ଭୁବନେଶ୍ୱରରେ ମାଡିଚାଲିଛି କରୋନା

ଭୁବନେଶ୍ୱରରୁ ଆଉ ୧୮୭ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଦିନକୁ ଦିନ ହଜାର ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ରାଜଧାନୀ ଭୁବନେଶ୍ୱରରୁ ମଧ୍ୟ ପ୍ରତିଦିନ ଶହ ଶହ ପଜେଟିଭ ଚିହ୍ନଟ ହେଉଛନ୍ତି । ଆଜି ଭୁବନେଶ୍ୱରରୁ ୧୮୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜଧାନୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ହଜାର ୩୫୮କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୦୪ କ୍ୱାରେନଟାଇନ ସେଂଟରରୁ ହୋଇଥିବାବେଳେ ୮୩ଜଣ ସ୍ଥାନୀୟ ଅଂଚଳରୁ ରହିଛନ୍ତି । ଅନ୍ୟପଟେ ଆଜି ଭୁବନେଶ୍ୱରରୁ ୧୦୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଭୁବନେଶ୍ୱରରୁ ମୋଟ ୨୯୧୪ଜଣ ସୁସ୍ଥ ହୋଇଛନ୍ତି । ଏହାସହ ୧୪୧୮ଜଣ ଚିକିତ୍ସା ହେଉଛନ୍ତି । ଏନେଇ ଭୁବନେଶ୍ୱର ମହାନିଗର ନିଗମ କତୃପକ୍ଷ ତରଫରୁ ଟ୍ୱଟ୍ ଯୋଗେ ସୂଚନା ଦିଆଯାଇଛି ।

, ଭୁବନେଶ୍ୱରରେ ମାଡିଚାଲିଛି କରୋନା

Post Your View

Leave a Reply

Your email address will not be published. Required fields are marked *

Back to top button