ନୀଳଗିରିକୁ ପ୍ରବେଶ କଲେ ହାତୀପଲ

ନୀଳଗିରିକୁ ପ୍ରବେଶ କଲେ ହାତୀପଲ । ଝାଡଖଣ୍ଡର ଦଲମା ଜଙ୍ଗଳରୁ ଆସିଥିବା ଏହି ହାତୀପଲ ମୟୁରଭଞ୍ଜ ପରେ ବାଲେଶ୍ୱର ଜିଲ୍ଲା ନୀଳଗିରି ରେଞ୍ଜର ଦୁର୍ଗାଦେବୀ, ସୋନନଦୀ, ପୁନ୍ଦାଳ, କାଠପାଳ, ପାଟଣା ପରେ ଅଯୋଧ୍ୟା ଗୋପାଳପୁର ରାସ୍ତା ଅତିକ୍ରମ କରି ଗୋପାଳପୁର ସଂରକ୍ଷିତ ଜଙ୍ଗଲକୁ ପ୍ରବେଶ କରିଛନ୍ତି । ଏହି ହାତୀ ପଲରେ ୫ଟି ଦନ୍ତା ଓ ୭ଟି ଛୁଆ ସମେତ ମୋଟ ୪୨ ଟି ହାତୀ ଅଛନ୍ତି । ସେମାନେ ରାସ୍ତାରେ ଆସିବା ଫଳରେ ବ୍ୟାପକ ଧାନ ଫସଲ ନଷ୍ଟ କରିଥିବା ଦେଖିବାକୁ ମିଳିଛି ।, ନୀଳଗିରିକୁ ପ୍ରବେଶ କଲେ ହାତୀପଲସୁରକ୍ଷା ଦୃଷ୍ଟିରୁ ବାଲେଶ୍ୱର ଡିଏଫଓ ବିଶ୍ୱରାଜ ପଣ୍ଡାଙ୍କ ନିର୍ଦ୍ଦେଶରେ ନୀଳଗିରି ରେଞ୍ଜର ମନୁଆର ଖାନ ସମେତ ବହୁ ଫରେଷ୍ଟ ଗାର୍ଡ ଏବଂ ସବୁଜବାହିନୀ ଉପସ୍ଥିତ ରହି ହାତୀପଲଙ୍କୁ ନିୟନ୍ତ୍ରଣ କରୁଛନ୍ତି । ସେହି ହାତୀପଲଙ୍କ ପାଇଁ ଚାଷ ଜମି ସବୁ ନଷ୍ଟ ହୋଇଯାଇଥିଲା , ଯେଉଁଥିପାଇ କି ସେଠାର କୃଷକମାନେ ଚିନ୍ତିତ ହୋଇପଡିଛନ୍ତି । ହାତୀପଲଙ୍କ ଆଗମନ ଯୋଗୁଁ ଚାଷୀକୁଳ ତଥା ନୀଳଗିରି ବନାଞ୍ଚଳବାସୀ ଭୟଭିତ ହୋଇପଡିଥିବାର ଦେଖିବାକୁ ମିଳିଛି । ପୁଣି ଆଉ ଏକ ହାତୀପଲ ନୀଳଗିରି ମୁହାଁ ହେଉଥିବା ବେଳେ ହାତୀପଲଙ୍କ ଗତିପଥି ଦେଖି ସେମାନଙ୍କୁ ସେଠାରୁ ତଡିବାକୁ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି ନୀଳଗିରି ରେଞ୍ଜର ମନୁଆର ଖାନ ।

Post Your View

Leave a Reply

Your email address will not be published. Required fields are marked *

Back to top button