ସିଙ୍ଘୁ ବୋର୍ଡରେ ଧରାପଡିଲା ସୁଟର , କୃଷି ନେତାଙ୍କୁ ହତ୍ୟା କରିବା ଉଦ୍ୟମ ଥିଲା

କୃଷକ ଆନ୍ଦୋଳନ ସାରା ଭାରତରେ ଗତ ୩ ମାସ ଧରୀ ଚାଲିଆସିଲାଣି ତେବେ ଏହାକୁ ନେଇ ଦିଲ୍ଲୀ-ହରିୟାଣା ସିଂଘୁ ବୋର୍ଡର ଠାରେ କୃଷକ ମାନେ ଦିନ ରାତୀ ଶୀତ କାକର ରେ ଆନ୍ଦୋଳନ କରୁଛନ୍ତି । ତେବେ ସରକାରଙ୍କ ଦ୍ୱାରା ଗଠିତ କରାଯାଇଥିବା ନୁଆ କୃଷି ଆଇନକୁ ନେଇ ଆନ୍ଦୋଳନ ଆରମ୍ଭ ହୋଇଥିଲା ଯାହାକି ବର୍ତ୍ତମାନ ସୁଧା ଚାଲିଆସୁଛି । ତେବେ ଏହି ଆନ୍ଦୋଳନକୁ ନେଇ ଏକ ନୁଆ ତଥା ଆଶ୍ଚର୍ଯ୍ୟ କଥା ସାମ୍ନାକୁ ଆସିଛି । ମାନେ ସେହି ଆନ୍ଦୋଳନକାରୀ ମାନଙ୍କ ମଧ୍ୟରେ ଜଣେ ଶୁଟର ଯୋଗାଦାନ ଦେଇଥିଲା ଯାହାର କି ଉଦେଶ୍ୟ ଥିଲା କୃଷି ନେତା ମାନଙ୍କୁ ଗୁଳି କରି ହତ୍ୟା କରିବା । , ସିଙ୍ଘୁ ବୋର୍ଡରେ ଧରାପଡିଲା ସୁଟର , କୃଷି ନେତାଙ୍କୁ ହତ୍ୟା କରିବା ଉଦ୍ୟମ ଥିଲାକିନ୍ତୁ ସେ ତାର ପ୍ରୟାସ ରେ ବିଫଳ ରହିଛି ଏବଂ ଧରା ମଧ୍ୟ ପଡିଛି । ଏହି ସୁଟର ଜଣକ ନାମ ହେଉଛି ୟୋଗେସ୍ । ଘର ହରିୟାଣା ର ସୋନିପତ ଠାରେ ଏବଂ ସେ ମଧ୍ୟ କହିଛି ଯେ ଜାନିୟାରୀ ୨୬ ତାରିଖ ଦିନ ଗଣମଞ୍ଜ ଉପରେ ୪ଜଣ କୃଷି ନେତାଙ୍କୁ ଗୁଳି କରି ହତ୍ୟା କରିବା ପାଇଁ ପୋଲିସ୍ ଅଧିକାରୀ ହିଁ ସୁପାରିସ୍ ଦେଇଛନ୍ତି ବୋଲି ସେ ବୟାନ ମଧ୍ୟ ଦେଇଛି । ତେବେ ଏହାକୁ ନେଇ ତଦନ୍ତ ମଧ୍ୟ ଜାରି ରହିଛି । ଆପଣ ମାନଙ୍କୁ କହି ରଖୁଛି ଯେ ଜାନୁୟାରୀ ୨୬ରେ ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଏହା ପୂର୍ବରୁ ହିଁ ଏହି ଖବର ସାମ୍ନାକୁ ଆସିଛି ଯାହାକି ଏକ ଗଭିର ଚିନ୍ତାଜନକ ବିଷୟ ଅଟେ ।

Post Your View

Leave a Reply

Your email address will not be published. Required fields are marked *

Back to top button