କ୍ରିକେଟ ଓ୍ୱାର୍ଲ୍ଡକପ୍ କଥା

କ୍ରିକେଟ ଓ୍ୱାର୍ଲ୍ଡକପରେ ଭାରତର ଉତ୍ସାହ ଓ ପାରଦର୍ଶିତା ଫିକା ପଡିଯାଇଛି। ନ୍ୟୁଜିଲାଣ୍ଡ ଭାରତକୁ ପରାଜୟ କରିବା ପରେ ଫାଇନାଲରେ ଇଂଲଣ୍ଡକୁ ସାକ୍ଷାତ କରିଥିଲା। କିନ୍ତୁ କ୍ରିକେଟକୁ ନେଇ ଆଲୋଚନା କରିବା ଦ୍ୱାରା ଜଣାପଡ଼େ କି ଏହା କଲୋନିଆଲ ରୁଲ ସମୟରୁ ଭାରତକୁ ଆସିଥିଲା। ଅର୍ଥାତ୍ ଇଂରେଜ ଶାସନ ସମୟରୁ କ୍ରିକେଟର ଆରମ୍ଭ ଆମ ଦେଶରେ ହୋଇଥିଲା। ଯାହା ପରବର୍ତ୍ତୀ ସମୟରେ ଭାରତୀୟମାନେ ନିଜ ରକ୍ତରେ ମିଶାଇଦେଲେ। ଗତ 30 ବର୍ଷ ମଧ୍ୟରେ ଏହା ଭାରତୀୟ ମାନଙ୍କର ପ୍ରିୟ ଖେଳ ପାଲଟିଛି। କିନ୍ତୁ ବର୍ତ୍ତମାନ କ୍ରିକେଟର ଲୋକପ୍ରିୟତା ବୃଦ୍ଧି ପାଇବା ସହିତ କ୍ରିକେଟର ପ୍ରକୃତ ପରିଚୟ ହଜିଯାଉଛି। ପାଞ୍ଚଦିନିଆ ମ୍ୟାଚ୍, ଓ୍ୱାନ୍ ଡେ, ଟ୍ୱେଣ୍ଟି- ଟ୍ୱେଣ୍ଟି, ଆପିଏଲ୍ , କଣ୍ଟ୍ରି କ୍ରିକେଟ୍ ଆଦି କେତେ ପ୍ରାକରର କ୍ରିକେଟ୍ ଏବେ ଦେଖାଦେଇଛି। ବର୍ତ୍ତମାନ ସୁଦ୍ଧା ଅନେକ ନିୟମକୁ ପରିବର୍ତ୍ତନ କରାଯାଇ ନୂଆ ନିୟମ ଲାଗୁହେଉଛି। ମିଲିଅନସ୍ ଡ଼ଲାରର ଅର୍ଥନୀତି ବର୍ତ୍ତମାନ କ୍ରିକେଟ୍ ସହ ସଂପୃକ୍ତ। ତେଣୁ କ୍ରିକେଟ ଏବେ ଦେଶପ୍ରେମ ଭାବେ ପରିଚିତ।

Post Your View

Leave a Reply

Your email address will not be published. Required fields are marked *

Back to top button