ଓଡିଶାରେ ଦେଖିନଥିବେ ଏମିତି ଅଜବ ବାହାଘର

ଏହି ବାହାଘରରେ ମଣିଷ ନୁହଁ ବରଂ ୫୦୦ କୁକୁରଙ୍କୁ କରାଯାଇଥିଲା ନିମନ୍ତ୍ରଣ

ବିବାହ ସମସ୍ତଙ୍କ ଜୀବନରେ ଖୁବ୍ ସ୍ମରଣୀୟ ମୂହୂତ୍ତ ଆଣିଦିଏ । ଆଉ ଏହି ମୂହୂର୍ତ୍ତକୁ ସାଇତି ରଖିବା ପାଇଁ କିଏ ବଡ ବଡ ହୋଟେଲରେ ବାହା ହୁଏ ତ ଆଉ କିଏ ସାଜସଜ୍ଜା କରି ଖୁବ୍ ଧୁମ୍ ଧାମ୍ ରେ ବାଣରୋସଣି ଫୁଟାଇ ବାହା ହୋଇଥାନ୍ତି । ଆଉ କିଛି ପରିବାର ଲୋକଙ୍କ ଗହଣରେ ଉତ୍ସବ ପରି ବାହାଘର ମନାନ୍ତି । ଆଉ ତାଙ୍କୁ ଦେଖି ଲୋକେ କୁହନ୍ତି ବାହା ହେବ ତ ଏମିତି । କିନ୍ତୁ ଓଡିଶାର ଜଣେ ଏମିତି ଦମ୍ପତି ଅଛନ୍ତି ଯେଉଁମାନେ କି ଏସବୁ ସିନା କରିନାହାନ୍ତି ହେଲେ ଏକ ନିଆରା ଢଙ୍ଗରେ ବାହା ହୋଇଛନ୍ତି । ଆଉ ତାଙ୍କ ବାହାଘର ଉତ୍ସବରେ ୫୦୦ କୁକୁର ମଧ୍ୟ ସାମିଲ ଥିଲେ । ହଁ ଆଜ୍ଞା ଏମିତି ହିସାବରେ ବାହାଘର ଆପଣ କେବେ ଦେଖିନଥିବେ ଚାଲନ୍ତୁ ଜାଣିବା ଏହି ଦମ୍ପତ୍ତିଙ୍କର ବାହାଘର ଉତ୍ସବ ବିଷୟରେ ଯେଉଁଥିରେ କି ମଣିଷ ନୁହଁ ବରଂ କୁକୁର ମାନେ ଥିଲେ ବନ୍ଧୁ କୁଟୁମ୍ଭ ।

, ଓଡିଶାରେ ଦେଖିନଥିବେ ଏମିତି ଅଜବ ବାହାଘର
ବାହାଘର ତ ଅନେକ ଦେଖିଥିବେ । କିନ୍ତୁ ଓଡିଶାର ଭୁବନେଶ୍ୱରରେ ଏମିତି ଏକ ବାହାଘର ହୋଇଛି ଯାହା ସବୁଠି ଏବେ ଚର୍ଚ୍ଚାରେ । ଭାରତୀୟ ବାହାଘର ମାନଙ୍କରେ ଡେକୋରେସନ ଓ ଖାନା ପିନାରେ ପାଣି ପରି ପଇସା ଖର୍ଚ୍ଚ କରାଯାଏ । ଆଉ ସେଇଠି ବହୁତ ଖାଇବା ନଷ୍ଟ ବି ହୁଏ ଯାହାକି କାହାରି ନଜରକୁ ଦେଖାଯାଏନି । ହେଲେ ୟୁରେକା ଆପଟେ ଓ ଜୋନାଙ୍କ ବାହାଘର ଅନ୍ୟମାନଙ୍କୁ ଏକ ଭଲ ବିଚାରଧାରା ଦେଇଛି ଯାହା ସତରେ ଖୁବ୍ ପ୍ରଶଂସନୀୟ । ୟୁରେକା ହେଉଛନ୍ତି ଜଣେ ଫିଲ୍ମ ମେକର ଓ ଓଡିଶା ଟୁରିଜିମ୍ ଓ ଏନ୍‌ଏଫ୍ ଡିସିରେ କାମ କରନ୍ତି । ସେ ନିଜ ବାହାଘରରେ ସାଙ୍ଗ ସାଥୀ କିମ୍ବା ବନ୍ଧୁ ପ୍ରିୟଜନଙ୍କୁ ଡାକି ଭୋଜି ଦେଇନାହାନ୍ତି ସତ ହେଲେ ୫୦୦ ନିରିହ ଓ ଅସମର୍ଥ କୁକୁରଙ୍କୁ ଖାଇବାକୁ ଦେଇ ସମସ୍ତଙ୍କର ହୃଦୟ ଜିତିନେଇଛନ୍ତି । ଏହି ଦୁହେଁ ଭୁବନେଶ୍ୱରରେ ଥିବା ଏନଜିଓ ଆନିମାଲ ୱେଲଫେୟାର ଏକ୍ରାମର ସାହାର୍ଯ୍ୟରେ ଏହି କୁକୁରମାନଙ୍କୁ ଖାଇବାକୁ ଦେଇପାରିଥିଲେ ଓ ଆଗକୁ ସେମାନଙ୍କୁ ପ୍ରତ୍ୟେକ ଦିନ ଖାଇବାକୁ ମିଳୁ ବୋଲି କିଛି ପଇସା ଏନଜିଓକୁ ବି ଦାନ କରିଥିଲେ ।

, ଓଡିଶାରେ ଦେଖିନଥିବେ ଏମିତି ଅଜବ ବାହାଘର

ଏହିଭଳି ଦୁନିଆରେ ଖୁବ୍ କମ୍ ଲୋକ ଅଛନ୍ତି ଯେଉଁମାନେ ପଶୁମାନଙ୍କ କଥା ବି ଚିନ୍ତା କରନ୍ତି । ସାଧାରଣତଃ ଆମେ ଘରେ ପାଳୁଥିବା କୁକୁରକୁ ଖୁବ୍ ଆଦରରେ ରଖୁ ଆଉ ସମସ୍ତଙ୍କୁ ଦେଖେଇ ହେଇଥାଉ ଯେ ଆମେ ଆନିମାଲ୍ ଲଭର୍ । ହେଲେ ସେହି ଜାଗାରେ ରାସ୍ତା କଡରେ ବୁଲୁଥିବା କୁକର ପ୍ରତି କୈାଣସି ଚିନ୍ତା ଆମ ମାନଙ୍କର ନଥାଏ । ଆଉ ଏସବୁ ଭିତରେ ଏହି ଦମ୍ପତି ଏକ ଶିକ୍ଷା ଦେଇଛନ୍ତି ଯେ ପ୍ରକୃତରେ ପଶୁଙ୍କୁ ଭଲପାଇବା କଣ? ଏହିଭଳି ଚିନ୍ତାଧାରା ରଖୁଥିବା ବ୍ୟକ୍ତିମାନଙ୍କ ପାଇଁ ହିଁ ଅସହାୟ କୁକୁରମାନେ ଖାଇବାକୁ ପାଉଛନ୍ତି । ଦେଶରେ ଯେତେବେଳେ ଲକଡାଉନ ଆରମ୍ଭ ହେଲା ସେତେବେଳେ ସମସ୍ତେ ନିଜ ଘରେ ବନ୍ଦ ରହିଲେ କିନ୍ତୁ ସେହି ସମୟରୁ ୟୁରେକା କୁକୁରମାନଙ୍କୁ ଖାଇବାକୁ ଦେବା ଭଳି କାମ କରୁଛନ୍ତି ଓ ତାଙ୍କ କହିବା ଅନୁସାରେ ପଶୁମାନଙ୍କୁ ସାହାର୍ଯ୍ୟ କରିବାର ଗୁଣ ତାଙ୍କ ମା ଠାରୁ ହିଁ ଆସିଛି । ତେବେ ସେ ଯାହା ବି ହେଉ ତାଙ୍କର ଏହି ଅନୋଖା ବାହାଘରରେ ଅସହାୟ ମାନଙ୍କୁ ସାହାର ମିଳିଛି ଏହାଠାରୁ ବଡକଥା କିଛି ବି ନାହିଁ ।

Post Your View

Leave a Reply

Your email address will not be published. Required fields are marked *

Back to top button