ଚୀନକୁ ୪୦ ହଜାର କୋଟିର ଝଟକା!

ନିକଟରେ ଧୁମଧାମରେ ପାଳିତ ହୋଇଛି ଦୀପାବଳି । ପ୍ରତି ବର୍ଷ ଦୀପାବଳୀରେ ବଜାରରେ ଲୋକଙ୍କ ଭିଡ ଲାଗେ ବାଣ, ଲିଚୁ ଲାଇଟ୍‌, ଆଦି କିଣିବା ପାଇଁ । ତେବେ ଏହି ବର୍ଷ ସରକାର ବାଣ ଉପରେ କଟକଣା ଲଗାଇଥିଲେ ଏହା ସହ ଅନେକ ବ୍ୟବସାୟୀ ଚୀନ ଓ ଭାରତର ସଂପର୍କ କୁ ଆଖି ଆଗରେ ରଖି ଦୋକାନରେ ଚାଇନା ଜିନିଷ ବିକ୍ରି କରି ନଥିଲେ । ଯେଉଁଥି ପାଇଁ ଚୀନକୁ ଲାଗିଛି ଶକ୍ତ ଆଘାତ । ଚଳିତ ବର୍ଷ ଚାଇନା ଦ୍ରବ୍ୟ ଓ ସାମଗ୍ରୀ ବିକ୍ରୀ ଯଥେଷ୍ଟ ହ୍ରାସ ପାଇଛି । ବ୍ୟବସାୟୀ ସଂଗଠନ ଉଇଓଞ ଦାବି କରିଛି ଯେ ଚଳିତ ବର୍ଷ ବ୍ୟବସାୟୀମାନେ ଚାଇନା ଦ୍ରବ୍ୟ ବର୍ଜନ କରିଛନ୍ତି । ଏ ନେଇ ଚୀନକୁ ଚଳିତ ବର୍ଷ ଦୀପାବଳିରେ ପ୍ରାୟ ୪୦ ହଜାର କୋଟି ଟଙ୍କାର ଝଟକା ଲାଗିଛି ।

, ଚୀନକୁ ୪୦ ହଜାର କୋଟିର ଝଟକା!
କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ ର ଅଧ୍ୟକ୍ଷ ବିସି ଭାରତିଆ ଏବଂ ସାଧାରଣ ସଂପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ ଚୀନ୍‌ର ସାମଗ୍ରୀ ବର୍ଜନ ଅଭିଯାନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭରଶୀଳ ନୀତି ଆବେଦନ ବେବସାୟୀଙ୍କ ଉପରେ ବହୁତ ପ୍ରଭାବ ପକାଇଛି । ତେବେ ଯୋଗାଣର ପ୍ରମୁଖ କେନ୍ଦ୍ର ଭାବରେ ପରିଗଣିତ ହୋଇଥିବା ଦେଶର ୨୦ ଟି ସହରରୁ ସଂଗୃହିତ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ଦୀପାବଳି ଋତୁରେ ରେ ମୋଟ ୭୨ ହଜାର କୋଟି ଟଙ୍କା କାରବାର ହୋଇଛି ।

, ଚୀନକୁ ୪୦ ହଜାର କୋଟିର ଝଟକା!
ସବୁ ସମୟରେ ଚାଇନା ଭାରତର ଅନେକ କ୍ଷୟକ୍ଷତି ମଧ୍ୟ କରିଛି । ସେ ସୀମା ହଉ ଅବା କିଛି କରୋନା ମହାମାରୀ ପରୀ ଭାଇରସ ସବୁ ସମୟରେ ଚାଇନା ଭାରତକୁ ବିପଦରେ ପକାଇଛି । କିଛି ଦିନ ପୂର୍ବରୁ ଚାଇନାର ଅନେକ ଆପ୍‌କୁ ମଧ୍ୟ ଦେଶରେ ବ୍ୟାନ୍ କରାଯାଇଥିଲା । ଏହାସହ କରୋନା ପାଇଁ ରାଜ୍ୟ ସରକାର ବା କେନ୍ଦ୍ର ସରକାର ବାଣ ଉପରେ ରୋକ ଲଗାଇ ଚାଇନାକୁ ଆଉ ଏକ ଝଟକା ମଧ୍ୟ ଦେଇଥିଲେ । ଚଳିତ ବର୍ଷ ଗ୍ରାହକମାନେ ଭାରତୀୟ କମ୍ପାନୀଗୁଡିକରୁ ୠଗଉଏ ଉତ୍ପାଦ , ଖେଳନା , ଶକ୍ତି ଉପକରଣ , ରୋଷେଇ ସାମଗ୍ରୀ , ଉପହାର , ବାସନ ,ଘଣ୍ଟା , ଆସବାବପତ୍ର ଏବଂ ସାଜସଜ୍ଜା ସାମଗ୍ରୀ କ୍ରୟ କରିଥିଲେ ।

, ଚୀନକୁ ୪୦ ହଜାର କୋଟିର ଝଟକା!
ଚଳିତ ବର୍ଷ ବ୍ୟବସାୟୀ ଏବଂ ଗ୍ରାହକମାନେ ଚୀନ୍‌କୁ ଭାରତକୁ ଏହାର ଉତ୍ପାଦ ପାଇଁ ଏକ ଡମ୍ପିଂ ୟାର୍ଡ ଭାବରେ ଗ୍ରହଣ ନକରିବାକୁ ଏକ ଦସ୍ତଙ୍ଘ ବାର୍ତ୍ତା ପଠାଇଛନ୍ତି । ଉଇଓଞ ର ଆହ୍ୱାନ ଅନୁଯାୟୀ ଆସନ୍ତା ବର୍ଷ ସୁଦ୍ଧା ଚାଇନାରୁ ଆମଦାନୀକୁ ୧ ଲକ୍ଷ କୋଟି ହ୍ରାସ କରିବାକୁ ବ୍ୟବସାୟୀମାନେ ପ୍ରତିସୃତିବଦ୍ଧ । ତେବେ ଚାଇନା କୁ କଡା ଜବାବ ଦେବାକୁ ଏବେ ଠାରୁ ଆରମ୍ଭ ହୋଇଛି ଯୋଜନା ।

Post Your View

Leave a Reply

Your email address will not be published. Required fields are marked *

Back to top button