ନିର୍ବନ୍ଧ କଲେ ବାହୁବଳୀ ଅଭିନେତା

ନିଜ ପ୍ରେମିକାଙ୍କ ସହ ନିର୍ବନ୍ଧ କରିଛନ୍ତି ବାହୁବଳୀ ଅଭିନେତା ରାଣା ଗୁଡୁବାଟ୍ଟୀ। ବିଭିନ୍ନ ମହଲରୁ ଏହି ଅଭିନେତାଙ୍କୁ ଶୁଭେଛାର ଶୁଅ ଛୁଟିଛି। ସେମାନେ ଆଘରୁ ଦୁଇ ଜଣଙ୍କୁ ଜାଣିଥିଲେ, ବର୍ତ୍ତମାନ ଏହି ଘୋଷଣା ପରେ ଚାରିଆଡେ ଚର୍ଚ୍ଚା ପାଲଟିଛି।ରାଣାଙ୍କୁ ଅନୀଲ କପୁର, ଶ୍ରୁତି ହସନ,  ଦିଆ ମିର୍ଜା, ବିକ୍ରମ ପ୍ରଭୁ, ସୋନମ କପୁରଙ୍କ ଭଉଣୀ ରେହା କପୁର୍‌ ଆଦି ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ସେମାନଙ୍କ ନିର୍ବନ୍ଧର ଏକ ସୁନ୍ଦର ଫଟୋକୁ ସୋସିଆଲ୍‌ ମିିଡିଆରେ ସେୟାର୍‌ କରିଛନ୍ତି ରାଣା।ଅନୀଲ କପୁର ଲେଖିଛନ୍ତି, ‘ଅଭିନନ୍ଦନ। ଦୟାକରି ତୁମ ଭାବି ପତ୍ନୀଙ୍କୁ ମୋ ଆଡୁ ଶୁଭେଚ୍ଛା ଜଣାଇଦେବ। ମୋ ହାଇଦ୍ରାବାଦୀ ପୁଅ, ପୂରା ପରିବାରକୁ ଭଲପାଇବା।’ଅନୀଲଙ୍କ ଦୁଇ ଝିଅ ସୋନମ କପୁର ଓ ରେହା କପୁର ମିହିକାଙ୍କ ସହ ସେମାନଙ୍କର ଘନିଷ୍ଠତାକୁ ସେୟାର୍‌ କରିଛନ୍ତି। ସେହିପରି ଶ୍ରୁତି ହସନ ଓ ଦିଆ ମିର୍ଜା ବି ଅଭିନନ୍ଦନ ଜଣାଇଛନ୍ତି।

, ନିର୍ବନ୍ଧ କଲେ ବାହୁବଳୀ ଅଭିନେତା

ମିହିକା ବଜାଜ ବ୍ୟବସାୟ ଫ୍ୟାମିଲିର ଝିଅ। ବଣ୍ଟି ଓ ସୁରେଶ ବଜାଜ୍‌ଙ୍କ ଝିଅ ଜେଉଛନ୍ତି ମିହିକା। ତେବେ ସେ ରେଲସା ୟୁନିଭରସିଟିରୁ ଇଣ୍ଟେରିୟର ଡିଜାଇନରେ ମାଷ୍ଟର ଡିଗ୍ରି କରିଛନ୍ତି। ଏହାସହ ମିହିକାଙ୍କ ନିଜର କଂପାନୀ ମଧ୍ୟ ରହିଛିା

Post Your View

Leave a Reply

Your email address will not be published. Required fields are marked *

Back to top button
Close