ଫିଟ୍ ରହିବା ପାଇଁ ଚଟପଟା ଓଟସ୍ ମିଲ୍ ଚାହୁଁଛନ୍ତି କି ?

ଆପଣ ନିଜର ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ଅଛନ୍ତି କି ? ହେଲଦି, ଫିଟ୍ ଓ ରୋଗମୁକ୍ତ ରହିବାକୁ ନିଶ୍ଚୟ ଚାହୁଁଥିବେ । ଡ଼ାଏଟ୍ ସହ ଅଭ୍ୟସ୍ତ ହୋଇ କିଛି ଅଲଗା ଓ ଚଟପଟା ହେଲଦି ଖାଇବା ରୋଟିନ୍ ରେ ଆଡ୍ କରିବାକୁ ଯଦି ଇଚ୍ଛା କରୁଛନ୍ତି,ତେବେ ଘରେ ବସି କମ୍ ସମୟରେ ପ୍ରିପେୟାର କରନ୍ତୁ ଓଟସ୍ ରେ ନିର୍ମିତ ଏହି ରେସିପିସ୍ ।
ମେକ୍ସିକାନ୍ ଓଟସ୍ ମିଲ ବାଉଲ୍

ମେକ୍ସିକାନ୍ ଓଟସ୍ ମିଲ ଦ୍ୱାରା ଆପଣଙ୍କ ସକାଳ ଫ୍ରେସ୍ ହୋଇପାରିବ । ଚାଲନ୍ତୁ ଏହି ରେସିପିର ବନେଇବା ପ୍ରଣାଳୀ ଶିଖିବା ।
ଆବଶ୍ୟକୀୟ ସାମଗ୍ରୀ
ଏକ ଚାମଚ ଅଏଲ୍
ଦୁଇ ତିନୋଟି ରସୁଣ
ଆପଣଙ୍କ ଦରକାର ମୁତାବକ ଓଟସ୍ ମିଲ
ଅଧା ଚାମଚ ସିଜନିଙ୍ଗ
ଅଳ୍ପ ମାତ୍ରାରେ ପେପରିକା ପାଉଡର
ଅଧା ଚାମଚ ଲେମ୍ବୁ ଜୁସ୍
ଦୁଇ କପ୍ ପାଣି
ଆବଶ୍ୟକ ମୁତାବକ ଲୁଣ
ମକା,ସାଲାଡ଼୍, ଚିଜ୍, ଆଭୋକାଡୋ

, ଫିଟ୍ ରହିବା ପାଇଁ ଚଟପଟା ଓଟସ୍ ମିଲ୍ ଚାହୁଁଛନ୍ତି କି ?

ପ୍ରସ୍ତୁତି ପ୍ରଣାଳୀ

ଗୋଟିଏ ପ୍ୟାନ୍ ରେ ତେଲ ଗରମ କରି ରସୁଣ ପକାନ୍ତୁ । 10ରୁ 15 ମିନିଟ୍ ଯାଏଁ ତାକୁ ଭାଜିବା ପରେ ଓଟସ୍, ସିଜନିଙ୍ଗ, ପେପରିକା ପାଉଡ଼ର୍, ଲେମ୍ବୁ ଜୁସ୍ କୁ ପକାଇ ଭଲ ଭାବେ ମିଶାଇ ଆପଣଙ୍କ ଅନୁଯାୟୀ ଟିକେ ପାଣି ମିଶାଇ ରଖନ୍ତୁ । ପରେ ମକା,ସାଲାଡ଼୍, ଚିଜ୍, ଆଭୋକାଡୋକୁ ଉପରେ ପକାନ୍ତୁ । ଏବେ ଆପଣଙ୍କ ମନ ପସନ୍ଦର ଖାଇବା ରେଡ୍ଡି ।

ବନାନା ଓଟସ୍ ସ୍ମୁଦି

ବନାନା ସ୍ମୁଦିକୁ ଆପଣ ସକାଳର ବ୍ରେକଫାଷ୍ଟ ଭାବରେ ଖାଇପାରିବେ । ଏହା ହେଲଦି ଖାଦ୍ୟ ହେବା ସହ ଶରୀରକୁ ଫିଟ୍ ରଖିବାରେ ମଧ୍ୟ ଠିକ୍ ଅଟେ ।
ଆବଶ୍ୟକୀୟ ସାମଗ୍ରୀ

¼ କପ୍ ରୋଲଡ୍ ଓଟସ୍
½ କପ୍ ଦହି ବା ୟୋଗୋର୍ଟ
ଏକ କଦଳୀ
½ କପ୍ କ୍ଷୀର
2 ଚାମଚ ମହୁ
½ ଚାମଚ ଡ଼ାଲଚିନି

, ଫିଟ୍ ରହିବା ପାଇଁ ଚଟପଟା ଓଟସ୍ ମିଲ୍ ଚାହୁଁଛନ୍ତି କି ?ପ୍ରସ୍ତୁତି ପ୍ରଣାଳୀ

ଉପରେ ଥିବା ସାମଗ୍ରୀକୁ ଏକାଠି କରି ଭଲ ଭାବେ ବ୍ଲେଣ୍ଡ କରିଦିଅନ୍ତୁ । ଏହା ଉପରେ ଅଳ୍ପ ଟିକେ ଡ଼ାଲଚିନି ପାଉଡ଼ର ପକାଇ ପିଅନ୍ତୁ ।

Post Your View

Leave a Reply

Your email address will not be published. Required fields are marked *

Back to top button