କରୋନା ଚିନ୍ତାରେ ବିଶ୍ୱବାସୀ

ବିଶ୍ୱରେ ୩ କୋଟି ୨୪ ଲକ୍ଷ ୧ହଜାର ୩୭୬ ଆକ୍ରାନ୍ତ

ହୁ ହୁ ହୋଇ ବିଶ୍ୱରେ ବଢ଼ୁଛି ସଂକ୍ରମଣ । ଭାଇରସ ଯୋଗୁଁ ସମଗ୍ର ବିଶ୍ୱରେ ୩ କୋଟି ୨୪ ଲକ୍ଷ ୧ହଜାର ୩୭୬ଜଣ ଲୋକ ସଂକ୍ରମିତ ହୋଇଥିବାବେଳେ ୯ ଲକ୍ଷ ୮୭ହଜାର ୧୩୨ଜଣଙ୍କର ଭାଇରସ ଯୋଗୁଁ ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୨ କୋଟି ୩୯ ଲକ୍ଷ ୧୨ ହଜାର ୬୮୧ଜଣ ସୁସ୍ଥ ହୋଇଥିବାବେଳେ ୭୫ ଲକ୍ଷ ୧ ହଜାର ୫୬୩ଜଣ ଲୋକ ସକ୍ରୀୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୬୩ ହଜାର ୩୧୩ଜଣ ଗୁରୁତର ହୋଇଛନ୍ତି । ସଂକ୍ରାନ୍ତଙ୍କ ସଂଖ୍ୟାରେ ସବୁଠୁ ଆଗରେ ଅଛି ଯୁକ୍ତରାଷ୍ଟ୍ର ଆମେରିକା । ଏଠାରେ ୭୧ ଲକ୍ଷ ୮୫ ହଜାର ୧୬୪ଜଣ ସଂକ୍ରମିତ ହୋଇଥିବା ବେଳେ ୨ ଲକ୍ଷ ୭ ହଜାର ୫୧୪ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଭାରତରେ ୫୭ ଲକ୍ଷ ୩୨ହଜାର ୫୧୮ଜଣ ଲୋକ ସଂକ୍ରମିତ ଥିବାବେଳେ ୯୧ହଜାର ୧୪୯ଜଣଙ୍କର ମୃତ୍ୟୁ ହୋଇଛି । ବ୍ରାଜିଲରେ ୪୬ ଲକ୍ଷ ୫୯ ହଜାର ୯୦୯ଜଣ ସଂକ୍ରମିତ ହୋଇଥିବାବେଳେ ୧ ଲକ୍ଷ ୩୯ହଜାର ୮୮୩ଜଣଙ୍କର ମୃତ୍ୟୁ ହୋଇଛି । ଋଷିଆରେ ୧୧ ଲକ୍ଷ ୨୮ହଜାର ୮୩୬ଜଣ ସଂକ୍ରମିତ ହୋଇଥିବାବେଳେ ୧୯ହଜାର ୯୪୮ଜଣଙ୍କର ମୃତ୍ୟୁ ହୋଇଛି । ସ୍ପେନରେ ୭ ଲକ୍ଷ ୪ହଜାର ୨୦୯ଜଣ ସଂକ୍ରମିତ ହୋଇଥିବାବେଳେ ୩୧ହଜାର ୧୧୮ଜଣଙ୍କର ମୃତ୍ୟୁ ହୋଇଛି । ଦକ୍ଷିଣ ଆଫ୍ରିକାରେ ୬ ଲକ୍ଷ ୬୭ହଜାର ୪୯ସଂକ୍ରମିତ ହୋଇଥିବାବେଳେ ୧୬ହଜାର ୨୮୩ଜଣଙ୍କର ମୃତ୍ୟୁ ହୋଇଛି । ପାକିସ୍ତାନରେ ୩ ଲକ୍ଷ ୮ହଜାର ୨୧୭ଜଣ ସଂକ୍ରମିତ ହୋଇଥିବାବେଳେ ୬ହଜାର ୪୩୭ଜଣଙ୍କର ମୃତ୍ୟୁ ହୋଇଛି ।

Post Your View

Leave a Reply

Your email address will not be published. Required fields are marked *

Back to top button