ବସରେ ନିଆଁ ଲାଗି ୧୦ ଯାତ୍ରୀ ମୃତ, ନିଜ ଆଡୁ ମାମଲା ରୁଜୁ କଲା ପୋଲିସ

ବ୍ରହ୍ମପୁର ସହରର ଗୋଳନ୍ଥରା ଥାନା ଅନ୍ତର୍ଗତ ମେଲପପୁରୁ ନିକଟରେ ଏକ ଯାତ୍ରୀବାହୀ ବସରେ ଗତକାଲି ୧୧ କେଭି ଭୋଲ୍ଟର ନିଆଁ ଲାଗଥିିଲା। ଏଥିରେ ଆହାତ ହୋଇଥିଲେ ୪୦ ଜଣ ଯାତ୍ରୀ। ଏହି ଦୁର୍ଘଟଣାରେ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩୦ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି। ବ୍ରହ୍ମପୁର ପୋଲିସ ଏ ନେଇ ନିଜ ଆଡୁ ରୁଜୁ କରିଛି ମାମଲା।
ଏହି ଦୂର୍ଘଟଣା ଘଟିବା ସମୟ ଠାରୁ ଫେରାର ଅଛନ୍ତି ବସର ଡ୍ରାଇଭର। ପୁଲିସ ଏପର୍ଯ୍ୟନ୍ତ ଡ୍ରାଇଭରର କୈାଣସି ସନ୍ଧାନ ପାଇ ନାହିଁ। ବ୍ରହ୍ମପୁର ଏସିପି ପିନାକି ମିଶ୍ର ଘଟଣାର ତଦନ୍ତ ଭାର ସମ୍ଭାଳୁଛନ୍ତି। ୧୦ ଜଣଙ୍କ ଶବ ଦାହ ଶେଷ ହୋଇଛି। ୧୦ ଜଣ ଏମ୍‌.କେ.ସି.ଜିରେ ଚିକିତ୍ସାଧୀନ ଥିବା ବେଳେ ୭ ଜଣ କଟକ ବଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏମକେସିଜିରେ ଥିବା ୧୦ ଜଣ ଆହତଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ବେଶ ଶଙ୍କଟାପର୍ଣ୍ଣ ରହିଛି। ଏହି ଯାତ୍ରୀଙ୍କ ଚିକିତ୍ସା ପାଇଁ ଗଠିତ ହୋଇଛି ନୂଆ ଟିମ୍। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟକର ଘଟଣା ହେଉଛି ଗତକାଲି ଠାରୁ ଫେରାର ଅଛନ୍ତି ବସର ଡ୍ରାଇଭର ଏବଂ ସେ ସଂପୂର୍ଣ୍ଣ ସୁସ୍ଥ ଥିବା କଥା ସୂଚନା ରହିଛି। ତେବେ ଏହା ଷଡଯନ୍ତ୍ର ଥିଲା ନା ବାସ୍ତବରେ ଦୁର୍ଘଟଣା ପୁଲିସର ତଦନ୍ତ ପରେ ଜଣା ପଡିବ।

Post Your View

Leave a Reply

Your email address will not be published. Required fields are marked *

Back to top button