ଆଜି ରମାଦେବୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କରୋନା ମହାମାରୀ ଭିତରେ ଅନେକ ଉନ୍ନତି ମୁଳକ କାର୍ଯ୍ୟ ଆରମ୍ଭ ହୋଇଛି । ଏହାକୁ ନେଇ ରାଜ୍ୟ ସରକାର ସବୁ ବେଳେ ଆଗରେ ରହିଛନ୍ତି । ସେ ଲିଙ୍ଗରାଜ ମନ୍ଦିର ଉନ୍ନତି କାର୍ଯ୍ୟ ହେଉ ଅବା ପୁରୀ ମନ୍ଦିର ହେଉ । ଏହାସହ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଅନେକ ପଦକ୍ଷପ ଗ୍ରହଣ କରିଛନ୍ତି । ପାଖା ପାଖି ୧୦ ମାସ ବିତି ଗଲାଣି ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଲକ୍‌ଡାଇନ୍ ଓ ସଟ୍‌ଡାଉନ୍ ମାଧ୍ୟମରେ ଏହି ସଂକ୍ରମଣଙ୍କୁ ମଧ୍ୟ ରୋକାଯାଉଥିଲା । ତେବେ ସାଧାରଣ ଲୋକ ଏତେ ଭୟ ବିତ ହୋଇଯାଇଥିଲେ କି ନା କିଛି କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ ନା କିଛି ପର୍ବ , ପର୍ବାଣୀ ମନାଉଥିଲେ । ସବି ବେଳେ ଗୋଟିଏ ଗଡ କରୋନା ମହାମାରୀ ସଂକ୍ରମଣର ଡର । ତେବେ ବର୍ତ୍ତମାନ ସ୍ଥିତି ଧିରେ ଧିରେ ସୁଧୁରିବାରେ ଲାଗିଛି । ସାଧାରଣ ଲୋକ ଘରି ମଧ୍ୟ ବାହାରି ପାରୁଛନ୍ତି ଆଗରୁ ଯେଉଁ ଭୟ ଥିଲା ତାହା ମଧ୍ୟ ଅନେକ ମାତ୍ରାରେ କମିଯାଇଛି ।, ଆଜି ରମାଦେବୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଆଜି ସନ୍ଧ୍ୟା ୫ଟା ବେଳେ  ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଆସି କ୍ୟାମ୍ପସ୍‌ରେ ୪ଟି କୋଠାକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୁନ୍ତଳା କୁମାରୀ ସାବତଙ୍କ ନାମରେ ନାମିତ ପାଠାଗାର ସହ କଳା ଓ ବିଜ୍ଞାନ ବ୍ଲକ୍‍, ଗବେଷଣାରତ ଛାତ୍ରୀଙ୍କ ପାଇଁ ହଷ୍ଟେଲ ଲୋକାପର୍ଣ କରାଯିବ ।ତିନିଟି ଅଟ୍ଟାଳିକା ରୁସା ପାଣ୍ଠିରେ ନିର୍ମାଣ ହୋଇଥିବା ବେଳେ ଗୋଟିଏ ଅଟ୍ଟାଳିକା ରାଜ୍ୟ ଅନୁଦାନରେ ନିର୍ମାଣ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଗତକାଲି ରାତିରେ ସୁନ୍ଦର ଆଲୋକମାଳାରେ ଝଲସିଥିଲା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ।ଏଥିପାଇଁ  କ୍ୟାମ୍ପସରେ ବିଭିନ୍ନ ପ୍ରକାର ସୁରକ୍ଷା ବ୍ୟବସ୍ଥା ସହ ସାମାଜିକ ଦୂରତା ରକ୍ଷା କରିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ସ୍ଥାନୀୟ ବିଧାୟକ ଅନନ୍ତ ନାରାୟଣ ଜେନା ଅତିଥି ଭାବେ ଯୋଗ ଦେବେ

Post Your View

Leave a Reply

Your email address will not be published. Required fields are marked *

Back to top button