ସମୁଦ୍ରକୂଳରେ ୪୦ ଫୁଟର ତିମି

ରାଜନଗର ସମୁଦ୍ରକୂଳରେ ୪୦ ଫୁଟ ଲମ୍ବା ଏକ ବିରାଟକାୟ ତିମି ମାଛର ମୃତ ଦେହ ଭାସୁଥିବା ଦେଖିବାକୁ ମିଳୁଛି। ତେବେ ତିମିର ମୃତ ଦେହ କୂଳ ଠାରୁ ମାତ୍ର ଆଉ ଅଳ୍ପ ଦୂରରେ। କେଉଁ କାରଣରୁ ତିମିର ମୃତ୍ୟୁ ହୋଇଛି ତାହା ଜଣା ପଡିନାହିଁ। ତିମିଟି ଆକାର ବହୁତ ବଡ। ଏହା ସହ ମଧ୍ୟମ ବୟସର ବୋଲି ସମୁଦ୍ରବିତ୍ ମାନେ ଆକଳନ କରୁଛନ୍ତି। କିନ୍ତୁ ସଠିକ୍ ଭାବରେ କୈାଣସି ତଥ୍ୟ ମିଳିନାହିଁ। ବାତ୍ୟା ବା ଅଶାନ୍ତ ସମୁଦ୍ର ଏହାର କାରଣ ହୋଇ ପାରେ ବୋଲି ଆଶଙ୍କା କରାଯାଉଛି।

Post Your View

Leave a Reply

Your email address will not be published. Required fields are marked *

Back to top button