ବିଶ୍ୱକର୍ମା ପୂଜାରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଟ୍ୱିଟ କରି ସମୃଦ୍ଧି କାମନା କଲେ ନବୀନ

ଆଜି ହେଉଛି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା । ବିଭିନ୍ନ ସ୍ଥାନରେ କୋଭିଡ କଟକଣା ଭିତରେ ବିଶ୍ୱକର୍ମାଙ୍କ ପୂଜାର୍ଚ୍ଚନା କରାଯାଉଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ସମସ୍ତଙ୍କୁ ଏହି ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି ।, ବିଶ୍ୱକର୍ମା ପୂଜାରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛାପ୍ରଭୁ ବିଶ୍ୱକର୍ମାଙ୍କ ଆଶୀର୍ବାଦରୁ ବର୍ତ୍ତମାନର କଠିନ ସମୟ ଖୁବଶିଘ୍ର ଦୂର ହେବ । ଖୁବଶିଘ୍ର କରୋନା ଭଳି ମହାମାରୀରୁ ମୁକ୍ତ ମିଳିବାର କାମନା କରିଛନ୍ତି ନବୀନ । ତା ସହିତ ସମସ୍ତଙ୍କର ଜୀବନ ସୁଖମୟ ଓ ସମୃଦ୍ଧିମୟ ହେଉ ବୋଲି ଜଣାଇଛନ୍ତି ନବୀନ ।

Post Your View

Leave a Reply

Your email address will not be published. Required fields are marked *

Back to top button