କରୋନା ଟୀକା ପ୍ରସ୍ତୁତ କଲା ଆମେରିକୀୟ କମ୍ପାନି ମର୍ଡନା

କରୋନା ଟୀକା ତିଆରି କରିବା ରେସରେ ନିଜକୁ ସାମିଲ କରିଛି ଆମେରିକାର ଫେମସ କମ୍ପାନୀ ମର୍ଡନା। ଏହି କଂପାନି କରୋନା ସହ ମୁକାବିଲା କରିବା ପାଇଁ ଏକ ପ୍ରତିଷେଧକର ପରୀକ୍ଷଣ କରିଛି। କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ରକ୍ତ ନମୁନା ସହିତ ପ୍ରତିଷେଧକରୁ ସୃଷ୍ଟି ହୋଇଥିବା ଆଣ୍ଟିବଡିର ସମାନତା ଥିବା ଗବେଷକ ମାନେ ଜାଣିବାକୁ ପାଇଛନ୍ତି।

, କରୋନା ଟୀକା ପ୍ରସ୍ତୁତ କଲା ଆମେରିକୀୟ କମ୍ପାନି ମର୍ଡନା
୮ ଜଣ କରୋନା ଆକ୍ରାନ୍ତଙ୍କ ଉପରେ ଏହି ପ୍ରତିଷେଧକକୁ ପରୀକ୍ଷଣ କରାଯାଇଛି ଓ ଏହା ସକରାତ୍ମକ ବୋଲି ଜଣାପଡିଛି। ଗବେଷକମାନେ ୮ କରୋନା ଆକ୍ରାନ୍ତଙ୍କ ଉପରେ ଏହି ପ୍ରତିଷେଧକ ପରୀକ୍ଷଣ କରିବା ପରେ ଫଳାଫଳ ସକାରାତ୍ମକ ଥିବା ଜଣାପଡ଼ିଛି। ଏହି କମ୍ପାନି ସୁଇସ୍‌ର ଔଷଧ ନିର୍ମାଣକାରୀ କମ୍ପାନି ଲୋଞ୍ଜା ଗ୍ରୁପ୍‌ ଏଜି ଏବଂ ଆମେରିକା ସରକାରଙ୍କ ସହ ମିଶି ଏକ ଚୁକ୍ତି ସ୍ବାକ୍ଷର କରି ବିପୁଳ ପରିମାଣର କରୋନା ପ୍ରତିଷେଧକ ତିଆରି କରିବାର ଯୋଜନା ରଖିଛି। ବିଶେଷଜ୍ଞମାନଙ୍କ କହିବାନୁସାରେ, ଏହି ପ୍ରତିଷେଧକ ତିଆରି କରିବା ପାଇଁ ପ୍ରାୟ ୧ ବର୍ଷରୁ ଦେଢ଼ ବର୍ଷ ସମୟ ଲାଗିପାରେ। ପ୍ରତିଷେଧକ ଏମ୍‌ଆର୍‌ଏନ୍‌ଏକୁ-୧୨୭୩କୁ ନେଇ ହୋଇଥିବା ପରୀକ୍ଷଣରୁ ଜାଣିବାକୁ ମିଳିଛି ଯେ ଏହା ମଣିଷ ପାଇଁ ସୁରକ୍ଷିତ ପ୍ରତିଷେଧକ। ପରୀକ୍ଷଣ ସମୟରେ ଯେତେବେଳେ ଟୀକା ଦିଆଗଲା ବ୍ୟକ୍ତି ଜଣଙ୍କର ସେହି ସ୍ଥାନରେ ଲାଲି ପଡିବା ଭଳି ଦେଖାଗଲା। ମାତ୍ର ଗବେଷଖ ମାନେ ଜାଣିବାକୁ ପାଇଛନ୍ତି ତାହା କ୍ଷତିକାରକ ନୁହେଁ । ପରବର୍ତ୍ତ ପରୀକ୍ଷଣ ଆସନ୍ତା ଜୁଲାଇ ମାସରେ କରାଯିବ।

Post Your View

Leave a Reply

Your email address will not be published. Required fields are marked *

Back to top button
Close