ଆମ୍ବ ବିକୁଛନ୍ତି ଏହି ଅଭିନେତା

ପାଖାପାଖି ୨ ମାସ ହେଲା ଚାଲିଛି ଲକ୍‌ଡାଉନ୍। ସମସ୍ତଙ୍କ ଜୀବନ ଓ ଜୀବିକା ଗଭୀର ଭାବରେ ପ୍ରଭାବିତ ହୋଇଛି। ଧନି, ଗରୀବ କାହାକୁ ପାତର ଅନ୍ତର କରିନି କରୋନା। ସମସ୍ତଙ୍କ ପାଇଁ ବର୍ତ୍ତମାନ ପରିସ୍ଥିତି ବେଶ୍ ଶଙ୍କଟାପର୍ଣ୍ଣ। ଏହି ସମୟରେ ରୋଜଗାର ଠପ ହୋଇଯାଇଥିବା ବେଳେ ଖଟି ଖାଉ ଥିବା ଲୋକଙ୍କ ଚିନ୍ତା ବଢି ଯାଇଛି। ୨ ମାସ ହେଲା କାମ ଧନ୍ଦା ବନ୍ଦ, ବସିକି ଆଉ ଅବା କେତେ ଦିନ ଖାଇବେ? ଛୋଟ ମୋଟ କାମ କରି ଦି ପଇସା ରୋଜଗାର କରିବାକୁ ଚେଷ୍ଟା କରୁଛନ୍ତି। କଥାରେ ଅଛି ପୋଷ ପେଟ ନାହିଁ ଦୋଷ। କୈାଣସି କାମ ଛୋଟ ବା ବଡ ହୋଇ ନଥାଏ। ପେଟ ପାଇଁ ହିଁ ତ ମଣିଷ ସବୁକିଛି କରେ। ଏହି ଲକ୍‌ଡାଉନ୍ ସମୟରେ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଜଣେ କଳାକାର।
ପେଶା ବି କଳା, ନିଶା ବି କଳା। କିନ୍ତୁ ସୁଟିଂ ବନ୍ଦ ଥିବାରୁ ପଇସା ରୋଜଗାର କରି ପାରୁ ନାହାଁନ୍ତି। ଦିଲ୍ଲୀରେ ଗୋଟିଏ ଛୋଟିଏ ଛୋଟିଆ ଘରେ ନିଜ ସ୍ତ୍ରୀ ପିଲାଙ୍କ ସହ ରୁହନ୍ତି ସାଲୋଙ୍କି ଦିବାକର। ପିଲାଟି ଦିନରୁ ଅଭିନୟ କରିବାର ନିଶା ଆଜି ତାଙ୍କୁ ଏଠାରେ ପହଂଚାଇଛି। ମାତ୍ର ୭-୮ ବର୍ଷରେ ସେ ଫିଲ୍ମର ରିଲ୍ ସଂଗ୍ରହ କରନ୍ତି। ପାଠ ପଢାରେ କେବେ ମନ ଲଗେଇ ପାରିଲେନି। ଅର୍ଥାଭାବ ଯୋଗୁଂ ଆକ୍ଟିଂ ସ୍କୁଲରେ ଜଏନ୍ ବି ସମ୍ଭବ ହୋଇ ପାରି ନଥିଲା। କିନ୍ତୁ ଆକ୍ଟିଂ କରିବାର ନିଶା ଛାଡି ନଥିଲା। ପିଲାଟି ଦିନରୁ ଚେଷ୍ଟା ଜାରି ରଖିଥିଲେ। ଗୋବିନ୍ଦାଙ୍କ ହିରୋ ନଂ-୧ ମୁଭିରେ ସେ ପ୍ରଥମ ଥର ପାଇଁ ଆକ୍ଟିଂ କରିଥିଲେ ଯେଉଁଥିରେ ତାଙ୍କର କୌଣସି ଡାଇଲଗ ନଥିଲା। କିନ୍ତୁ ସେ ବହୁତ ଖୁସି ଥିଲେ। ତା ପରେ ସେ ତିତଲି, କଡବି ହାୱା, ଭୋର୍‌, ଡ୍ରିମ୍ ଗାର୍ଲ, ଦ ହ୍ୱାଇଟ ସିରିଜ ଭଳି ଅନେକ ଫିଲ୍ମରେ ଛୋଟ ଛୋଟ ଭୂମିକାରେ ଅଭିନୟ କରିଛନ୍ତି।
ସବୁବେଳେ ଅଭିନୟ କରି କିଛି ନା କିଛି ଆୟ କରି ଘର ଚଳେଈ ଦେଉଥିଲେ କିନ୍ତୁ ଲକ୍‌ଡାଉନ୍ ଯୋଗୁଁ ତାହା ହୋଇ ପାରୁ ନାହିଁ। ତେଣୁ ଦିବାକର ଛୋଟ ରିକ୍ସାରେ ଆମ୍ବ ବିକ୍ରି କରୁଛନ୍ତି। ସେ କହିଛନ୍ତି କୈାଣସି ବି କାମ ଛୋଟ ବା ବଡ ହୋଇ ନଥାଏ। ଲକ୍‌ଡାଉନ୍ ସମୟରେ କିଛି ଆୟ କରିବା ହିଁ ବଡ କଥା। ସେଥିରେ ତାଙ୍କୁ ଖୁସି ମିଳୁଛି। ଏହିପରିକି ଗ୍ରାହାକ ମାନଙ୍କୁ ଆକ୍ଟିଂ ମଧ୍ୟ କରି ଦେଖାଉଛନ୍ତି।

Post Your View

Leave a Reply

Your email address will not be published. Required fields are marked *

Back to top button
Close