କରୋନା ଯୋଗୁ ବଢୁଛି ଟେନ୍‌ସନ୍

ଆଂଟିବଡି ପ୍ରିଭେଲାନ୍ସ କମ୍ ଯୋଗୁ ସଂଖ୍ୟା ବଢିପାରେ

ସଂକ୍ରମଣ ରୋକିବାକୁ ସତର୍କ ହେବା ଜରୁରୀ ହୋଇପଡିଛି । ରାଜଧାନୀରେ ଆଂଟିବଡି ପ୍ରିଭେଲାନ୍ସ କମ୍ ଯୋଗୁ ସଂଖ୍ୟା ବଢିପାରେ । ଏହା ସହିତ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ଜରୁରୀ ବୋଲି କହିଛନ୍ତି ମହନଗର ନିଗମ କମିଶନର । ଏବେ ସୁଦ୍ଧା ପାଖାପାଖି ୧୬୦୦ କମ୍ୟୁନିଟି ସାମ୍ପଲ ଟେଷ୍ଟ କରାଯାଇଛି । ସେରୋ ସର୍ଭିଲାନ୍ସରେ ହାଇରିସ୍କ ଗ୍ରୁପଙ୍କର ଟେଷ୍ଟ କରାଯାଇନାହିଁ । ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେର ପ୍ରଥମ ଫେଜ୍ ରେଜଲ୍ଟ ମିଳିସାରିଛି । ଭୁବନେଶ୍ୱରରେ ଆଂଟିବଡି ପ୍ରିଭେଲାନ୍ସ ୫.୧୫ପ୍ରତିଶତ ରହିଛି । ଯାହାକି ବହୁତ କମ୍ । ପ୍ରିଭେଲାନ୍ସ କମ୍ ଯୋଗୁ ରିସ୍କ ବଢିଛି । ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି । ତେବେ ଏହି ସଂକ୍ରମଣ ରୋକିବାକୁ ଲୋକଙ୍କୁୂ ଅଧିକରୁ ଅଧିକ ସତର୍କ ରହିବାକୁ ପଡିବ । ଏପରିକି କୋଭିଡ ନିୟମ ଭିତରେ ସମ୍ପୁର୍ଣ୍ଣ ରହିବାକୁ ପରାମର୍ଶ ଦିଆଯାଇଛି ।

Post Your View

Leave a Reply

Your email address will not be published. Required fields are marked *

Back to top button