ସ୍ୱଚ୍ଛ ସୁନ୍ଦର ହେବ ବ୍ୟାସନଗର ପୌରପରିଷଦ

ଘରକୁ ଘର ବୁଲି ବର୍ଜ୍ୟବସ୍ତୁ ସଂଗ୍ରହ କରିବ ଅଟୋ

ଯାଜପୁର ବ୍ୟାସନଗର ପୌର ପରିଷଦ ହେବ ସ୍ୱଚ୍ଛ ସୁନ୍ଦର । ଏନେଇ ସ୍ଵଚ୍ଚ ସର୍ବକ୍ଷେଣ ପରିମଳ ଓ ବର୍ଜ୍ୟ ବସ୍ତୁପରିଚାଳନା ଦକ୍ଷତା ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି । ବ୍ୟାସନଗର ସହରରେ ୨୧ଟି ବ୍ୟାଟେରୀ ଚାଳିତ ଅଟୋ ଗାଡ଼ିର ଶୁଭାରମ୍ଭ କରାଯାଇଛି । ଏହା ମାଧ୍ୟ୍ୟମରେ ସହର ପରିମଳ ଓ ବର୍ଜ୍ୟ ବସ୍ତୁ ସଫେଇ କରାଯିବ । ସହରକୁ ପରିମଳ ମୁକ୍ତ କରିବା ସହିତ ବିଭିନ୍ନ ଯୋଜନାରେ ବିକାଶ କରାଯିବ । ସହରର ସୋନ୍ଦର୍ଯ୍ୟ ‌କରଣକୁ ଆଗ୍ରା ଧିକାର ଦିଆଯାଉଛି । ୨୦୨୧ମସିହାରେ ସହର ରୂପ ରେଖ ବଦଳାଇବାକୁ ଗୁରୁତ୍ୱ ଦେଇଛି ପୌର ପରିଷଦ ।, ସ୍ୱଚ୍ଛ ସୁନ୍ଦର ହେବ ବ୍ୟାସନଗର ପୌରପରିଷଦ ସବୁଠୁ ବଡକଥା ଏହି ବ୍ୟାଟେରୀ ଚାଳିତ ଅଟୋ ଗୁଡିକୁ ସ୍ୱୟଂ ସହାୟକ ଗୋଷ୍ଠୀମାନେ ଚଲାଇବେ । ସେଥିପାଇଁ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ସେମାନେ ପ୍ରତି ୱାର୍ଡକୁ ଯାଇ ଘର ଘର ବୁଲି ବର୍ଜ୍ୟବସ୍ତୁ ସଂଗ୍ରହ କରିବେ । ଗାଡ଼ିରେ ବର୍ଜ୍ୟ ବସ୍ତୁକୁ ପକାଇବା ପାଇଁ ୨ଟି ସ୍ଥାନରେ ମାଇକ୍ରୋ କମ୍ପୋଷ୍ଟ କେନ୍ଦ୍ର ନିର୍ମାଣ କରାଯାଇଛି । ଚାନ୍ଦମା ଓ ଜୋଡାବର ଠାରେ ଏହି କେନ୍ଦ୍ର ନିର୍ମାଣ ହୋଇଛି । ଏଥିପାଇଁ ୫୦ଜଣଙ୍କୁ ବର୍ଜ୍ୟ ବସ୍ତୁ ପରିଚାଳନା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଛି ।

Post Your View

Leave a Reply

Your email address will not be published. Required fields are marked *

Back to top button