ଏହା ଦେଖି କୋଲକତାର ନକସା ଜାଣିବା ମୁସକ୍କିଲ

ସାମୁଦ୍ରିକ ବାତ୍ୟା ଆମ୍ପାନ୍ କୋଲକତାର ନକସା ହିଁ ବଦଳାଇଦେଇଛି । ହୁଏତ ଆପଣ ମାନେ ତାହାକୁ ଦେଖିଲେ ପୂର୍ବ ବର୍ଷ ଫନି ସମୟରେ ଭୁବନେଶ୍ୱର ଏୟାରପୋର୍ଟ ର ନକସା କଥା ମନେପଡିଯିବ । କାରଣ ଆମ୍ପାନ ମାଡର ସବୁକିଛି ଧ୍ୱଂସାବଶେଷ ହୋଇଯାଇଛି ପଶ୍ଚିମବଙ୍ଗରେ  ଅମ୍ଫାନର ମାଡ଼ରେ ସମଗ୍ର କୋଲକାତା ମହାନଗରୀ ଧରାଶାୟୀ ହେବା ସହ କୋଲକାତାର ଦମ୍‌ଦମ୍‌ ବିମାନ ବନ୍ଦର ମଧ୍ୟ ଏକ ରକମର ଭୁଶୁଡ଼ି ପଡ଼ିଛି। ଘଣ୍ଟାପ୍ରତି ୧୨୦ କିଲୋମିଟରରୁ ଅଧିକ ବେଗରେ ପ୍ରବାହିତ ହୋଇଥିବା ଅମ୍ଫାନର ବାତ୍ୟା ପବନ ଦମଦମ ବିମାନ ବନ୍ଦରର କଣ୍ଟ୍ରୋଲ ଟାଓ୍ଵାରକୁ ଦୋହଲାଇ ରଖିଦେଇଥିବା ବେଳେ ବିମାନ ବନ୍ଦରର ଛାତ ସବୁକୁ ଉଡ଼ାଇ ନେଇଛି। ଖାଲି ଏତିକି ନୁହେଁ,  ଅମ୍ଫାନ ସହ ଆସିଥିବା ବାଦଲ ପ୍ରବଳରୁ ଅତିପ୍ରବଳ ବର୍ଷା କରାଇ ଦମଦମ ବିମାନ ବନ୍ଦରକୁ ଜଳର୍ଣ୍ଣବ କରିପାକାଇବା ସହ ବିମାନ ବନ୍ଦରର ହାଙ୍ଗର ଠାରୁ ଆରମ୍ଭ କରି ବିମାନ ଠାରୁ ରନ୍‌ୱେ ପର୍ଯ୍ୟନ୍ତ ସବୁକିଛିକୁ ବର୍ଷାଜଳ ମଧ୍ୟରେ ବୁଡ଼ାଇ ରଖିଦେଇଛି। ଦୂରରୁ ଦେଖିଲେ ଲାଗୁଛି ବିମାନଗୁଡ଼ିକ ସତେ ଯେମିତି ପାଣିରେ ପହଁରୁଛନ୍ତି। ହାଙ୍ଗରରେ ଥିବା ଅନେକ ବିମାନ ମଧ୍ୟ ପବନ ମାଡ଼ ସମ୍ଭାଳି  ନ ପାରି ଭାଙ୍ଗିରୁଜି ଯାଇଛନ୍ତି।

 

Post Your View

Leave a Reply

Your email address will not be published. Required fields are marked *

Back to top button
Close