ହେଲମେଟ ପିନ୍ଧୁ ନଥିଲେ ସାବଧାନ

ହେଲମେଟ ନପିନ୍ଧିଲେ ଲାଇସେନ୍ସ ହେବ ରଦ୍ଦ

ବାଇକ ଚାଳକ ସାବଧାନ । ଏଣିକି ବାଇକ ଚାଳକଙ୍କ ସହ ପଛରେ ବସିଥିବା ସହଯାତ୍ରୀ ବି ପିନ୍ଧିବେ ହେଲମେଟ୍‌ । ଏହି ନିୟମକୁ ବାଧ୍ୟତାମୂଳକ କରିଛନ୍ତି ସରକାର । ଆରଟିଓ ପକ୍ଷରୁ ଏନେଇ ନିୟମ ଜାରି କରାଯାଇଛି । ଏହି ନିୟମକୁ ଉଲ୍ଲଘଂନ କଲେ ଚାଳକଙ୍କ ଲାଇସେନ୍ସ ରଦ୍ଦ କରାଯିବ । ଗତକିଛି ଦିନ ତଳେ କେବଳ ବାଇକ ଚାଳକ ହେଲମେଟ ନିପିନ୍ଧିଲେ ଲାଇସେନ୍ସ ରଦ୍ଦ ହେବ ବୋଲି ନିୟମ ଜାରି ହୋଇଥିଲା । ଏହି ନିୟମ ଡିସେମ୍ବର ୧ରୁ ଲାଗୁ ହୋଇଛି । ଆଉ ଏବେ ବାଇକ ଚାଳକ ଓ ସହଯାତ୍ରୀଙ୍କ ସୁରକ୍ଷା ପାଇଁ ଆରଟିଓ ପକ୍ଷରୁ ପୁଣି ନୂଆ ନିୟମ ଜାରି ହୋଇଛି । ନୂଆ ମୋଟର ଯାନ ଆଇନ ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଟ୍ରାଫିକ ଧରପଗଡ ଆରମ୍ଭ ହୋଇଥିଲା । ହେଲେ କରୋନା ଯୋଗୁଁ ଏସବୁ ବନ୍ଦ ହୋଇପଡିଛି । ସବୁ ସ୍ଥାନରେ ମାସ୍କ ପିନ୍ଧିବାକୁ ନେଇ ଧରପଗଡ କରାଯାଉଛି । ବର୍ତ୍ତମାନ ପୁଣି ରାଜ୍ୟ ସରକାର ହେଲମେଟ ନିୟମକୁ ରାଜ୍ୟରେ ଜାରି କରିବାକୁ ନିଷ୍ପତ୍ତି ନେଇଛନ୍ତି । ବାଇକ ଚାଳକଙ୍କ ସହ ସହଯାତ୍ରୀଙ୍କ ପାଇଁ ମଧ୍ୟ ହେଲମେଟ ବାଧ୍ୟତାମୂଳକ କରିଛନ୍ତି ସରକାର ।

Post Your View

Leave a Reply

Your email address will not be published. Required fields are marked *

Back to top button