ଦେଶର ଶିକ୍ଷାନୀତି ବଦଳିଲା

୩୪ ବର୍ଷ ପରେ...

ଦେଶର ଶିକ୍ଷାନୀତି ବଦଳିଲା – ୩୪ ବର୍ଷ ପରେ…

କେନ୍ଦ୍ର ସରକାର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନାମ ପରିବର୍ତ୍ତନ କରି ଶିକ୍ଷା ମନ୍ତ୍ରଣାଳୟ କରିଛନ୍ତି ..।। ଦେଶରେ ଶିକ୍ଷାର ନୀତି ଦୀର୍ଘ ୩୪ ବର୍ଷପରେ ବଦଳିବା ସହିତ କ୍ୟାବିନେଟ୍ ନୂତନ ଶିକ୍ଷା ନୀତିକୁ ମଧ୍ୟ ମଂଜୁରୀ ଦେଇଛି ..।। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ କ୍ୟାବିନେଟ୍ ବୈଠକରେ ଏହି ଗୁରୁତ୍ୱପୂର୍ଣ ନିଷ୍ପତି ନିଆଯାଇଥିବା ବେଳେ ,ଆଜି ସଂଧ୍ୟାରେ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାର ଏ ନେଇ ବିସ୍ତୃତ ବିବରଣୀ ରଖିବେ ..।। ୧୦ଟି ଉଚ୍ଚଶିକ୍ଷା ବିଭାଗ ଓ ବିଦ୍ୟାଳୟର ୧୭ଟି ଶିକ୍ଷା ନୀତିର ପରିବର୍ତ୍ତନ କରାଯାଇଛି ..।। ଦେଶରେ ଉଚ୍ଚ ଶିକ୍ଷାର ଢାଂଚାକୁବି ପରିବର୍ତ୍ତନ କରାଯିବା ସହ ଟେକ୍ନୋଲୋଜିକୁ ବହୁଳମାତ୍ରାରେ ବ୍ୟବହାର କରାଯିବା ନେଇ ନିଷ୍ପତି ନିଆଯାଇଛି ..।। ନୂଆ ଶିକ୍ଷା ନୀତିରେ ସ୍ଥାନ ପାଇବ ବିଲୁପ୍ତପ୍ରାୟ ଲୋକକଳା , ଷଷ୍ଠ ଶ୍ରେଣୀର ପିଲାଙ୍କୁ ମିଳିବ ଭୋକେସନାଲ୍ ଶିକ୍ଷା ..।।

Post Your View

Leave a Reply

Your email address will not be published. Required fields are marked *

Back to top button