ପ୍ରତିଭାଶାଳୀ ଦୂତୀ

ଧାବିକା ଦୂତି ଚାନ୍ଦ ପୁଣି ଥରେ ବିଶ୍ୱ ରେକର୍ଡ ସୃଷ୍ଟି କରି କେବଳ ଭାରତ ନୁହେଁ ସମଗ୍ର ଓଡିଶାକୁ ଗର୍ବାନ୍ୱିତ କରିଛନ୍ତି। ରେସ୍ ଆରମ୍ଭରୁ ଶେଷ ଯାଏଁ ବିଶ୍ୱସ୍ତରୀୟ ଆଥଲେଟଙ୍କୁ ପଛରେ ପକାଇ ବାଜି ମାରିନେଇଛନ୍ତି ଦୂତୀ ଚାନ୍ଦ । ଜାତୀୟ ରେକର୍ଡଧାରୀ ଏହି ଓଡିଆ ଦୌଡ଼ରାଣୀଙ୍କ ନାଁରେ ଯୋଡି ହୋଇଯାଇଛି ଆଉ ଏକ ମେଡାଲ ।  ଇଟାଲୀ ଠାରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ସ୍ତରୀୟ ପ୍ରତିଯୋଗିତା 2019ରେ 100 ମିଟର ଦୈାଡରେ ସ୍ୱର୍ଣ୍ଣ ମୁଦ୍ରା ହାସଲ କରିଛନ୍ତି। ଏହି ଦୂରତାରେ ସେ କେବଳ 11.32 ସେକେଣ୍ଡରେ ପୁରା କରି ରେକର୍ଡ ସୃଷ୍ଟି କରିଛନ୍ତି । ସାରା ଭାରତବର୍ଷରୁ ମଧ୍ୟ ଅଗଣିତ ମାତ୍ରାରେ ଅଭିନନ୍ଦନର ସୁଅ ଛୁଟିଛି ଦୂତୀ ଚାନ୍ଦଙ୍କ ପାଖକୁ।

ଭୁବନେଶ୍ୱରସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟର ଛାତ୍ରୀ ହେଉଛନ୍ତି ଦୂତି। ତାଙ୍କର ଖେଳକୁ ଅଧିକ ଗୁରୁତ୍ୱ ଦେବାରେ କିଟ୍ ଓ କିସ୍ ର ସଂସ୍ଥାପକ ଡଃ ଅଚ୍ୟୁତ ସାମନ୍ତଙ୍କର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ଏହି ବିଶ୍ୱସ୍ଥରୀୟ ପ୍ରତିଯୋଗିତାରେ ଗୋଲ୍ଡ ମେଡାଲ ହାସଲ କରିବାରେ ଦୂତୀ ହେଉଛନ୍ତି ପ୍ରଥମ ମହିଳା।

ରାଷ୍ଟ୍ରପତି ରାମନାଥ କୋବିନ୍ଦ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇ ତାଙ୍କୁ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଛନ୍ତି। ଦୂତି ପ୍ରଥମ ମହିଳା ଭାବେ ଏହି ସ୍ୱର୍ଣ୍ଣ ମେଡାଲ ହାସଲ କରିଥିବାରୁ ଏହାକୁ ବଡ଼ ସଫଳତା ଭାବରେ ଗଣାଯିବ।

ଦ୍ରୁତ ଧାବିକା ଭାବେ ଦୂତି ଚାନ୍ଦଙ୍କର ଜୀବନ କୈାଣସି ଏକ ନିଆରା କାହାଣୀ ଠାରୁ କମ୍ ନୁହେଁ। ଯାଯପୁର ଜିଲ୍ଲାରୁ ଜନ୍ମିତ ଦୂତୀ ପିଲାଟି ଦିନରୁ ଅନେକ ବାଧାବିଘ୍ନ ସହି ନିଜ ଜୀବନକୁ ଏକ ଉଚ୍ଚ ସ୍ଥାନରେ ପହଞ୍ଚାଇ ପାରିଛନ୍ତି। ଶିକ୍ଷାରୁ ବଞ୍ଚିତ ହେବାପରେ ଉଚିତ୍ ପ୍ରଶିକ୍ଷଣ ସେ ପାଇ ନଥିଲେ । ନିଜ କ୍ୟାରିୟରରେ ଅନେକ ରାଜନୀତିର ଶିକାର ହୋଇଥିଲେ ଦୂତୀ। ତଥାପି ପଛକୁ ନ ଫେରି ଆଗକୁ ବଢିଥିଲେ। କିଛିଦିନ ପୂର୍ବରୁ ସମଲିଙ୍ଗୀ ସମ୍ପର୍କକୁ ନେଇ ସେ ଅଧିକ ଚର୍ଚ୍ଚା ଓ ସମାଲୋଚନାର ଶିକାର ହୋଇଥିଲେ। କିନ୍ତୁ ଏହା ତାଙ୍କର କର୍ମମୟ ଜୀବନ ଉପରେ କୈାଣସି ପ୍ରଭାବ ପକାଇ ନଥିଲା। ନିଜ ରାଜ୍ୟ ଓ ଦେଶର ନାଁ ରଖିବା ପାଇଁ ସେ ସବୁବେଳେ ପ୍ରସ୍ତୁତ ଥାଆନ୍ତି । ଏବଂ ହାର ନ ମାନି ଆଗକୁ ବଢି ଏପରି ଏକ ସଫଳତା ହାସଲ କରିଛନ୍ତି।

Post Your View

Leave a Reply

Your email address will not be published. Required fields are marked *

Back to top button