କୋହଲିଙ୍କ ଫ୍ୟାନ୍ ପାକିସ୍ତାନର ଝିଅ

କହୁଛନ୍ତି ଦୟାକରି ମୋତେ ବିରାଟଙ୍କୁ ଦିଅନ୍ତୁ..

ଇଣ୍ଡିଆ କ୍ରିକେଟ ଅଧିନାୟକ ବିରାଟ କୋହଲି ସବୁ ବେଳେ ଚର୍ଚ୍ଚାରେ ଥାନ୍ତି । ତାଙ୍କର ଅନେକ ଫ୍ୟାନ୍ ମଧ୍ୟ ଅଛନ୍ତି । ଯିଏ ତାଙ୍କ ପାଇଁ ପୁରା ପୁରୀ ପାଗଳ । ଅନେକ ଥର ଷ୍ଟ୍ରାଡିୟମରେ ମଧ୍ୟ ଆପଣ ମାନେ ଦେଖିଥିବେ ବିରାଟ କୋହଲି ଷ୍ଟ୍ରାଡିୟମକୁ ଆସିବା ମାତ୍ରେ ଝିଅମାନେ ପାଗଳ ହୋଇଯାଆଁନ୍ତି । ତାଙ୍କୁ ଭଲପାଉଥିବା ଦର୍ଶକ ମାନେ ତାଙ୍କର ଅନେକ ନା ମଧ୍ୟ ରଖିଛନ୍ତି । ଯେପରି ଚିକୁ , ବିରାଟ ଏମିତି ଏନେକ କିଛି ।ବିରାଟ କୋହଲି ବର୍ତ୍ତମାନ ଦୁନିଆର ସର୍ବୋତ୍ତମ କ୍ରିକେଟରଙ୍କ ମଧ୍ୟରୁ ଜଣେ । ଭାରତ ବ୍ୟତୀତ ପାକିସ୍ତାନରେ ଅଧିନାୟକ କୋହଲିଙ୍କ ଅନେକ ପ୍ରଶଂସକ ମଧ୍ୟ ଅଛନ୍ତି । ପାକିସ୍ତାନୀ ଝିଅଅ ରିଜଲା ରେହାନ ମଧ୍ୟ ଭାରତୀୟ ଅଧିନାୟକଙ୍କ ଜଣେ ଜବରଦସ୍ତ ପ୍ରଶଂସକ । ରିଜଲା ରେହାନ୍ ୨୦୧୯ ବିଶ୍ୱକପ୍ ରେ ବେଶ୍ ଚର୍ଚ୍ଚାକୁ ଆସିଥିଲେ ।, କୋହଲିଙ୍କ ଫ୍ୟାନ୍ ପାକିସ୍ତାନର ଝିଅ୨୦୧୯ ବିଶ୍ୱକପ ସମୟରେ ରିଜଲା ରେହାନଙ୍କୁ ଏକ ସାକ୍ଷାତକାରରେ ପଚରାଯାଇଥିଲା ଯେ ସେ ଟିମ୍ ଇଣ୍ଡିଆକୁ ପାକିସ୍ତାନ ତରଫରୁ କି ଉପହାର ଦେବାକୁ ଚାହୁଁଛନ୍ତି । ତା’ପରେ ରିଜଲା କହିଥିଲେ, ‘ମୋତେ ବିରାଟ ଦିଅ, ଦୟାକରି ମୋତେ ବିରାଟ ଦିଅ’। ସୋସିଆଲ ମିଡିଆରେ ବେଶ ସକ୍ରିୟ ରିଜଲା ରେହାନ । ତାଙ୍କର ହଜାର ହଜାର ଫଲୋଅର ବି ଅଛନ୍ତି ।ରେହାନ ପ୍ରାୟତ କ୍ରିକେଟ୍ ସମ୍ବନ୍ଧୀୟ ଜିନିଷ ପୋଷ୍ଟ କରନ୍ତି । ରିଜଲା ରେହାନ୍ ପ୍ରଥମେ ଏସିଆ କପ୍ ୨୦୧୮ରେ ଲାଇମଲାଇଟ୍ କୁ ଆସିଥିଲେ । ୨୦୧୯ରେ ମାଞ୍ଚେଷ୍ଟରରେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ହୋଇଥିବା ମ୍ୟାଚରେ ରିଜଲା ମଧ୍ୟ ଉପସ୍ଥିତ ଥିଲେ । ସେହି ବର୍ଷ ବିଶ୍ୱ କପ୍ ସେମିଫାଇନାଲ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିଲା । ହି ମ୍ୟାଚ୍ ପାଇଁ ରିଜଲା ଟିକେଟ୍ କିଣିଥିଲେ । ସେ ଭାବିଥିଲେ ଯେ ପାକିସ୍ତାନ ସେମିଫାଇନାଲରେ ପ୍ରବେଶ କରିଛି ବୋଲି । ରିଜଲା ରେହାନ ପାକିସ୍ତାନର କରାଚିରୁ ଆସିଛନ୍ତି କିନ୍ତୁ ଗତ ୧୨ ବର୍ଷ ଧରି ଦୁବାଇରେ ରହୁଛନ୍ତି ।

Post Your View

Leave a Reply

Your email address will not be published. Required fields are marked *

Back to top button