Trending

ପ୍ରାକୃତିକ ବିପର୍ଯ୍ୟୟ ଲାଗି ଓଡ଼ିଶାକୁ ମିଳୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ଆର୍ଥିକ ପ୍ରଗତି ହେଉଛି, ରାଜ୍ୟରୁ ଦାରିଦ୍ର୍ୟତା ହ୍ରାସ ପାଉଛି। କିନ୍ତୁ ପ୍ରାକୃତିକ ବିପର୍ଯ୍ୟୟ ଏବଂ କେନ୍ଦ୍ରୀୟ ଅବହେଳା ଲାଗି ଓଡ଼ିଶାକୁ ସୂତନ୍ତ୍ର ରାଜ୍ୟର ମାନ୍ୟତା ମିଳୁ ବୋଲି ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି। ପଞ୍ଚଦଶ ଅର୍ଥ କମିଶନ ଏନ୍.କେ. ସିଂହଙ୍କ ନିକଟରେ ଏଭଳି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀଙ୍କ ଦାବି
ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ମାନ୍ୟତା ମିଳୁ
କେନ୍ଦ୍ରୀୟ ଟିକସରେ ଓଡ଼ିଶା ଅଂଶଧନକୁ 42ରୁ 50% ବୃଦ୍ଧି କରାଯାଉ
ସେସ୍ ଓ ସରଚାର୍ଜ ଲଗାଇବାକୁ ଅନୁମତି ମିଳୁ
କେନ୍ଦ୍ରୀୟ ଯୋଜନା ସମୟରେ 1971ର ଜନଗଣନାକୁ ବିଚାରକୁ ନିଆଯାଉ
ଜିଏସଟି ଲାଗୁ ଯୋଗୁ କ୍ଷଥିପୂରଣର ଅବଧିକୁ ଆହୁରି 10ବର୍ଷ ବୃଦ୍ଧି କରାଯାଉ
କୋଇଲା ଖଣି ଅଞ୍ଚଳ ଲାଗି କ୍ଲିନ୍ ଏନର୍ଜି ସେସକୁ ବିନିଯୋଗ କରାଯାଉ
ପ୍ରାକୃତିକ ବିପର୍ଯ୍ୟୟର ଆଗୁଆ ସୂଚନା ଏବଂ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ଲାଗି 15ଶହ କୋଟି ଟଙ୍କା ଦାବି
ଗତ ଏକ ଦଶନ୍ଧିରେ ରାଜ୍ୟର 80ଲକ୍ଷ ଲୋକ ଦାରିଦ୍ର୍ୟତାରୁ ମୁକ୍ତି ପାଇଛନ୍ତି
ଜାତୀୟ ଶିଶୁ ଓ ମାତୃ ମୃତ୍ୟୁ ହାର ଠାରୁ ଓଡ଼ିଶାର ସ୍ଥିତି ଯଥେଷ୍ଟ ଭଲ 
କେବିକେ ଅନୁଦାନ ହ୍ରାସ ଓ ରେଲଓ୍ୱେ କ୍ଷେତ୍ରରେ ଓଡ଼ିଶାକୁ ଅଣଦେଖା
ନିଜ 19ବର୍ଷ ଶାସନ କାଳର ଆର୍ଥିକ ପ୍ରଗତିର ଚିତ୍ର ଉପସ୍ଥାପିତ
ଏକଦା ଦୁର୍ନୀତିରେ ବୁଡ଼ି ରହିଥିବା ଓଡ଼ିଶା, ଏବେ ସ୍ୱଚ୍ଛ ରାଜ୍ୟ ଭାବେ ବିବେଚିତ ହେଉଛି
ଏକଦା ଆର୍ଥିକ ଦେବାଳିଆ ହୋଇ କର୍ମଚାରୀଙ୍କୁ ଦରମା ଦେବାକୁ ଅସମର୍ଥ ଥିବା ଓଡ଼ିଶା ଏବେ ଆର୍ଥିକ ପରିଚାଳନାରେ ଦକ୍ଷ। କିନ୍ତୁ କେନ୍ଦ୍ର ସରକାରଙ୍କ ଉଦାସୀନତା ଯୋଗୁ ରେଲବାଇ, ଜାତୀୟ ରାଜପଥ,ବ୍ୟାଙ୍କି ଏବଂ ଟେଲିଫୋନ ସେବାରେ ଓଡ଼ିଶା ପଛରେ ପଡ଼ିଛି ବୋଲି ମୁଖ୍ୟମନ୍ତ୍ରୀ ପଞ୍ଚଦଶ ଅର୍ଥ କମିଶନଙ୍କୁ ଅବଗତ କରାଇଛନ୍ତି।

Post Your View

Leave a Reply

Your email address will not be published. Required fields are marked *

Back to top button
Close