରକାର ସମୟ ନେଇଛନ୍ତି।, ଆଜିଠାରୁ ସାରା ଓଡିଶାରେ ଚାଲିଲା ବସ୍ଏହାପରେ ବସ୍ ମାଲିକ ସଂଘ ବସ୍ ଚଳାଇବାକୁ ରାଜି ହୋଇଛି।ସେହିପରି ବାହାର ରାଜ୍ୟକୁ ଗାଡ଼ି ଚଳାଚଳ କରିବାକୁ ଅନୁମତି ଦେବାକୁ ରାଜ୍ୟ ସରକାର ରାଜି ହୋଇଛନ୍ତି। ସେପଟେ ରାଜଧାନୀରେ ଆଜିଠୁ ପୁଣି ଆରମ୍ଭ ହେବ “ମୋ ବସ” ସେବା। ଦୁଇ ମାସ ପରେ ରାଜଧାନୀର ରାସ୍ତାରେ ଗଡ଼ିବ ବସ୍ । ପ୍ରଥମ ପର୍ଯ୍ୟାୟରେ ୮୯ ଟି ବସ୍ ଚାଲିବା ପାଇଁ ନିଷ୍ପତ୍ତି ହୋଇଛି । ଆଗକୁ ତୃତୀୟ ଲହର ଡର ବି ରହିଛି । ତେଣୁ ପାଖାପାଖି ଦୁଇ ମାସ ଯାଏଁ କ୍ଷତିରେ ହିଁ ଚଲାଇବାକୁ ପଡ଼ିବ ବୋଲି ମାଲିକଙ୍କ ମନରେ ଆଶଙ୍କା ବି ରହିଛି । ଶୁକ୍ରବାର ଘରୋଇ ବସ୍ ମାଲିକ ସଂଘର ୭ ଦଫା ଦାବି ନେଇ ସରକାରଙ୍କ ସହ ଆଲୋଚନା ହୋଇଥିଲା । ଅଗଷ୍ଟ ଓ ସେପ୍ଟେମ୍ବର ମାସର ଟିକସ ଛାଡ ପାଇଁ ବିଚାର ବିମର୍ଶ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା କହିଥିଲେ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ  ।

Post Your View

Leave a Reply

Your email address will not be published. Required fields are marked *

Back to top button