କୋହଳ ହେଲା କରୋନା କଟକଣା

ଅଗଷ୍ଟ ମାସ ପାଇଁ ନୂଆ ଗାଇଡଲାଇନ୍

ରାଜ୍ୟରେ କୋହଳ ହେଲା କରୋନା କଟକଣା । ଅଗଷ୍ଟ ମାସ ପାଇଁ ଆସଲି ନୂଆ ଗାଇଡଲାଇନ୍ । ରାଜ୍ୟରେ ରାତି ୯ ଟାରୁ ସକାଳ ୫ ଟା ଯାଏଁ ଜାରି ରହିବ ରାତ୍ରୀକାଳିନ କର୍ଫ୍ୟୁ । ଏହି ସମୟରେ କେବଳ ଅତ୍ୟାବଶ୍ୟକୀୟ ସେବା ଜାରି ରହିବ । ଅତି ଜରୁରୀ ଥିଲେ ସାଧାରଣ ଲୋକ ବି ଯାତାୟାତ କରିପାରିବେ । ଆଉ ଏଥିପାଇଁ ସ୍ୱତନ୍ତ୍ର ପାସ୍ ଆବଶ୍ୟକତା ପଡ଼ିବ ନାହିଁ । କଣ୍ଟେନମେଣ୍ଟ ଜୋନରେ ଲକଡାଉନ କଡାକଡି ଜାରି ରହିବ । ସେଠାରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ସ୍ଥାନୀୟ ପ୍ରଶାସନ ଯୋଗାଇ ଦେବେ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆଉ ସବୁଠି ସମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ନେଇ କଡା ତାଗିଦ କରିଛନ୍ତି ରାଜ୍ୟ ସରକାର । ଗଜପତି, ଗଞ୍ଜାମ, ଖୋର୍ଦ୍ଧା, କଟକରେ ପୂର୍ବଭଳି ଜାରି ରହିବ ସାପ୍ତାହନ୍ତ ସଟ୍‌ଡାଉନ । କେବଳ ଅଗଷ୍ଟ ୧ ଓ ୨ ତାରିଖରେ ସକାଳ ୫ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଦୋକାନ ଖୋଲା ରିହବ । ଅନ୍ୟ ଶନିବାର ଓ ରବିବାରରେ ଏହି ଜିଲ୍ଲାରେ ସମ୍ପୂର୍ଣ୍ଣ ସଟଡାଇନ ଜାରି ରହିବ । ଅଗଷ୍ଟ ୩୧ ଯାଏଁ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବାକୁ ଥିବା ବେଳେ ଅନ୍ତର୍ଜାତୀୟ ବିମାନ ଉଡାଣକୁ ବି ବନ୍ଦ କରାଯାଇଛି । ପୂର୍ବଭଳି ସିନେମା ହଲ୍‌, ମନୋରଞ୍ଜନ କାର୍ଯ୍ୟକ୍ରମ, ସାଂସ୍କୃତିକ ଓ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବ । ବିଶେଷ କରି ସୁରକ୍ଷା ଦୃଷ୍ଟିରୁ ଅଗଷ୍ଟ ୩୧ ଯାଏଁ ଶିକ୍ଷାନୁଷ୍ଠାନ ଗୁଡିକବି ବନ୍ଦ କରିଛନ୍ତି ସରକାର । ହେଲେ ଅଗଷ୍ଟ ୫ରୁ ଯୋଗ କେନ୍ଦ୍ର ଏବଂ ଜିମ୍ନାସିୟମ କେନ୍ଦ୍ର ଖୋଲି ପାରିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।
ମାସ୍କ ନପିନ୍ଧିଲେ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡିବ । ମାସ୍କ ନପିନ୍ଧିଥିଲେ ୧ ହଜାର ଟଙ୍କା ଫାଇନ ଦେବାକୁ ପଡିବ । ପ୍ରଥମ ୨ ଥର ମାସ୍କ ନିନ୍ଧିଲେ ୨ ହଜାର ଟଙ୍କା ଫାଇନ୍ ଦେବାକୁ ପଡିବ ।ପରବର୍ତ୍ତି ସମୟରେ ୫ହଜାର ଟଙ୍କା ଫାଇନ୍ ଗଣିବାକୁ ପଡିବ । ସେପଟେ ବିବାହ କାର୍ଯ୍ୟକ୍ରମରେ ଗାଇଡଲାଇନ ଭାଙ୍ଗିଲେ ୧୦ ହାଜର ଫାଇନ୍ ଗଣିବା ନେଇ ରାଜ୍ୟ ସରକାର ନିୟମ କରିଛନ୍ତି । ସେହିଭଳି ଗୋଟିଏ ସ୍ଥାନରେ ୧୦ ଜଣ ଏକାଠି ହେଲେ ୧୦ ହାଜର ଫାଇନ୍ କଟାଯିବ । ସାମାଜିକ ଦୂରତ୍ୱ ନିୟମ ଭଙ୍ଗ କରୁଥିବା ଦୋକାନକୁ ସିଲ୍ କରିବ ସ୍ଥାନିୟ ପ୍ରଶାସନ । ପାଠପଢ଼ା ବନ୍ଦ ରହିଲେ ବି ପରୀକ୍ଷା ଓ ଅନ୍ୟାନ୍ୟ ଅଫିସ କାମ କରାଯାଇ ପାରିବ ।

ପେଟ୍ରୋଲ ପମ୍ପ ଓ ପ୍ରିଣ୍ଟଏବଂ ଇଲେକ୍ଟ୍ରୋନିକ ମିଡିଆ ଚାଲୁ ରହିବ । ହେଲେ ଏଥିପାଇଁ ସରକରାଙ୍କ କୋଭିଡ୍ ଗାଇଡଲାଇନକୁ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ୍ ଗାଇଡଲାଇନ ପାଳନ ନକଲେ ସମ୍ପୃକ୍ତ ସଂସ୍ଥାକୁ ସିଲ୍ କରାଯିବା ସହ ଫାଇନ ଆଦାୟ କରାଯିବ । ଲକଡାଇନ ଓ ସଟଡାଉନ ସମୟରେ ଅତ୍ୟାବଶ୍ୟକ ସେବାରେ ନିୟୋଜିତ ଥିବା କର୍ମଚାରୀମାନେ ନିଜର ପରିଚୟ ପତ୍ର ଦେଖାଇ ଯାତାୟାତ କରିପାରିବେ ।ସେପଟେ ରାଜ୍ୟ ବାହାର କେହି ବ୍ୟକ୍ତି ଆମ ରାଜ୍ୟକୁ ୩ ଦିନରୁ କମ ସମୟ ପାଇଁ ଆସିଲେ ତାଙ୍କୁ କ୍ୱାରେଣ୍ଟାଇନ କରାଯିବନି । ଯଦି ୩ ଦିନରୁ ଅଧିକ ହେବ ସେ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ । ଜାତୀୟ ରାଜପଥରେ ଥିବା ଢ଼ାବା ଖୋଲା ରହିବା । ସେଠାରୁ କେବଳ ଖାଦ୍ୟ ସାମଗ୍ରୀ ପାର୍ସଲରେ ନେବାକୁ ଅନୁମତି ଦିଆଯାଇଛି । ଏ ସମସ୍ତ ସୂଚନା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଦେଇଛନ୍ତି ।

ରାଜ୍ୟରେ କୋରନା ସ୍ଥିତି କିଭଲି ରହିଛି ତାହାକୁ ପ୍ରଥମେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ରାଜ୍ୟରେ ଭଲ ରହିଛି କରୋନା ସ୍ଥିତି । ଆଉ ପଜିଟିଭ କେସ ମଧ୍ୟ କମିଛି । ଅନେକ ହଟସ୍ପଟ ଏରିଆରେ ମଧ୍ୟ ପଜିଟିଭ କେସ୍ କମିଛି । ଆଉ ରାଜ୍ୟର ମୃତ୍ୟୁ ହାର ଦେଶରେ ସର୍ବନିମ୍ନ ରହିଥିବା ନେଇ ସେ ସୂଚନା ଦେଇଛନ୍ତି । ଲୋକଙ୍କ ଜୀବନ ରକ୍ଷା ଆମର ମୁଖ୍ୟ ଲକ୍ଷ୍ୟ ହୋଇଥିବା ବେଳେ ଜୀବନ ଜୀବିକାକୁ ଦୃଷ୍ଟି ଦେବାକୁ ପଡିବ । ଧିରେ ଧିରେ କଟକଣା ହଟୁଛି, ଟ୍ରେନ ଓ ବିମାନ ଚଳାଚଳ କଲାଣି । ଦୈନିକ ୬ ହଜାର ଯାତ୍ରୀ ଟ୍ରେନରେ ଆସୁଛନ୍ତି । ଏସବୁ ଭିତରେ କରୋନା ଯୁଦ୍ଧ କେଉଁ ସ୍ଥାନରେ ପହଂଚିଛି ଏବେ କହିବା ଠିକ୍ ହେବ ନାହିଁ । ଯୁଦ୍ଧର ଫଳାଫଳ ଉତ୍ସାହଜନକ ବୋଲି ସେ ପ୍ରତିକ୍ରିୟା ରଖିଥିଲେ ।

Post Your View

Leave a Reply

Your email address will not be published. Required fields are marked *

Back to top button