ଖେଳରୁ ବି କଟିଲା ଏହି ଚାଇନିଜ୍ କଂମ୍ଫାନି

ଭାରତ ଓ ଚାଇନା ସୀମା ବିବାଦ ଯୋଗୁଁ ସୋସିଆଲ ମିଡିଆରୁ ଆରମ୍ଭ କରି ଦେଶ ଓ ରାଜ୍ୟରେ ତୀବ୍ର ସମାଲୋଚନା ଦେଖିବାକୁ ମିଳିଥିଲା । ସେଥିପାଇଁ ଚାଇନା ଦ୍ରବ୍ୟକୁ ଲୋକମାନେ ବର୍ଜନ କରିବା ଆରମ୍ଭ କରିଦେଇଛନ୍ତି । ତେବେ ଏହି ଢାଂଚାରେ ଏବେ ଖେଳରେ ମଧ୍ୟ ଦେଖିବାକୁ ମିଳୁଛି । ଆସନ୍ତା ସେପ୍ଟେମ୍ବର ୧୯ରୁ ଆଇପିଏଲ ଆରମ୍ଭ ହେବ,ୟୁଏଇ ରେ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେନ୍ଟର ମୁଖ୍ୟ ପ୍ରାୟୋଜକ ଚାଇନିଜ୍ ମୋବଇଲ କଂମ୍ପାନୀ ଭିଭୋ ଥିବାରୁ  ବିବାଦ ଉପୁଜିଛି । ସେଥିପାଇଁ ସୋସିଆଲ ମିଡିଆରେ ଉଭୟ ବିସିସିଆଇ ଓ ଭିଭୋକୁ ସମସ୍ତେ ତୀବ୍ର ସମାଲୋଚନା କରୁଛନ୍ତି । ଆଉ ଏସବୁ କଥାକୁ ଦେଖି ଭିଭୋ ଆଇପିଏଲର ଟାଇଟେଲ ପ୍ରାୟୋଜକରୁ ଚଳିତ ବର୍ଷ ପାଇଁ ହଟି ଯାଇଛି । ୨୦୧୮ରେ ଭିଭୋ ବିସିସିଆଇ ସହ ୫ବର୍ଷର ଚୁକ୍ତି ସରିଥିଲା ଓ ୨୧୯୯କୋଟି ଟଙ୍କା ମଧ୍ୟ ଦେଇଥିଲା । ଏହି ଚୁକ୍ତି ଶେଷ ହେବାକୁ ଆହୁରୀ ୨ବର୍ଷ ସମୟ ଥିଲା । ତ ଚଳିତ ବର୍ଷର ତିକ୍ତତା ପାଇଁ ଏହାକୁ ହଟାଇଦିଆଯାଉଛି । କିନ୍ତୁ ହୁଏତ ଆସନ୍ତା ବର୍ଷକୁ ଭିଭୋ ପୁଣି ଆଇପିଏଲକୁ ଫେରିବ ବୋଲି ଆଶା କରାଯାଉଛି । ସେପ୍ଟେମ୍ବର ୧୯ରୁ ଆରମ୍ଭ ହୋଇ ଆଇପିଏଲ ନଭେମ୍ବର ୧୦ ଯାଏଁ ଚାଲିବ ।

Post Your View

Leave a Reply

Your email address will not be published. Required fields are marked *

Back to top button