ଧୋନୀ ହିଁ ଧୋନୀ

ଆଇସିସି ର‌୍ୟାକିଙ୍ଗରେ ନମ୍ବର ୱାନ୍ ଖେଳାଳୀ

କ୍ରିକେଟ ଜଗତରେ ଧୋନୀଙ୍କୁ ନେଇ ସବୁବେଳେ କଳ୍ପନା ଜଳ୍ପନା ଚାଲେ, ସବୁବେଳେ ସବୁରି ପ୍ରିୟ କ୍ରିକେଟର ଧୋନୀ ଚର୍ଚାରେ ରୁହନ୍ତି । ତେବେ ମହେନ୍ଦ୍ର ସିଂ ଧୋନୀ ଙ୍କ କ୍ରିକେଟ ଜଗତକୁ ନେଇ ଏମିତି କିଛି କଥା ଅଛି ହୁଏତ ଆପଣ ଜାଣିନଥିବେ . ତେବେ ଆସନ୍ତୁ ଆମେ ଆଜି ଧୋନୀଙ୍କୁ ନେଇ ସେମିତି କିଛି ବିଷୟରେ କଥା ହେବା । ଦୁନିଆର ଏକମାତ୍ର ଖେଳାଳୀ ଧୋନୀ ଯିଏକି ମାତ୍ର ୪୨ଟି ୱାନ୍‌ଡେ ମ୍ୟାଚ୍ ଖେଳିବା ପରେ ଆଇସିସି ର‌୍ୟାକିଙ୍ଗରେ ନମ୍ବର ୱାନ୍ ଖେଳାଳୀ ବନି ପାରିଥିଲେ । ତେବେ ଏହି ବିରଳ ରେକର୍ଡର ଅଧିକାର ହେଇଥିଲେ ଭାରତୀୟ କ୍ରିକେଟ ଇତିହାସର ସବୁଠାରୁ ସଫଳ ଫ୍ୱିକେଟ କିପର , ତଥା ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ନାମରେ ନାମିତ ହୋଇଛି ।
ଯେତେଦିନ ଯାଏଁ କ୍ରିକେଟ ଖେଳ ଭାରତରେ ଖେଳାଯାଉଥିବ , ସେ ପର୍ଯ୍ୟନ୍ତ ମହେନ୍ଦ୍ର ସିଂ ଧୋନୀଙ୍କ ନାମ କଦାପି କେହି ଭୁଲିପାରିବେ ନାହିଁ । ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଟିମ୍ ଟି ଟ୍ୱେଂଟି ବିଶ୍ୱକପ୍ ୨୦୦୭, ବିଶ୍ୱକପ୍ ୨୦୧୧ ସହିତ ଚାମ୍ପିୟନ୍ସ ଟ୍ରିଫି ୨୦୧୩ ର ଟାଇଟଲ ଜିତିଥିଲା । ୨୦୦୬ ମସିହାରେ କେବଳ ୪୨ଟି ୱାନ୍‌ଡେ ମ୍ୟାଚ୍ ଖେଳିବା ପରେ ଆଇସିସି ର‌୍ୟାକିଙ୍ଗରେ ନମ୍ବର ୱାନ୍ ଖେଳାଳୀ ବନି ପାରିଥିଲେ । ତେବେ ଆଜିଯାଏଁ ଏହି ରେକର୍ଡ ବଜାୟୀ ରଖିଛନ୍ତି ମହେନ୍ଦ୍ର ସିଂ ଧୋନୀ । କିନ୍ତୁ ମଝିରେ ଅଷ୍ଟ୍ରେଲିୟାର କିମ୍ବଦନ୍ତୀ ୱିକେଟ୍ କିପର ତଥା ବ୍ୟାଟ୍ସ୍‌୍ୟାମ୍ୟାନ୍ ଆଡାମ ଗିଲକ୍ରିଷ୍ଟ ଧୋନୀଙ୍କ ଏହି ରେକର୍ଡକୁ ଭାଙ୍ଗିଥିଲେ । ହେଲେ ପରେପରେ ୨୦୦୮ରେ ମହେନ୍ଦ୍ର ସିଂ ଧୋନୀ ପୁନର୍ବାର ଆଇସିସି ପ୍ରଥମ ସ୍ଥାନ ପାଇବାରେ ସଫଳ ହୋଇଥିଲେ ।

Post Your View

Leave a Reply

Your email address will not be published. Required fields are marked *

Back to top button
Close