ସୀମା ବିବାଦର ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀଙ୍କୁ

ଓଡିଶାର ପଡୋଶୀ ରାଷ୍ଟ୍ର ଅନ୍ଧ୍ରପ୍ରଦେଶ , ପଶ୍ଚିମବଙ୍ଗ , ଛତିଶଗଡ ଓ ଝାଡଖଣ୍ଡ ସହ ରହିଥିବା ଦୀର୍ଘ ଦିନର ସୀମା ବିବାଦର ସମାଧାନ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ତଥା ଆପୋଶ ବୁଝାବଣା କରିବା ପାଇଁ କେନ୍ଦ୍ର ସରକାରଙ୍କ ସହାୟତା ନେବା ଓ ଅନ୍ୟାନ୍ୟ ପଦକ୍ଷେପ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି , ପଡୋଶୀ ରାଷ୍ଟ୍ର ସହ ଥିବା ସୀମା ବିବାଦକୁ ଆଲୋଚନା କରିବା ପାଇଁ ସର୍ବଦଳୀୟ ବୈଠକ ଡକାଯାଉ । ଏହି ବୈଠକରେ ଓଡିଶାର ଗୁଇନ୍ଦା ବିଭାଗ ତଥ୍ୟ ସହ ସମାଜର ବ୍ୟକ୍ତି ବିଶେଷଙ୍କ କଥାକୁ ଗୁରୁତ୍ୱ ଦିଆଯାଉ ।

, ସୀମା ବିବାଦର ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀଙ୍କୁ

ସୀମା ବିବାଦର ବିସ୍ତୃତ ଓ ସ୍ଥାୟୀ ସମାଧାନ କରିବା ପାଇଁ ଓଡିଶା ବିଧାନସଭାରେ ବିଭିନ୍ନ ଦଳର ସଦଶ୍ୟମାନଙ୍କୁ ନେଇ ଏକ ଗୃହ କମିଟି ଗଠନ କରାଯାଉ । ଏହା ଦ୍ୱାରା ସେମାନେ ଏହା ଉପରେ ବିଶେଷ ଅନୁଧ୍ୟାନ କରିବା ସହ ତଥ୍ୟଆଧାରି ପରାମର୍ଶ ଦେବେ । ଏହି ସୀମା ବିବାଦ ବିଷୟରେ ଗୁରୁତ୍ୱକୁ ଅଧିକ ଧ୍ୟାନରେ ରଖି ଓଡିଶା ଏବଂ ପଡୋଶୀ ରାଜ୍ୟ ମଧ୍ୟରେ ଥିବା ସୀମା ବିବାଦର ସମାଧାନ କରିବା ପାଇଁ କେନ୍ଦ୍ର ସରକାରଙ୍କ ସହାୟତା ଲୋଡିବାକୁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ସୂଚାଇଛନ୍ତି । ଶ୍ରୀ ପ୍ରଧାନ ଚିଠିରେ ଆହୁରିବି ଲେଖିଛନ୍ତି ଯେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକରେ ଓଡିଶା ଓ ଅନ୍ଧ୍ରପ୍ରଦେଶ ସୀମାରେ ପୁଣିଥରେ ଉତ୍ତେଜନା ଦେଖିବାକୁ ମିଳିଛି । ଜଣାପଡିଛି ଯେ ଆନ୍ଧ୍ରପ୍ରଦେଶ ପ୍ରଶାସନ ଏକପାଖିଆ ଭାବରେ ସାମ୍ବାଇ ପଚାଂୟତ ଅନ୍ତର୍ଗତ ସୁନାବେଡା ମୌଜାର କିଛି ଅଂଶକୁ ନିଜର ବୋଲି ଦାବି କରିବା ସହ ତଳଗଞ୍ଜେଇପଦ ଗାଁରେ ଏକ ଫୋଖରି ଖୋଳିବା ଜଣାପଡିଛି । ଏହି ପୋଖରୀ ଖୋଳାକୁ ଓଡିଶା ଗ୍ରହଣ କରୁନାହିଁ ।

, ସୀମା ବିବାଦର ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀଙ୍କୁ

ଆହୁରି ବି ଲେଖିଛନ୍ତି ଓଡିଶାରେ ୩୦ଟି ଜିଲ୍ଲାରୁ ୧୪ଟି ଜିଲ୍ଲା ଆନ୍ଧ୍ରପ୍ରଦେଶ , ପଶ୍ଚିମବଙ୍ଗ , ଛତିଶଗଡ , ଝାଡଖଣ୍ଡ ସହ ସୀମା ସେୟାର କରୁଛି । ଐତିହାସିକ , କାଟୋଗ୍ରାଫିକ୍ ଓ ଭୌଗୋଳିକ କାରଣରୁ ଓଡିଶାର ଏହି ପଡୋଶୀ ରାଜ୍ୟଗୁଡିକ ସହ ସୀମା ତଥା ଜଳ ବିବାଦର ଏକ ଦୀର୍ଘ ଇତିହାସ ରହଛି । ସୀମା ବିବାଦ ଫଳରେ ଏହାର ପ୍ରଭାବ ଏହି ଅଚଂଳରେ ବସବାସ କରୁଥିବା ଲୋକମାନଙ୍କ ଉପରେ ରହୁଛି । କିନ୍ତୁ ସୀମାର ଉଭୟ ପାଶ୍ୱର୍ରେ ବସବାସ କରୁଥିବା ଲୋକଙ୍କ ମଧ୍ୟରେ ସାଂସ୍କୃତିକ , ସାମାଜିକ ନୀତି , ଭାଷାର ସମ୍ପର୍କ ରହୁଛି ବୋଲି ଶ୍ରୀ ପ୍ରଧାନ ଚିଠିରେ ଲେଖିଛନ୍ତି ।

Post Your View

Leave a Reply

Your email address will not be published. Required fields are marked *

Back to top button