ସହବାସ କଲେ ବ୍ୟାପେ କରୋନା? ଜାଣନ୍ତୁ କଣ କୁହନ୍ତି ବିଶେଷଜ୍ଞ

ବର୍ତ୍ତମାନ ଦ୍ରୁତ ଗତିରେ ବ୍ୟାପି ଚାଲିଛି କରୋନା ।ସାରା ବିଶ୍ୱକୁ ନିଜ କବଳକୁ ନେଇ ସାରିଛି । ଏହି ସମୟରେ ସାମାଜିକ ଦୂରତାକୁ ବେଶୀ ଗୁରୁତ୍ୱ ଦିଆଯାଉଛି । ଏହି ସମୟରେ ଲୋକଙ୍କ ମନରେ ଅନେକ ପ୍ରଶ୍ନ । ଘରେ ରହୁଥିବା କାରଣରୁ ଲୋକ ଶାରିରୀକ ସଂପର୍କ ପ୍ରତି ଅଧିକ ମନବଳାଉଛନ୍ତି । ତେବେ ଅନେକଙ୍କ ମନରେ ପ୍ରଶ୍ନ ରହିଛି କଣ ଶାରିରୀକ ସଂପର୍କ ରଖିଲେ ବ୍ୟାପେ କରୋନା?

, ସହବାସ କଲେ ବ୍ୟାପେ କରୋନା? ଜାଣନ୍ତୁ କଣ କୁହନ୍ତି ବିଶେଷଜ୍ଞ
ତେବେ ବିଶେଷଜ୍ଞଙ୍କ ମତରେ ଶାରିରୀକ ସଂପର୍କ ଦ୍ୱାରା ବ୍ୟାପି ନଥାଏ କରୋନା । ଯଦି ଆପଣ ନିଜକୁ ସଂପୂର୍ଣ୍ଣ ଫିଟ୍ ଭାବୁଛନ୍ତି ଓ ଆପଣଙ୍କ ଠାରେ କିମ୍ବା ଆପଣଙ୍କ ସାଥୀଙ୍କ ଠାରେ କରୋନାର କୈାଣସି ଲକ୍ଷ୍ୟଣ ଦେଖା ଦେଉନାହିଁ ତେବେ ଆପଣ ଶାରିରୀକ ସଂପର୍କ ରଖି ପାରିବେ । କିନ୍ତୁ ଯଦି ଆପଣ ବିଦେଶରୁ ଆସିଛନ୍ତି ବା କୈାଣସି ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଷରେ ଆସିଛନ୍ତି ତେବେ ସେକ୍ସ ଠାରୁ ଦୂରେଇ ରୁହନ୍ତୁ ଓ ନିଜକୁ ଆଇସୋଲେଟ ରଖନ୍ତୁ ।
ଯଦି ଆପଣଙ୍କ ଠାରେ କୈାଣସି ଲକ୍ଷ୍ୟଣ ଦେଖା ଦିଏ ତେବେ ତାକୁ ଅଣଦେଖା କରନ୍ତୁ ନାହିଁ । ଜଣେ କେହି ସଂକ୍ରମତ ହେବା ଦ୍ୱାରା ଅନ୍ୟଜଣେ ମଧ୍ୟ ଏହି ରୋଗର ଶିକାର ହେବେ ।ତେଣୁ ନୁଜକୁ ସୁରକ୍ଷିତ ଓ ନିଜ ସାଥୀଙ୍କୁ ବି । ଚୀନରେ ଏମିତି ବହୁତ କେସ୍ ଦେଖା ଯାଇଛି । କରୋନାର କୈାଣସି ଲକ୍ଷ୍ୟଣ ନଥିବା ବ୍ୟକ୍ତି ମଧ୍ୟ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥାନ୍ତି । ଏହିଭଳି ସମୟରେ ଚୁମ୍ବନ ବା ଘନିଷ୍ଠ ସଂପର୍କ ମଧ୍ୟ ଭୟଙ୍କର ହୋଇପାରେ ।

Post Your View

Leave a Reply

Your email address will not be published. Required fields are marked *

Back to top button
Close