ଇତିହାସ ସୃଷ୍ଟି କରିବା ଦ୍ୱାରରେ କ୍ୟାପଟେନ କୋହଲି

ସବୁ ବେଳେ ବିରାଟ ଚର୍ଚ୍ଚାରେ ଥାନ୍ତି । କେତେ ବେଳେ ଦମଦାର ଖେଳ ପର୍ଦଶନ କରି ତ କେବେ ବେଳେ ପନ୍ତ୍ରୀ ଅନୁସ୍କାର ସହ ସେଲ୍‌ଫି ନେଇ । ଇଣ୍ଡିଆ କ୍ରିକେଟ ଟିମ୍‌ର ଲଢୁଆ ଖେଳାଳି ଭାବରେ ପରିଚିତ ବିରାଟ । ତେବେ ଟିମ୍ ଇଣ୍‌ଡିଆ ଦୃଷ୍ଟିକୋଣରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏଥି ସହିତ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଏହି ସିରିଜ୍ ସ୍ୱତନ୍ତ୍ର ହୋଇପାରେ । ଟିମ୍ ଇଣ୍ଡିଆର ତାରକା ବ୍ୟାଟ୍ସମ୍ୟାନ୍ ବିରାଟ ଏଥର ଅଷ୍ଟ୍ରେଲିଆରେ ଅନେକ ରେକର୍ଡ ଏବଂ ଏøତିହାସିକ ସଫଳତା ହାସଲ କରିବାର ସୁଯୋଗ ପାଇବେ । ତେବେ ବିରାଟ ବର୍ତ୍ତମାନ ପର୍ଯ୍ୟନ୍ତ ଅଷ୍ର୍ଟ୍ରେଲିଆରେ ମୋଟ ନଅଟି ଶତକୀୟ ଇନିଂସ ଖେଳିଛନ୍ତି , ଯେଉଁଥିରେ ଟେଷ୍ଟରେ ୬ ଟି ଶତକ ଏବଂ ଦିନିକିଆରେ ତିନୋଟି ଅନ୍ତର୍ଭୁକ୍ତ ହୋଇଛି ।

, ଇତିହାସ ସୃଷ୍ଟି କରିବା ଦ୍ୱାରରେ କ୍ୟାପଟେନ କୋହଲିଏଥି ସହିତ ଚଳିତ ବର୍ଷ ଭାରତ ଏବଂ ଅଷ୍ର୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିପାକ୍ଷିକ ସିରିଜ୍‌ରେ ବିରାଟ ସଚିନ୍‌ଙ୍କ ଆଉ ଏକ ରେକର୍ଡ ଭାଙ୍ଗିବାକୁ ସୁଯୋଗ ମିଳିବ । ତେବେ ୩୨ ବର୍ଷୀୟ ବିରାଟ ଦିନିକିଆରେ ଦ୍ରୁତତମ ୧୨ ହଜାର ରନ୍ ପୂରଣ କରି ସଚିନଙ୍କୁ ଅତିକ୍ରମ କରିବାରେ ସୁଯୋଗ ପାଇବେ । ଏହାସହ ବର୍ତ୍ତମାନ ପର୍ଯ୍ୟନ୍ତ ବିରାଟ ଦିନିକିଆରେ ୨୩୯ ଇନିଂସରେ ୧୧ ହଜାର ୮୬୭ ରନ୍ ସ୍କୋର କରିଛନ୍ତି ଏବଂ ଏହି ମାଇଲଖୁଣ୍ଟରେ ପହଞ୍ଚିବା ପାଇଁ ଅଷ୍ର୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ଦିନିକିଆରେ ୧୩୩ ରନ୍ ଆବଶ୍ୟକ ।

Post Your View

Leave a Reply

Your email address will not be published. Required fields are marked *

Back to top button