ମାଡି ଆସୁଛି ବାତ୍ୟା ନିସର୍ଗ

ଘଣ୍ଟା ପ୍ରତି ୧୧ କିମି ବେଗରେ ମହାରାଷ୍ଟ୍ର ଆଡକୁ ମାଡି ଆସୁଛି ବାତ୍ୟା ନିସର୍ଗ। ଉତ୍ତର ମହାରାଷ୍ଟ୍ର ଓ ଦକ୍ଷିଣ ଗୁଜୁରାଟ ମୁହାଁ ହେଉଛି ଏହି ବାତ୍ୟା। ସମୁଦ୍ର ଭିତରେ ସବଳ ହେଉଛି ଏହି ବାତ୍ୟା। ଆସନ୍ତା ୬ଘଣ୍ଟା ମଧ୍ୟରେ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇ ପାରେ। ଦକ୍ଷିଣ ପଶ୍ଚିମ ଦିଗରେ ଏହା ୨୫୦ କିମି ଦୂରରେ ରହିଛି। ସୁରତ ଠାତୁ ଦକ୍ଷିଣ ପଶ୍ଚିମ ଦିଗରେ ୨୬୦ କିମି ଦୂରରେ ରହିଛି। ଆଜି ଅପରାହ୍ନରେ ମହାରାଷ୍ଟ୍ର ରାଇଗଡ ଜିଲ୍ଲାର ଆଲିବାଗ ନିକଟରେ ଏହା ଲ୍ୟାଣ୍ଡ ଫଲ କରିବ ବୋଲି ପୂର୍ବାନୁମାନ କରାଯାଇଛି।

ସ୍ଥଳଭାଗ ଛୁଇଁବା ସମୟରେ ଏହାର ପ୍ରଭାବରେ ଘଂଟା ପ୍ରତି ୧୧୦ରୁ ୧୨୦କିଲୋମିଟର ପର୍ଯ୍ୟନ୍ତ ବେଗରେ ପବନ ବୋହିପାରେ। ଏହା ପ୍ରଭାବରେ ମହାରାଷ୍ଟ୍ର,କର୍ଣ୍ଣାଟକ, ଗୁଜୁରାଟ ଓ ଗୋଆରେ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଉଛି। ବାତ୍ୟା ନିସର୍ଗ ପ୍ରଭାବରେ ମହାରାଷ୍ଟ୍ର,ଗୋଆ ଓ କର୍ଣ୍ଣାଟକ ଉପକୂଳରେ ସମୁଦ୍ର ଅଶାନ୍ତ ରହିବ। ଏହା ସହ ଦକ୍ଷିଣ ଗୁଜୁରାଟ ଉପକୂଳରେ ବି ସମୁଦ୍ର ଅଶାନ୍ତ ରହିବ। ଏଣୁ ଏହି ସମୟରେ ମହାରାଷ୍ଟ୍ର,ଦକ୍ଷିଣ ଗୁଜୁରାଟ,କର୍ଣ୍ଣାଟକ ଓ ଗୋଆରେ ମତ୍ସ୍ୟଜିବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।

Post Your View

Leave a Reply

Your email address will not be published. Required fields are marked *

Back to top button