ଅନ୍‌ଲାଇନ୍‌ରେ ମିଳୁଛି ଟ୍ରମ୍ପଙ୍କ ବୁଦ୍ଧ ବେଶ ମୂର୍ତ୍ତି

ଚୀନ୍ରେ ଇ- କମର୍ସ ଜରିଆରେ ଏବେ ବିକ୍ରି ହେଉଛି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୁଦ୍ଧବେଶୀ ପ୍ରତିମା । ଏହାର ଚାହିଦା ମଧ୍ୟ ଖୁବ୍ ରହିଛି । ଟ୍ରମ୍ପ ଏହି ପ୍ରତିମାରେ ବୁଦ୍ଧଙ୍କ ପ୍ରାୟ ଆଖି ବୁଜି ଧ୍ୟାନ ମୁଦ୍ରାରେ ବସିଛନ୍ତି । ଯାହାକି ବୁଦ୍ଧଙ୍କ ପ୍ରତିମା ସହ ବେଶ୍ ତାଳମେଳ ରହୁଛି । ପ୍ରତିମା ତିଆରି କରିଥିବା ଚୀନର ଉଦ୍ୟୋଗ ଜଣକ ପ୍ରତିମାର ନାମ ଦେଇଛନ୍ତି ‘ବୁଦ୍ଧବାଦ ସହ ଅତି ପରିଚିତ ଟ୍ରମ୍ପ’ ।, ଅନ୍‌ଲାଇନ୍‌ରେ ମିଳୁଛି ଟ୍ରମ୍ପଙ୍କ ବୁଦ୍ଧ ବେଶ ମୂର୍ତ୍ତିଆପଣମାନେ ଅନେକ ଥର ଦେଖିଥିବେ ଚର୍ଚ୍ଚାରେ ରାଜନୀତିକୁ ନେଇ ଜଣାଶୁଣା । ତେବେ କିଛି ଦିନ ପୂର୍ବରୁ ତାଙ୍କ ବଦ ତାଙ୍କ ହାତରୁ ଚାଲିଜିବା ପରେ ଅନେକ ଆପତି ଜନକ ମତାମତ ମଧ୍ୟ ଦେଇଥିଲେ । ସାଧାରଣରେ ସବୁ ବେଳେ ଚର୍ଚ୍ଚାରେ ଥିବା ଟ୍ରମ୍ପ ଆଜି ପୁଣିଥିରେ ଚର୍ଚ୍ଚାର ବିଶୟ ପାଲଟିଛନ୍ତି ।ଚୀନ୍କୁ ନାପସନ୍ଦ କରୁଥିବା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଏଥିରେ ବିଦ୍ରୁପ କରାଯାଇଛି । କୋଭିଡ ପାଇଁ ଟ୍ରମ୍ପ ବହୁବାର ଚୀନ୍କୁ ଦାୟୀ କରିଥିଲେ । ଖାଲି ସେତିକି ନୁହେଁ ଟ୍ରମ୍ପ ଚୀନର ବହୁ ଜିନିଷକୁ ମଧ୍ୟ ପ୍ରତ୍ୟାକ୍ଷାନ କରିଥିଲେ ।, ଅନ୍‌ଲାଇନ୍‌ରେ ମିଳୁଛି ଟ୍ରମ୍ପଙ୍କ ବୁଦ୍ଧ ବେଶ ମୂର୍ତ୍ତିବିଶେଷକରି ଆଲିବାବାଙ୍କ ଜିନିଷ ଚାଇନାରେ ବିକ୍ରି କରିବାକୁ ମଧ୍ୟ ନିଷେଧ କରିଥିଲେ । ଟ୍ରମ୍ପ୍ ଏବେ କ୍ଷମତାରେ ନଥିବା ବେଳେ ଆଲିବାବାଙ୍କ ମାଲିକାନାରେ ଥିବା ‘ଯାଓବାଓ’ ଇ-କମର୍ସ ପ୍ଲାଟଫର୍ମ ଏହି ଟ୍ରମ୍ପଙ୍କ ପ୍ରତିମା ନିର୍ମାଣ କରିଛି । ୧.୬ ମିଟର ଉଚ୍ଚ ଏହି ପ୍ରତିମାର ମୂଲ୍ୟ ୬୧୦ ଡଲାର ରଖିଛନ୍ତି । ଚୀନ୍ ଇ-କମର୍ସ ଓ୍ଵବ୍ସାଇଟ୍ରେ ଡୋନାଲ୍ଡ ଟ୍ରମ୍ପଙ୍କ ବୁଦ୍ଧବେଶୀ ପ୍ରତିମା ଟ୍ରମ୍ପଙ୍କର ଏହି ମୂର୍ତ୍ତି ସବୁ ଭାରତୀୟ ମୁଦ୍ରାରେ ପ୍ରାୟ ୪୪ ହଜାର ଟଙ୍କାରେ ବିକ୍ର ହେଉଛି ।, ଅନ୍‌ଲାଇନ୍‌ରେ ମିଳୁଛି ଟ୍ରମ୍ପଙ୍କ ବୁଦ୍ଧ ବେଶ ମୂର୍ତ୍ତିତେବେ ସବୁଠାରୁ ମଜା କଥା ହେଉଛି ଏହି ପ୍ରତିମାକୁ ଲୋକେ ମଜାରେ କିଣୁଛନ୍ତି । ଜଣେ କ୍ରେତା ନିଜର ନାମ ଗୋପନ ରଖି କହିଛନ୍ତି , ‘ଏହାକୁ ମୁଁ ମଜାରେ କିଣିଛି । ’ ଏହାସହ ଏହାକୁ ମଧ୍ୟ ମୁଁ ଟେବୁଲରେ ସଜାଇବି । ଏହାସହ ସେ କହିଛନ୍ତି , ଏହି ପ୍ରତିମାକୁ ମୁଁ ଯେତେବେଳେ ମଧ୍ୟ ଦେଖୁଥିବି ଜଣେ ଅତି ଗର୍ବ ଓ ଅହଙ୍କାରୀ ବ୍ୟକ୍ତିର କଥା ମନେ ପକାଉଥିବି ।

Post Your View

Leave a Reply

Your email address will not be published. Required fields are marked *

Back to top button