ସେପ୍ଟେମ୍ବରରେ ଶିଶୁଙ୍କ ପାଇଁ ଟିକା !

୧୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ପାଇଁ ଟିକାକରଣ ଅନୁମତି ମାଗିଲା ଜାଇଡସ କାଡିଲା..

ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଦେଶରେ ଶିଶୁଙ୍କ ଲାଗି ଚାଲିପାରେ ଟିକାକରଣ । ଏନେଇ ସୂଚନା ଦେଇଛନ୍ତି ଦିଲ୍ଲୀ ଏମସ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ । ଏହା ଆରମ୍ଭ ହେଲେ ଦେଶରେ କୋଭିଡ ବିରୋଧରେ ଯୁଦ୍ଧ ଶକ୍ତିଶାଳୀ ହେବ ଏବଂ ସଂକ୍ରମଣକୁ ବ୍ୟାପକ ଭାବେ ରୋକାଯାଇପାରିବ । ସେ କହିଛନ୍ତି- ଶିଶୁଙ୍କୁ ଟିକାକରଣ ନେଇ ଜାଇଡସ ସମସ୍ତ ଟ୍ରାଏଲ ଶେଷ କରିଛି । ସେହିପରି ଭାରତ ବାୟୋଟେକର କୋଭାକ୍ସିନ ଟ୍ରାଏଲ ବି ଅଗଷ୍ଟ ସୁଦ୍ଧା ଶେଷ ହୋଇପାରେ । ଫଳରେ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଦେଶରେ ଶିଶୁଙ୍କୁ ଟିକାକରଣ କରାଯିବା ପ୍ରକ୍ରିୟା ଆରମ୍ଭ ହେବାର ସମ୍ଭାବନା ଅଧିକ । ବର୍ତ୍ତମାନ ସୁଦ୍ଧା ଦେଶରେ ୪୨ କୋଟି ଡୋଜ ଦିଆଯାଇସାରିଲାଣି ।, ସେପ୍ଟେମ୍ବରରେ ଶିଶୁଙ୍କ ପାଇଁ ଟିକା !ଏମ୍ସ ନିର୍ଦ୍ଦେଶକ ଡ ରଣଦୀପ ଗୁଲେରିଆ କହିଛନ୍ତି ଯେ ସେପ୍ଟେମ୍ବର ଶେଷ ସୁଦ୍ଧା ୧୮ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ଟିକା ଉପଲବ୍ଧ ହୋଇପାରେ । ଅନ୍ୟପକ୍ଷେ ପୂର୍ବରୁ ସରକାରଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟକୁ ଦିଆଯାଇଥିବା ସୂଚନା ଅନୁସାରେ ଜାଇଡସ କ୍ୟାଡିଲା ଏହାର ଡିଏନଏରେ ଆଧାରିତ କୋଭିଡ ଟିକା ଜାଇକୋଭ- ଡି ୧୨ରୁ ୧୮ବୟସ ଶ୍ରେଣୀ ପାଇଁ କ୍ଲିନିକାଲ ପରୀକ୍ଷା ଶେଷ ହୋଇଛି । ଆଇନଗତ ମଂଜୁରୀ ମିଳିବା ପରେ ଏହା ନିକଟ ଭବିଷ୍ୟତରେ ଉବଲବ୍ଧ ହୋଇପାରେ । ପିଲାଙ୍କ ପାଇଁ କୋଭାକ୍ସିନ ପରୀକ୍ଷଣ ଏମ୍ସ ସମେତ ଦେଶର ୬ଟି କେନ୍ଦ୍ରରେ ହେଉଛି । ତେବେ ଏହାର ଫଳାଫଳ ସେପ୍ଟେମ୍ବରରେ ହିଁ ଆସିବ ବୋଲି ଜଣାପଡ଼ିଛି ।

Post Your View

Leave a Reply

Your email address will not be published. Required fields are marked *

Back to top button