ରାଜଧାନୀରୁ ଆଉ ୩୪୯ କରୋନା ପଜିଟିଭ୍ ଚିହ୍ନଟ

ସୁସ୍ଥ ହେଲେ ୩୭୩

ରାଜ୍ୟରେ ଦିନକୁ ଦିନ ବଢି ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହା ଭିତରେ ଆଜି ରାଜଧାନୀ ଭୁବନେଶ୍ୱରରେ ୩୪୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ଆଉ ୩୭୩ ଜଣ ସୁସ୍ଥ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେନଂଟାଇନ ସେଂଟରରୁ ୧୨୦ ଜଣ ଓ ସ୍ଥାନୀୟ ଅଂଚଳରୁ ୨୨୯ ଜଣ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

, ରାଜଧାନୀରୁ ଆଉ ୩୪୯ କରୋନା ପଜିଟିଭ୍ ଚିହ୍ନଟ

ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬ଜଣ ଚକେଇଶିଆଣିରୁ ୧୨ଜଣ ୟୁନିଟ-୮ରୁ, ୫ଜଣ କୋଳଥିଆରୁ, ୭ଜଣ ମଞ୍ଚେଶ୍ବରରୁ ଓ ୭ଜଣ ନୟାପଲ୍ଲୀରୁ, ୫ଜଣ ପଟିଆରୁ, ୫ଜଣ ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ସେହିପରି ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଆକ୍ରାନ୍ତ ନୟାପଲ୍ଲୀରୁ ଚିହ୍ନଟ ହୋଇଛନ୍ତି। ନୟାପଲ୍ଲୀରୁ ୧୩ଜଣଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ବେଳେ ରସୁଲଗଡ଼ରୁ ୧୨ଜଣ, ଝାରପଡ଼ାରୁ ୯ଜଣ, ଓଲଡଟାଉନରୁ ୧୧ଜଣ, ପଟିଆରୁ ୯ଜଣ, ଶୈଳେଶ୍ରୀ ବିହାରରୁ ୭ଜଣ, ସହିଦ ନଗରରୁ ୧୧ଜଣ ଚିହ୍ନଟ ହୋଇଛନ୍ତି।
ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୯ ହଜାର ୮୯୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୧୬ ହଜାର ୧୧୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କିନ୍ତୁ ଏବେବି ୩ ହଜାର ୬୮୩ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି ଓ ୭୬ ଜଣଙ୍କର ପ୍ରାଣହାନୀ ଘଟିଛି ।

Post Your View

Leave a Reply

Your email address will not be published. Required fields are marked *

Back to top button