ସିବିଆଇ ନା ବିହାର ପୋଲିସ୍ VS ମୁମ୍ବାଇ ପୋଲିସ୍ !

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ । ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କ ସୁପାରିଶ ପରେ ସିବିଆଇକୁ ସହଜ ହୋଇଛି । ତଥାପି ଆଇନ ଅନୁସାରେ ଏଥିରେ ଅନେକ ପ୍ରତିବନ୍ଧକ ରହିଛି । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ଦେଢ ମାସ ପରେ ବି ମୁମ୍ବାଇ ପୋଲିସ୍ କୈାଣସି ଆଖି ଦୃଶୀୟା ସଫଳତା ହାସଲ କରି ନଥିଲା । କିନ୍ତୁ ମାତ୍ର ଗୋଟିଏ ଏଫୟାରରେ ବିହାର ପୋଲିସ୍ ମୁମ୍ବାଇ ପୋଲିସ୍ ହାତରୁ ବାଜି ମାରି ନେଇଛି । ପାଟଣା ପୋଲିସ୍ ଷ୍ଟେସନରେ ଏହି ଏଫୟାର ହୋଇଥିବାରୁ ବିହାର ମୁଖ୍ୟମନ୍ତ୍ରୀଙ୍କ ହାତରେ ସଂପୂର୍ଣ୍ଣ ଅଧିକାର ରହିଛି ସିବିଆଇ ତଦନ୍ତର ସୁପାରିଶ ପଇଁ ଯଦି ପାଟଣାରେ ଏଫୟାର ହୋଇ ନଥାନ୍ତା ତେବେ ନୀତିଶ କୁମାର ସିବିଆଇକୁ ସୁପାରିଶ କରି ପାରି ନଥାନ୍ତେ । ତଥାପି ମଧ୍ୟ ପ୍ରଶ୍ନ ରହିଛି ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ଯାଂଚ ସିବିଆଇ କରିବ ନା ସେଥିରେ ବର୍ତ୍ତମାନ ମଧ୍ୟ କିଛି ବାଧା ରହିଛି ।
ଆଇନ ଅନୁସାରେ ଯେଉଁ ସ୍ଥାନରେ ଅପରାଧ ହୁଏ ସେହି ସ୍ଥାନରେ ତାହାର ତଦନ୍ତ କରାଯାଇ ପାରିବ । ଯଦି ଅନ୍ୟ କୈାଣସି ସ୍ଥାନରେ ଏଫୟାର ଦାଖଲ ହୁଏ ତେବେ ତାହା ଜିରୋ ଏଫାୟାର ହୋଇଥାଏ । ଏପୟାରକୁ ଅପରାଧ ହୋଇଥିବା ସ୍ଥାନକୁ ଟ୍ରାନ୍ସଫର କରାଯାଇଥାଏ । ତେଣୁ ଆଜି ସୁପ୍ରିମକୋର୍ଟ ଏହାର ଶୁଣାଣୀ କରିବ । ସୁପ୍ରିମ କୋର୍ଟର ଶୁଣାଣୀ ପରେ ସ୍ପଷ୍ଟ ହେବ ଯେ ସିବିଆଇ ଏହାର ତଦନ୍ତ କରିବ ନା ମୁମ୍ବାଇ ପୋଲିସ୍ ହିଁ ଏହାର ତଦନ୍ତ ଜାରି ରଖିବ ।
ଦିଲ୍ଲୀ ପୋଲିସ୍ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ ସେକ୍ସନ ୩ ଅନୁସାରେ ଯଦି କୈାଣସି ରାଜ୍ୟରେ କିଛି ମାମଲା ରୁଜୁ ହୁଏ ସେଠାକାର ପୋଲିସ୍ ଆଉ ସରକାର ଯଦି ସମ୍ମତି ପ୍ରଦାନ କରନ୍ତି ତେବେ ସେ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇ ପାରିବ । ତେବେ ଏହି ମାମଲାର ତଦନ୍ତ ଦୁଇଟି ଜାଗାରେ ହୋଇ ପାରିବ । ମୁମ୍ବାଇରେ ଘଟଣା ଘଟିଛି ଏବଂ ସୁଶାନ୍ତ ମୁମ୍ବାଇରେ ରହୁଥିଲେ ତେଣୁ ମହାରାଷ୍ଟ୍ର ସରକାରଙ୍କ ପାଖରେ ଏହାର ସଂପୂର୍ଣ୍ଣ ଅଧିକାର ରହିଛି । ପାଟନାରେ ସୁଶାନ୍ତଙ୍କ ଘର ଓ ସୁଶାନ୍ତଙ୍କ ବାପା ସେଠାରେ ଏଫୟାର ଦାଖଲ କରିଛନ୍ତି ତ ସେଠାରେ ବି ତଦନ୍ତ କରାଯାଇ ପାରିବ । ଏହି ଆଇନ ଅନୁସାରେ ନୀତିଶ କୁମାର ସିବିଆଇକୁ ସୁପାରିଶ ମଧ୍ୟ କରିଛନ୍ତି । ମହାରାଷ୍ଟ୍ର ସରକାର ଆରମ୍ଭରରୁ ହିଁ ସିବିଆଇ ତଦନ୍ତର ଖିଲାପ ଥିବା ବେଳେ ବିହାର ସରକାର ଆରମ୍ଭରୁ ସିବିଆଇକୁ ତଦନ୍ତ ଭାର ଦେବାକୁ ନିଷ୍ପତ୍ତି ନେଇଛନ୍ତି ।
ତେବେ ଆଜି ସୁପ୍ରିମକୋର୍ଟର ଶୁଣାଣିକୁ ଅପେକ୍ଷା ଯଦି ସୁପ୍ରିମକୋର୍ଟ ବିହାରରେ ଦାଖଲ ହୋଇଥିବା ଏଫୟାରକୁ ଜିରୋ ଏଫୟାର କରି ମୁମ୍ବାଇ ପୋଲିସକୁ କେସ ଦିଅନ୍ତି ତେବେ ସିବିଆଇ ତଦନ୍ତ ହୋଇ ପାରିବ ନାହିଁ । କିନ୍ତୁ ବିହାର ପୋଲିସ ତଦନ୍ତ କରି ପାରିବ । ତେବେ ଏହା ମୁମ୍ବାଇ ପୋଲିସ୍ ଭର୍ସେସ ବିହାର ପୋଲିସ୍ ନହେଉ ଏହାକୁ ଆଖି ଅଗରେ ରଖି ସୁପ୍ରିମକୋର୍ଟ ନିଜେ ସିବିଆଇକୁ ତଦନ୍ତଭାର ଦେଇ ପାରନ୍ତି । କିଛି ଦିନ ତଳେ ସୁପ୍ରିମକୋର୍ଟ ସିବିଆଇ ତଦନ୍ତକୁ ମନା କରିଥିବା ବେଳେ ଆଜି ସୁପ୍ରିମକୋର୍ଟର ରାୟକୁ ସୁଶାନ୍ତଙ୍କ ଅଗଣିତ ଫ୍ୟାନ୍ସଙ୍କ ଅପେକ୍ଷା ।

Post Your View

Leave a Reply

Your email address will not be published. Required fields are marked *

Back to top button