ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ଫିଲ୍ମ ‘ଦ ମାଉଂଟେନ୍ ହକି’

ଓଡ଼ିଶା ତଥା ଅଗଣିତ ହକି ପ୍ରେମୀଙ୍କ ପାଇଁ ଖୁସି ଖବର । ଖୁବ୍ ଶୀଘ୍ର ଡ଼ିଜନି ହଟଷ୍ଟାର ଭଳି ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି ଡ଼କୁମେଂଟାରୀ ଚଳଚିତ୍ର ‘ଦ ମାଉଂଟେନ୍ ହକି’ । ୨୦୧୮ରେ ଓଡ଼ିଶାରେ ଆୟୋଜିତ ହୋଇଥିବା ହକି ବିଶ୍ୱକପ୍ ପରେ ଫିଲ୍ମ ନିର୍ମାତା ଏଭଳି ଏକ ଫିଲ୍ମ ପ୍ରସ୍ତୁତ କରିବାକୁ ଯୋଜନା କରିଥିଲେ ।ଜଣେ ବ୍ୟକ୍ତି ପାହାଡ଼ ଉପରେ ୪ଶହରୁ ଉଦ୍ଧ୍ୱର୍ ଝିଅଙ୍କୁ କିଭଳି ହକି ଶିଖାଉଛନ୍ତି ତାହାରି ଉପରେ ଆଧାରିତ ହୋଇଛି ଏହି ଚଳଚିତ୍ର । ସବୁଠାରୁ ବଡ଼ କଥା ହେଉଛି ହଟଷ୍ଟାରରେ ଏହି ଚଳଚିତ୍ର ପ୍ରସାରଣ ହେବାକୁ ଯାଉଛି । ଏହା ହେଉଛି ଓଡ଼ିଆ ଭାଷାରେ ପ୍ରଥମ ଡ଼କୁମେଂଟାରୀ ଫିଲ୍ମ, ଯାହା କୌଣସି ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମର ପ୍ରଯୋଜନା କରୁଛନ୍ତି ରାଜ କିଶୋର ହୋତା ଓ ମନୀଷ ଭୁଷଣ ମିଶ୍ର ।

Post Your View

Leave a Reply

Your email address will not be published. Required fields are marked *

Back to top button