ଡାଲମିଆ ସିମେଣ୍ଟରେ ଟ୍ରକ ଡ୍ରାଇଭରକୁ ସୁରକ୍ଷାକର୍ମୀଙ୍କ ଆକ୍ରମଣ

ରାଜଗାଙ୍ଗପୁର ସ୍ଥିତ ଡାଲମିଆ ସିମେଣ୍ଟ କାରଖାନା ରେ ବାରମ୍ବାର ଦୁର୍ନୀତି ର ଅଭିଯୋଗ ଆସୁଛି। ନିକଟରେ ଠିକା ଶ୍ରମିକ ମାନଙ୍କୁ ପାରିଶ୍ରମିକ ନଦେବାରୁ ଶ୍ରମିକ ମାନେ ଧାରଣା ଦେବାର ଦେଖା ଯାଇଥିଲା।କିଛି ଦିନ ପୂର୍ବରୁ କାରଖାନା ଭିତରେ କାର୍ଯ୍ୟରତ ଏକ ଶ୍ରମିକଙ୍କର ଦୁର୍ଘଟଣା ରେ ଗୁରୁତର ଆହତ ହୋଇଥିଲେ।ଏହି ଘଟଣା ର କିଛି ଦିନ ନ ଯାଉଣୁ ପୁନର୍ବାର ଏକ ଘଟଣା ନଜରକୁ ଆସିଛି ।ଗତକାଲି ରାତ୍ରି ପ୍ରାୟ ୮ ଘଟିକା ସମୟରେ କାରଖାନା ଭିତରକୁ ମାଲ ଲୋଡ଼ କରିବା ପାଇଁ ଯାଉଥିବା ଏକ ଟ୍ରକ ଡ୍ରାଇଭର କୁ ସୁରକ୍ଷା କର୍ମୀ ମାନେ ମାଡ଼ ମାରି ଥିବାର ଅଭିଯୋଗ ଆସିଛି। ଆହତ ଟ୍ରାଇଭର ଚିକିତ୍ସା ପାଇଁ ସରକାରୀ ଡାକ୍ତରଖାନାକୁ ଯାଇଥିଲେ।କମ୍ପାନୀ କର୍ତ୍ତୃପକ୍ଷଙ୍କ ଅଗୋଚରରେ ସୁରକ୍ଷା କର୍ମୀଙ୍କ ମାଡ଼ ମାରିବା କେତେ ଦୂର ଯୁକ୍ତି ଯୁକ୍ତ।ବାରମ୍ବାର ଏହିଭଳି ଘଟଣା ଘଟୁଥିଲେ ମଧ୍ୟ ଏହାର କମ୍ପାନୀ କର୍ତ୍ତୃପକ୍ଷ କୌଣସି ପ୍ରତିକାର ବ୍ୟବସ୍ଥା କରୁନାହାନ୍ତି।

ରାଜଗାଙ୍ଗପୁର(ସୌମ୍ୟଜୀତ ସ୍ୱାଇଁ)

Post Your View

Leave a Reply

Your email address will not be published. Required fields are marked *

Back to top button