ଭାରତଠାରୁ ୩୫୪ ରନ ଆଗରେ ଇଂଲଣ୍ଡ

ଇଂଲଣ୍ଡ ୪୩୨ରେ ଅଲଆଉଟ୍..

ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟରେ ବିରାଟ ବାହିନୀଠାରୁ ପ୍ରଥମ ଇଂନିସରେ ବଡ ଲିଡ୍ ନେଇଛି ଇଂଲଣ୍ଡ ଦଳ । ପ୍ରଥମ ଇଂନିସରେ ଇଂଲଣ୍ଡ ୪୩୨ ରନରେ ଅଲଆଉଟ୍ ହେବା ସହିତ ୩୫୪ ରନର ଲିଡ୍ ନେଇଛି । ତେବେ ଏହି ମ୍ୟାଚରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ୪ ୱିକେଟ୍ ସଫଳତା ମିଳିଛି । ଭାରତର ପ୍ରଥମ ଇନିଂସ ୭୮ ରନ ଜବାବରେ ଇଂଲଣ୍ଡ ୪୩୨ ରନ କରିଛି। ଦଳ ଭାରତଠୁ ୩୫୪ ରନ ଅଗ୍ରଣୀ ହାସଲ କରିଛି। ଜୋ ରୁଟ୍ ୧୨୧ ରନଙ୍କ ବ୍ୟତୀତ ହାସିବ ଅହମ୍ମଦ ୬୮ ଓ ରରି ବର୍ଣ୍ଣ୍ସ ୬୧ ରନର ଇନିଂସ ଖେଳିଛନ୍ତି। ଭାରତ ପକ୍ଷରୁ ମହମ୍ମଦ ସାମି ୪ଟି ଓ୍ଵିକେଟ୍ ନେଇଛନ୍ତି। କୌଣସି ପ୍ରକାରର ଚମତ୍କାର ହିଁ ଭାରତକୁ ଲିଡ୍ସ ଟେଷ୍ଟରେ ବଞ୍ଚାଇ ପାରିବ। ଦଳ ୩୫୪ ରନ ପଛୁଆ ରହିବା ପରେ ବ୍ୟାଟସମ୍ୟାନ କିପରି ପ୍ରଦର୍ଶନ କରୁଛନ୍ତି ତାହା ଦେଖିବା ବାକି ରହିଲା। ଆଜି ହେଉଛି ମ୍ୟାଚ୍‌ର ତୃତୀୟ ଦିନ।, ଭାରତଠାରୁ ୩୫୪ ରନ ଆଗରେ ଇଂଲଣ୍ଡମ୍ୟାଚର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୮ ୱିକେଟ୍ ହରାଇ ୪୨୩ ରନ୍ କରିଥିଲା। ତୃତୀୟ ଦିବସରେ ଇଂଲଣ୍ଡର ଶେଷ ଦୁଇ ୱିକେଟ୍ ନେବାକୁ ଭାରତକୁ ବେଶୀ କଷ୍ଟ କରିବାକୁ ପଡ଼ିଥିଲା। ପୂର୍ବଦିନ ଅପରାଜିତ ଥିବା କ୍ରେଗ୍ ଓଭରଟନ୍ ୩୨ (୪୨ ବଲ୍, ୬ ଚୌକା) ରନ୍ କରି ମହମ୍ମଦ ଶାମିଙ୍କ ଦ୍ୱାରା ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ। ଏହା ପରେ ଯଶପ୍ରୀତ ବୁମ୍ରା ଓଲି ରବିନସନ୍ (୦)ଙ୍କୁ କ୍ଲିନ୍ ବୋଲ୍ଡ କରି ଇଂଲଣ୍ଡ ଇନିଂସର ପରିସମାପ୍ତି ଘଟାଇଥିଲେ। ଭାରତ ପକ୍ଷରୁ ମହମ୍ମଦ ଶାମି ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ବୁମ୍ରା, ମହମ୍ମଦ ସିରାଜ ଓ ରବୀନ୍ଦ୍ର ଜାଡେଜା ୨ଟି ଲେଖାଏ ୱିକେଟ୍ ଅକ୍ତିଆର କରିଥିଲେ।, ଭାରତଠାରୁ ୩୫୪ ରନ ଆଗରେ ଇଂଲଣ୍ଡଏହା ପୂର୍ବରୁ ଦ୍ୱିତୀୟ ଦିବସରେ ଇଂଲିଶ ଟିମର କ୍ୟାପଟେନ୍ ଜୋ ରୁଟ୍ (୧୨୧) ଶତକ ମାରିଥିବା ବେଳେ ଦୁଇ ଓପ୍ନର ଜୋ ବର୍ନସ୍ (୬୧) ଓ ହସୀବ ହମୀଦ (୬୮) ଏବଂ ଡାୱିଡ୍ ମଲାନ୍ (୭୦) ଅର୍ଦ୍ଧଶତକ ହାସଲ କରିଥିଲେ। ସିରିଜରେ ରୁଟଙ୍କର ଏହା ତୃତୀୟ ଥିଲା। ପ୍ରଥମ ଓ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ରୁଟ୍ ଶତକ ହାସଲ କରିଥିଲେ। ତେବେ ଆଉଟ୍ ଅଫ୍ ଫର୍ମ ଥିବା ବର୍ନସ୍ ଠିକଣା ସମୟରେ ଫର୍ମକୁ ଫେରିଛନ୍ତି ଏ‍ବଂ ଦଳକୁ ବଡ଼ ସ୍କୋରରେ ପହଞ୍ଚାଇବାରେ ନିର୍ଣ୍ଣାୟକ ଭୂମିକା ବହନ କରିଛନ୍ତି।

Post Your View

Leave a Reply

Your email address will not be published. Required fields are marked *

Back to top button