ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ

ଇଷ୍ଟ ଦେବୀଙ୍କୁ ଅର୍ପଣ କରାଯିବ ବର୍ଷର ପ୍ରଥମ ଶସ୍ୟ ..

ଆଜି ପଶ୍ଟିମ ଓଡିଶାର ଗଣପର୍ବ ନୂଆଖାଇ । ଏଥିଲାଗି ଗାଁଠୁ ସହର ଚଳଚଞ୍ଚଳ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗି ହେବ ନବାନ୍ନ । ଏହାପରେ ଘରେ ଘରେ ନୂଆ ଖାଇବେ ସମସ୍ତେ । କୋଭିଡ ନିୟମ ମାନି ଭକ୍ତମାନେ ମା’ଙ୍କ ଦର୍ଶନ କରିବେ । ଭକ୍ତମାନେ ଭିଡକୁ ନଜରରେ ରଖି ମା’ଙ୍କର ଦର୍ଶନ ସମୟରେ ପରିଚାଳନା କମିଟି ପକ୍ଷରୁ ବଦଳାଯାଇଛି । ଦିନ ସାଢେ ୧୨ ଟାରୁ ସନ୍ଧ୍ୟା ୫ ଟା ୩୦ ପର୍ଯ୍ୟନ୍ତ ଭକ୍ତମାନଙ୍କ ପାଇଁ ମନ୍ଦିର ଖୋଲା ରହିବ । ନୂଆଖାଇ ପାଳନ କରିବାକୁ ଦୂରଦୂରାନ୍ତରେ ଥିବା ପରିବାର ସଦସ୍ୟ ଘରେ ପହଞ୍ଚି ସାରିଛନ୍ତି । ଘରେ ଘରେ ବନ୍ଧୁବାନ୍ଧବଙ୍କ ଭିଡ ଜମିଛି ।, ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇଗତକାଲି ବଲାଙ୍ଗିରରେ ପାହୁର ଶୋଭାଯାତ୍ରା ହୋଇଛି । କୋଭିଡ କଟକଣା ମଧ୍ୟରେ ସ୍ୱଳ୍ପ ସଂଖ୍ୟକ ଲୋକଙ୍କ ଗହଣରେ ଇଷ୍ଟଦେବୀ ମା’ ସମଲେଶ୍ୱରୀ ପାଟଣେଶ୍ୱରୀଙ୍କ ସମେତ ବିଭିନ୍ନ ଦେବାଦେବୀଙ୍କ ମନ୍ଦିରରେ ପାହୁର ପହଞ୍ଚିଛି । ଏହାସହ ବିଭିନ୍ନ ସହରରେ ନୂଆଖାଇ ପାଇଁ ବଜାରରେ ପାର୍ବଣ ହାଟ ବସିଛି । ସେହିପରି ପାଟଣାଗଡରେ ମା’ ସମଲେଶ୍ୱରୀ , ସୁବର୍ଣ୍ଣପୁରରେ ମା,ସୁରେଶ୍ୱରୀଙ୍କଠାରୁ ପୂର୍ବ ନିର୍ଦ୍ଧାରିତ ଲଗ୍ନରେ ନବାନ୍ନ ଲାଗି ହେବ । ଏହାପରେ ଲୋକେ ଅନ୍ୟ ଦେବାଦେବୀ, ଗ୍ରାମ ଦେବାଦେବୀ, କୁଳ ଦେବତାଙ୍କୁ ନୂଆ ଭୋଗ ଲାଗି କରିବେ ।

ଅପରପକ୍ଷରେ ନୂଆଁଖାଇ ଅବସରରେ ଭିଡିଓ ବାର୍ତ୍ତା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ନୂଆଁଖାଇ ଅବସରରେ ସମସ୍ତଙ୍କୁ ହୃଦୟରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ପର୍ବ ସହିତ କୋଭିଡ ନିୟମ ପାଳନ ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ମା’ ସମେଲଇଙ୍କ ନିକଟରେ ସମସ୍ତଙ୍କ ସୁଖ ଶାନ୍ତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Post Your View

Leave a Reply

Your email address will not be published. Required fields are marked *

Back to top button