ପବିତ୍ର ଦଶହରା ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ।

ଟ୍ୱିଟ୍ ଯୋଗେ ଅଭିନନ୍ଦନ ଜଣାଇଲେ ମୁଖ୍ରମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ପବିତ୍ର ଦଶହରା । ମହାମାୟା ଜଗତଜନନୀ ମା ଦୁର୍ଗାଙ୍କ ବିଜୟାଦଶମୀ । ଯୁଗେ ଯୁଗେ ଅଧର୍ମ ଉପରେ ଧର୍ମର ଜୟ, ଅସତ୍ୟ ଉପରେ ସତ୍ୟର ଜୟ ଓ ଅନ୍ୟାୟ ଉପରେ ନ୍ୟାୟର ଜୟ କରିବାକୁ ଏ ଫରାପୃଷ୍ଠକୁ ଓହ୍ଲାଇ ଆସିଥିଲେ ମା ଦଶଭୂଜା ।ଆଜି ହେଉଛି ସେହି ପବିତ୍ର ଦିନ, ବିଜୟା ଦଶମୀ ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ପର୍ବ। ଦଶମୀ ପୂଜା ପରେ ଧରାପୃଷ୍ଠରୁ ମେଲାଣି ନେବେ ମା’ ଦଶଭୂଜା ।

, ପବିତ୍ର ଦଶହରା ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ।

ଘଂଟଘଂଟା, ଶଙ୍ଖ ଓ ମନ୍ତ୍ରପାଠ ଧ୍ୱନୀରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ । କରୋନା କଟକଣା ମଧ୍ୟରେ ଚାଲିଛି ମା’ ଦୁର୍ଗାଙ୍କ ଆରାଧନା । ବିନା ଭକ୍ତରେ ଆସି ଆଜି ମେଲାଣି ନେବେ ମା’ ଦୁର୍ଗା । ତେବେ ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଟ୍ୱିଟ କରି ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ୱିଟ ଜରିଆରେ, ରାଜ୍ୟବାସୀଙ୍କୁ ପବିତ୍ର ବିଜୟା ଦଶମୀ ତଥା ଦଶହରା ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ମା’ଦୁର୍ଗାଙ୍କ ଆଶୀର୍ବାଦରୁ ପ୍ରତିଟି ଜୀବନ ସୁଖ ଓ ସମୃଦ୍ଧିମୟ ହେଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

, ପବିତ୍ର ଦଶହରା ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ।

ଏହାସହ ମହାମାରୀ କରୋନା ସମୟରେ ପୂଜାର ଦୋକାନ ବଜାର ବେଶୀ ନ ବୁଲିବାକୁ ମଧ୍ୟ ଅନୁରୋଧ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଘରେ ରହି ପୂଜା କରିବା ସହିତ ସଚେତନ ହୋଇ ରହିବାକୁ ମଧ୍ୟ କହିଛନ୍ତି ।

Post Your View

Leave a Reply

Your email address will not be published. Required fields are marked *

Back to top button