ବୟସ୍କଙ୍କଠୁ ପିଲାଙ୍କୁ ସଂକ୍ରମଣ ହେବା ଆଶଙ୍କା : DMET

କରୋନା ତୃତୀୟ ଲହର ଆଶଂକା ନେଇ ଦେଶ ଏବଂ ରାଜ୍ୟରେ ଚିନ୍ତା ବଢୁଛି । କରୋନାର ତୃତୀୟ ଲହର ଆସିଲେ ଛୋଟ ପିଲା ଏଥିରେ ଅଧିକ ପ୍ରଭାବିତ ହେବେ । ଏହାରି ମଧ୍ୟରେ ରାଜ୍ୟର ସ୍କୁଲ ମଧ୍ୟ ଖୋଲିଛି, ଆଉ ଏହାକୁ ନେଇ ଚିନ୍ତା ବଢିଥିବା ବେଳେ ଏନେଇ ଲୋକଙ୍କୁ ସଚେତନ ରହିବା ପାଇଁ ପରାମର୍ଶ ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ଦ୍ୱିତୀୟ ଲହରରେ ତ୍ରୀବ୍ରତା ଅଧିକ ଥିଲା । ସେ ସମୟରେ ଯାହା ସବୁ ସଚେତନ କରାଯାଉଥିଲା ସେହିସବୁ କରିବାକୁ ପଡିବ । ଯେଉଁ ଜିଲ୍ଲାରେ ସଂକ୍ରମଣ ବଢିବ ସେହି ଜିଲ୍ଲାରେ ଜିଲ୍ଲାପାଳମାନଙ୍କୁ ତ୍ୱରିତ ପଦକ୍ଷେପ ନେବାକୁ କୁହାଯାଇଛି । ସଂକ୍ରମଣର ପ୍ରତିଶତ ନୁହେଁ , ସଂଖ୍ୟା କେତେ ଅଛି ଦେଖିବାକୁ ପଡିବ । ବୟସ୍କ ଲୋକମାନେ ଟିକା ନେଇ ଗଲେଣି । କିନ୍ତୁ ଶିଶୁମାନେ ଏବେ ବି ବିପଦରେ ଅଛନ୍ତି । ବୟସ୍କମାନଙ୍କ ଠାରୁ ହିଁ ପିଲାଙ୍କୁ ସଂକ୍ରମଣ ହେବ । ତେଣୁ ସଂକ୍ରମଣ ସୋର୍ସକୁ ନିୟନ୍ତ୍ରଣ କରିବାକୁ ହେବ । ତାହେଲେ ପିଲାମାନଙ୍କୁ ସଂକ୍ରମଣ ହେବନାହିଁ ।, ବୟସ୍କଙ୍କଠୁ ପିଲାଙ୍କୁ ସଂକ୍ରମଣ ହେବା ଆଶଙ୍କା : DMETପିଲାଙ୍କୁ କେମିତି ସଂକ୍ରମଣ ନହେବ ତାହା ବନ୍ଦ କରିବାର ମୁଖ୍ୟ ଭୂମିକା ଅଭିଭାବକମାନଙ୍କର । ପିଲା ସ୍କୁଲରେ କେମିତି ସୁରକ୍ଷିତ ରହିବେ । ତାହା ସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କର ଦାୟିତ୍ୱ । ଅଭିଭାବକମାନେ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ କଥା ହୁଅନ୍ତୁ । ଓଡିଶାରେ ୮ ହଜାରରୁ ଅଧିକ ସ୍କୁଲ ଅଛି । ଯେଉଁଠି ପିଜିଟିଭ୍ ବାହାରୁଛନ୍ତି ସେଠାରେ ପଦକ୍ଷେପ ନିଆଯାଉଛି । ପିଲାମାନଙ୍କ ସଂକ୍ରମଣ ପାଇଁ ମାନସିକ ସ୍ତରରେ ଟେନସନ ରହିବ । କିନ୍ତୁ ସଂକ୍ରମଣ ରୋକିବା ପାଇଁ କେମିତି ପଦକ୍ଷେପ ନିଆଯିବ ତାହା ଉପରେ ଗୁରୁତ୍ୱ ଦେବାକୁ ପଡିବ ।, ବୟସ୍କଙ୍କଠୁ ପିଲାଙ୍କୁ ସଂକ୍ରମଣ ହେବା ଆଶଙ୍କା : DMETପିଲା ମାନଙ୍କର ସଂକ୍ରମଣ ହାର କମ । ରୋଗର ତୀବ୍ରତା କମ୍ ବିଦେଶରେ କିଛି ପିଲାଙ୍କୁ ହାଇବ୍ରିଡ୍ ମୋଡରେ ପଢା ଯାଉଛି । ପ୍ରାଇମେରୀ ସ୍କୁଲ୍ ଖୋଲିବା ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବା ଆମର ଦାୟିତ୍ୱ । ଯେହେତୁ ଭ୍ୟାକ୍ସିନ ଆସିନାହିଁ , ତେଣୁ ପିଲା ମାନଙ୍କୁ କୋଭିଡ୍ ନିୟମ କେମିତି ପାଳନ କରିବେ ତାହା ଧ୍ୟାନ ଦେବାକୁ ହେବ । ସ୍କୁଲରେ ୬ ରୁ ୮ ଘଣ୍ଟା ପିଲାମାନେ ରହୁଛନ୍ତି, ବାକି ସମୟ ଘରେ ରହୁଛନ୍ତି । ତେଣୁ ସ୍କୁଲରେ ଶିକ୍ଷକ ମାନେ ଓ ଘରେ ବାପାମାଆ ମାନେ ପିଲା ମାନଙ୍କ ଉପରେ ନଜର ରଖନ୍ତୁ ।

Post Your View

Leave a Reply

Your email address will not be published. Required fields are marked *

Back to top button